ଖେଳ

ହାରିବା ପରେ ନିୟନ୍ତ୍ରଣ ହରାଇଲେ ଜୋକୋଭିକ୍, ରାକେଟକୁ ବାଡେଇ ଭାଙ୍ଗିଦେଲେ

ଟୋକିଓ, ୦୧|୦୮ : ବିଶ୍ୱ ପ୍ରସିଦ୍ଧ ଟେନିସ୍‌ ଖେଳାଳି ନୋଭାକ୍‌ ଜୋକୋଭିକ୍‌ ପୁରୁଷ ସିଙ୍ଗଲ୍ସରୁ ଅଭିଯାନ ଶେଷ କରିଛନ୍ତି । ଶନିବାର ଖେଳାଯାଇଥିବା ତୃତୀୟ ସ୍ଥାନ ପାଇଁ ଅନୁଷ୍ଠିତ ମ୍ୟାଚ୍‌ରେ ଜୋକୋଭିକ୍‌ ୪-୬, ୭-୬(୮-୬), ୩-୬ ସେଟ୍‌ରେ ସ୍ପେନ୍ର ପାବଲୋ କାରେନୋ ବୁଷ୍ଟାଙ୍କ ଠାରୁ ପରାଜିତ ହୋଇ ବ୍ରୋଞ୍ଜ ପଦକରୁ ବଞ୍ଚିତ ହୋଇଥିଲେ ।

ସିଙ୍ଗଲ୍ସରେ ପରାଜିତ ହେବା ପରେ ଜୋକୋଭିକ୍‌ ମିକ୍ସଡ ଡବଲ୍ସରୁ ଓହରି ଯାଇଥିଲେ । ଫଳ ସ୍ୱରୂପ ଅଷ୍ଟ୍ରେଲିଆର ଆସଲି ବାର୍ଟି ଓ ଜନ ପିୟର୍ସ ଯୋଡି ବ୍ରୋଞ୍ଜ ପଦକ ହାସଲ କରିଥିଲେ । ଜୋକୋଭିକ୍‌ ପୂର୍ବରୁ ୨୦୦୮ ବେଜିଂ ଅଲିମ୍ପିକ୍ସରେ ବ୍ରୋଞ୍ଜ ଓ ୨୦୧୬ ରିଓ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତିଥିଲେ । ୨୦୧୨ ଲଣ୍ଡନ ଅଲିମ୍ପିକ୍ସରେ ସେ ଚତୁର୍ଥ ସ୍ଥାନରେ ସନ୍ତୁଷ୍ଟ ହୋଇଥିଲେ । ଏଥର ମଧ୍ୟ ସେ ଚତୁର୍ଥ ସ୍ଥାନରେ ରହି ଅଭିଯାନ ଶେଷ କରିଛନ୍ତି ।

ତେବେ ପରାସ୍ତ ପରେ ଜୋକୋଭିକ୍ ନିଜ ଉପରୁ ନିୟନ୍ତ୍ରଣ ହରାଇଥିଲେ । ସେ ନିଜ ରାକେଟ୍ ଭାଙ୍ଗିବା ସହ ଅଶୋଭନୀୟ ଆଚରଣ ମଧ୍ୟ ପ୍ରଦର୍ଶନ କରିଥିଲେ । ଯାହାର ଭିଡିଓ ଟ୍ୱିଟରରେ ଭାଇରାଲ ହେବାରେ ଲାଗିଛି । ଏହାକୁ ଅନେକ ସମାଲୋଚନା ମଧ୍ୟ କରିଛନ୍ତି ।

ଜୋକୋଭିକଙ୍କ ପାଖରେ ଅଲିମ୍ପିକ୍ସରେ ସୁନା ପଦକ ଜିତିବାର ସୁଯୋଗ ଥିଲା । ସେ ୨୦୨୧ରେ ଅଷ୍ଟ୍ରେଲିଆନ ଓପନ, ଫ୍ରେଞ୍ଚ୍ ଓପନ ଓ ଓ୍ୱିଲମ୍ବଡନରେ ଚାମ୍ପିଅନ ମଧ୍ୟ ହୋଇଥିଲେ ।

NewsLaxmi7

About Author

You may also like

ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ
ଖେଳ

ଚେନ୍ନାଇର ଏହି ପାଞ୍ଚ ଖେଳାଳିଙ୍କ ପାଇଁ ଶେଷ ସିଜିନ ହୋଇପାରେ ଚଳିତ ଆଇପିଏଲ

ନୂଆଦିଲ୍ଲୀ ୨୩।୧୦: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ ୨୦୨୦)କୁ ଏକ ମାସ ବିତିଗଲାଣି। କିଛି ଖେଳାଳି ଭଲ ପ୍ରଦର୍ଶନ କରିଥିବା ବେଳେ ଆଉ କିଛି ଖେଳାଳି ନିଜର ସାମର୍ଥ୍ୟ