ଖେଳ ଦେଶ ବିଦେଶ

ହାଫ୍ ସେଞ୍ଚୁରୀ ପୂର୍ବରୁ ବିରାଟ କ୍ଲିନ୍ ବୋଲ୍ଡ : ଶହେତମ ଟେଷ୍ଟରେ ପ୍ରଶଂସକ ନିରାଶ

ନୂଆଦିଲ୍ଲୀ, ୦୪|୦୩: ଶହେତମ ଟେଷ୍ଟରେ ଦମଦାର ଅର୍ଦ୍ଧ ଶତକରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ବିରାଟ କୋହଲି । ନିଜର ଶହେତମ ଟେଷ୍ଟ୍ ଖେଳୁଥିବା ପୂର୍ବତନ ଅଧିନାୟକ ବିରାଟ କୋହଲି ଶ୍ରୀଲଙ୍କା ବିପକ୍ଷ ଟେଷ୍ଟରେ ହାଫ୍ ସେଞ୍ଚୁରୀ ଲଗାଇବା ପୂର୍ବରୁ କ୍ଲିନ୍ ବୋଲ୍ଡ ହୋଇଛନ୍ତି। ସେ ୭୬ ବଲରୁ ୪୫ ରନ୍ କରି ପ୍ୟାଭିଲିୟନ ଫେରିଛନ୍ତି।

କୋହଲିଙ୍କ ପାଇଁ ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟେଷ୍ଟ ଖାସ୍ ଅଟେ । କାରଣ ଏହା ତାଙ୍କର ଶହେତମ ଟେଷ୍ଟ୍ ମ୍ୟାଚ୍ ଅଟେ । ଏହି ଟେଷ୍ଟକୁ ଖାସ୍ କରିବା ପାଇଁ ବିସିସିଆଇ ମଧ୍ୟ ଅନେକ ପ୍ରସ୍ତୁତି କରିଥିଲା । ମ୍ୟାଚ୍ ପୂର୍ବରୁ କୋଚ ରାହୁଲ ଦ୍ରାବିଡ କୋହଲିଙ୍କୁ ଖାସ୍ ଟୋପି ପ୍ରଦାନ କରିଥିଲେ ।

ତେବେ ମ୍ୟାଚରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିବା ଭାରତ ଏବେସୁଦ୍ଧା ୩ ଓ୍ୱିକେଟ ହରାଇ ୧୭୦ ରନ୍ କରିଛି । କ୍ରିଜରେ ଋଷଭ ପନ୍ତ ଓ ହନୁମା ବିହାରୀ ବ୍ୟାଟିଂ କରୁଛନ୍ତି । ହନୁମା ବିହାରୀ ୫୬ ରନ୍ କରି ଅପରାଜିତ ଅଛନ୍ତି ।

ସୂଚନାଯୋଗ୍ୟ, ଭାରତ ପାଇଁ ଓପନିଂ କରିବାକୁ ରୋହିତ ଶର୍ମା ଓ ମୟଙ୍କ ଅଗ୍ରଓ୍ୱାଲ କ୍ରିଜକୁ ଓହ୍ଲାଇଥିଲେ । ତେବେ ରୋହିତ ପ୍ରଥମେ ୨୯ ରନ୍ କରି ଆଉଟ ହୋଇଥିଲେ । ସେହିପରି ମୟଙ୍କ ୪୯ ବଲରୁ ୩୩ ରନ୍ କରି ପ୍ୟାଭିଲିୟନ ଫେରିଥିଲେ । ଶ୍ରୀଲଙ୍କା ପକ୍ଷରୁ ଲାହିରୁ କୁମାରା ଗୋଟିଏ ଓ ଏମ୍ବୁଲଡେନିଆ ୨ ଲେଖାଏଁ ଓ୍ୱିକେଟ୍ ହାସଲ କରିଛନ୍ତି ।

ନିଜର ଶହେ ତମ ଟେଷ୍ଟ୍ ମୁକାବିଲା ଖେଳୁଥିବା ବିରାଟଙ୍କ ଉପରେ ସମସ୍ତଙ୍କର ଫୋକସ ରହିଛି । ସେ ୭୧ତମ ଶତକ ପୂରଣ କରିବେ ବୋଲି ପ୍ରଶଂସକ ଆଶା କରୁଥିଲେ । ବିରାଟ ମଧ୍ୟ ପ୍ରଶଂସକଙ୍କ ଖୁସି କରିବା ଭଳି ପାଳି ଖେଳିବେ ବୋଲି ଆଶା କରାଯାଉଥିଲା । କିନ୍ତୁ ପ୍ରଥମ ଇନିଂସରେ ସେ ଅର୍ଦ୍ଧଶତକରୁ ଅଳ୍ପକେ ବର୍ତ୍ତିଛନ୍ତି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ