ଦେଶ ବିଦେଶ ମନୋରଞ୍ଜନ

ହାର୍ଟ ସର୍ଜରୀ ପରେ ସୁନୀଲ୍‌ ଗ୍ରୋଭର କଲେ ଟ୍ବିଟ୍‌, କହିଲେ- ଭାଇ ଚିକିତ୍ସା ଭଲରେ ହୋଇଗଲା

ନୂଆଦିଲ୍ଲୀ ୧୧।୦୨ : ଗତ କିଛି ଦିନ ତଳେ ହାସ୍ୟ ଅଭିନେତା ସୁନୀଲ ଗ୍ରୋଭରଙ୍କ ଅବସ୍ଥା ଅତ୍ୟନ୍ତ ଖରାପ ଥିଲା । ନିକଟରେ ତାଙ୍କର ହାର୍ଟ ସର୍ଜରୀ କରାଯାଇଥିଲା। ତାଙ୍କ ହାର୍ଟ ସର୍ଜରୀ ଖବର ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଏଥିପାଇଁ ଫ୍ୟାନ୍ସମାନେ ତାଙ୍କର ପ୍ରାର୍ଥନା କରିବା ଆରମ୍ଭ କରିଥିଲେ। ବଲିଉଡର ଦବଙ୍ଗ ଖାନ ମଧ୍ୟ ସୁନୀଲଙ୍କ ବିଷୟରେ ଶୁଣି ବହୁତ ଚିନ୍ତା କରିଥିଲେ। ଏହା ସହ ସୁନୀଲଙ୍କ ବିଷୟରେ ଜାଣିବା ପରେ ସଲମାନ ସୁନୀଲଙ୍କ ପାଇଁ ଏକ ଡାକ୍ତରୀ ଟିମ୍ ପଠାଇଥିଲେ। ଏବଂ ତାଙ୍କ ସ୍ବାସ୍ଥ୍ୟକୁ ନେଇ ଆଶୁ ଆରୋଗ୍ୟ କାମନା କରିଥିଲେ ।

ଏହାକୁ ନେଇ ବର୍ତ୍ତମାନ ସୁନୀଲ୍‌ ଏକ ମଜାଳିଆ ଢଙ୍ଗରେ ଟୁଇଟ୍ କରିଛନ୍ତି। ସୁନୀଲ ଗ୍ରୋଭର ଟ୍ୱିଟ୍ କରି ଲେଖିଛନ୍ତି ଯେ, ‘ଭାଇଙ୍କ ଚିକିତ୍ସା ଭଲରେ ହୋଇଗଲା, ମୁଁ ଏବେ ଭଲରେ ଅଛି ସୁସ୍ଥ ଅଛି । ଆପଣଙ୍କର ସମସ୍ତ ପ୍ରାର୍ଥନା ପାଇଁ ବହୁତ ବହୁତ ଧନ୍ୟବାଦ। ଠୋକୋ ତାଳି! । ଏବେ ସୁନୀଲ୍‌ ସୁସ୍ଥ ଅଛନ୍ତି । କହିବାକୁ ଗଲେ ସୁନୀଲ ଗ୍ରୋଭରଙ୍କ ହଠାତ୍ ହାର୍ଟ ସର୍ଜରୀ ଖବର ସୋସିଆଲ ମିଡିଆରେ ଚର୍ଚ୍ଚା ହୋଇଥିଲା ।

‘ଭାରତ’ ଫିଲ୍ମରେ ସଲମାନ ଖାନ ଏବଂ ସୁନୀଲ ଗ୍ରୋଭର ଏକାଠି କାମ କରିଥିଲେ। ହାସ୍ୟ ଅଭିନେତା ସୁନୀଲ ଗ୍ରୋଭର ଅତୀତରେ ଅକ୍ଷୟ କୁମାରଙ୍କ ସହ ‘ଗବର ଇଜ ବ୍ୟାକ’ ଏବଂ ଟାଇଗର ଶ୍ରଫଙ୍କ ସହ ‘ବାଘୀ’ ଭଳି ଅନେକ ଫିଲ୍ମରେ ମଧ୍ୟ ନଜର ଆସିଛନ୍ତି। ଏହା ବ୍ୟତୀତ ସୁନୀଲ ‘ଦି କପିଲ ଶର୍ମା ସୋ’ରେ ମଧ୍ୟ କାମ କରିଥିଲେ ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ