ଦେଶ ବିଦେଶ ମନୋରଞ୍ଜନ

ହାପି ବର୍ଥ ଡେ’ କଙ୍ଗନା ରନୌତ: ୨୨ ବର୍ଷ ବୟସରେ ଜିତିଥିଲେ ପ୍ରଥମ ନେସନାଲ ଆୱାର୍ଡ

ମୁମ୍ବାଇ ୨୩/୦୩: ବଲିଉଡ କ୍ୱିନ୍ କଙ୍ଗନା ରାନୌତ୍ ଆଜି ତାଙ୍କର ୩୪ ତମ ଜନ୍ମଦିନ ପାଳନ କରୁଛନ୍ତି । ଗତ କିଛି ବର୍ଷ ଧରି ସୋସିଆଲ ମିଡିଆରେ କଙ୍ଗନା ବେଶ ସକ୍ରିୟ ଅଛନ୍ତି । କଙ୍ଗନା ତାଙ୍କ ନିଜ ଦମ୍ ରେ ଫିଲ୍ମ ଇଣ୍ଡଷ୍ଟ୍ରିରେ ସ୍ଥାନ ହାସଲ କରିପାରିଛନ୍ତି । ସେ ଜଣେ ଏପରି ଅଭିନେତ୍ରୀ ଯାହାଙ୍କୁ ମାତ୍ର ୨୨ ବର୍ଷ ବୟସରେ ନେସନାଲ୍ ଆୱାର୍ଡରେ ସମ୍ମାନୀତ କରାଯାଇଥିଲା । ୨୦୧୦ ରେ ଫିଲ୍ମ ଫ୍ୟାଶନ ପାଇଁ ଶ୍ରେଷ୍ଠ ସହାୟକ ଅଭିନେତ୍ରୀ ଭାବରେ କଙ୍ଗନାଙ୍କୁ ରାଷ୍ଟ୍ରୀୟ ଫିଲ୍ମ ପୁରସ୍କାର ପ୍ରଦାନ କରାଯାଇଥିଲା । ବଲିଉଡରେ କଙ୍ଗନା ଏକମାତ୍ର ଅଭିନେତ୍ରୀ ଯିଏକି ବିନା ହିରୋରେ ୧୦୦ କୋଟିର ଫିଲ୍ମ ଦେଇଥାନ୍ତି ।

କଙ୍ଗନା ୨୩ ମାର୍ଚ୍ଚ ୧୯୮୭ ରେ ହିମାଚଳର ମାଣ୍ଡି ଜିଲ୍ଲାର ସୁରଜପୁରରେ ରାଜପୁତ ପରିବାରରେ ଜନ୍ମଗ୍ରହଣ କରିଥିଲେ । ପରିବାରରେ ତାଙ୍କ ବ୍ୟତୀତ ବଡ ଭଉଣୀ ରଙ୍ଗୋଲି ଏବଂ ସାନଭାଇ ଅକ୍ଷତ ମଧ୍ୟ ଅଛନ୍ତି । କଙ୍ଗନାଙ୍କ ମା ଆଶା ରନୌତ ଜଣେ ସ୍କୁଲ ଶିକ୍ଷୟତ୍ରୀ ଏବଂ ବାପା ଜଣେ ବ୍ୟବସାୟୀ । କଙ୍ଗନାଙ୍କ ବାପା ତାଙ୍କୁ ଡାକ୍ତର କରିବାକୁ ଚାହୁଁଥିଲେ କିନ୍ତୁ ସେ ୧୨ କ୍ଲାସ୍ ରେ ଫେଲ୍ ହୋଇଯାଇଥିଲେ । ଏହା ପରେ କଙ୍ଗନା ତାଙ୍କ ବାପା-ମାଙ୍କ ସହ ଝଗଡା କରି ଦିଲ୍ଲୀ ଚାଲିଆସିଥିଲେ । ଦିଲ୍ଲୀ ଆସିବା ପରେ ସେ ଜଣେ ଅଭିନେତ୍ରୀ ହେବାକୁ ସ୍ଥିର କରିଥିଲେ ଏବଂ ଅନେକ ସଂଘର୍ଷ ପରେ ସେ ମଧ୍ୟ ସଫଳ ହୋଇଥିଲେ ।

କଙ୍ଗନା ଅନେକ ଫିମେଲ୍ ଚରିତ୍ର ଉପରେ ଆଧାରିତ ଫିଲ୍ମ ବାଛିଥିଲେ ଏବଂ ତାହା ଉପରେ ସେ ଅନେକ ପୁରସ୍କାର ମଧ୍ୟ ଜିତିଥିଲେ । ଏବେ ବଲିଉଡରେ ଅନେକ ଫିମେଲ ଲିଡ୍ ଉପରେ ଆଧାରିତ ଫିଲ୍ମରେ ନଜର ଆସିଛନ୍ତି । କଙ୍ଗନା ଫିଲ୍ମ ସହିତ ସାମାଜିକ ପ୍ରସଙ୍ଗରେ ନିଜର ମତ ବ୍ୟକ୍ତ କରିଥାନ୍ତି । ତାଙ୍କର ଅପମାନଜନକ କଥା ଯୋଗୁଁ ସେ ଅନେକ ଥର ବିବାଦର ସମ୍ମୁଖୀନ ହୋଇଛନ୍ତି । କଙ୍ଗନାଙ୍କୁ ତିନୋଟି ରାଷ୍ଟ୍ରୀୟ ଫିଲ୍ମ ପୁରସ୍କାର ଏବଂ ଚାରୋଟି ଫିଲ୍ମଫେୟାୟ ପୁରସ୍କାର ସମେତ ଆହୁରି ଅନେକ ପୁରସ୍କାର ମଧ୍ୟ ମିଳିସାରିଛି । କଙ୍ଗନା ଲଗାତାର ତିନିଥର ରାଷ୍ଟ୍ରୀୟ ଫିଲ୍ମ ପୁରସ୍କାରରେ ସମ୍ମାନୀତ ହୋଇଛନ୍ତି ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ