ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ହାତ ମିଳାଇ ପାରନ୍ତି ଅକାଳି ଦଳ ଓ ବିଜେପି

ନୂଆଦିଲ୍ଲୀ : ୨୦୨୪ ଲୋକସଭା ନିର୍ବାଚନର ଅବ୍ୟବହିତ ପୂର୍ବରୁ ବିଜେପି ଏହାର ପୂର୍ବ ସହଯୋଗୀ ଦଳମାନଙ୍କ ସହ ପୁଣିଥରେ ମେଣ୍ଟ କରିବାପାଇଁ ପ୍ରୟାସ ଆରମ୍ଭ କରିଛି। ମିଳିଥିବା ସୂଚନାନୁଯାୟୀ ବିଜେପି ଆସନ୍ତା ଲୋକସଭା ନିର୍ବାଚନ ପାଇଁ ଏହାର ପୂର୍ବ ମେଣ୍ଟ ସହ‌ଯୋଗୀ ଶିରୋମଣି ଅକାଳି ଦଳ ସହ ମେଣ୍ଟ କରିବାପାଇଁ ବିଚାରବିମର୍ଶ ଜାରି ରଖିଛି। ପଂଜାବ ବିଧାନସଭା ନିର୍ବାଚନରେ ବିଜେପିକୁ ବହୁ ମୂଲ୍ୟ ଦେବାକୁ ପଡ଼ିବା ପରେ ବିଜେପି ପଂଜାବରେ ଏହାର ମେଣ୍ଟ ସହଯୋଗୀର ଗୁରୁତ୍ବକୁ ବୁଝିପାରିଛି। ଚଣ୍ଡିଗଡ଼ରେ ନିକଟ‌ରେ ଏକ ରୢାଲିରେ ଉଦ୍‌ବୋଧନ ଦେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଥିଲେ ଯେ ବିଜେପି ଅକାଳି ଦଳ ସହ ଏହାର ସମସ୍ତ ପୂର୍ବତନ ଏନଡିଏ ମେଣ୍ଟ ସହଯୋଗୀମାନଙ୍କୁ ସମ୍ମାନ କରେ। ରାଜନାଥ କହିଥିଲେ, ଆଜି ମୁଁ ଏଠାରେ ଉପସ୍ଥିତ ରହି ପ୍ରକାଶ ସିଂହ ବାଦଲଙ୍କୁ ମିସ୍‌ କରୁଛି। ପ୍ରକାଶ ସିଂହ ବାଦଲଙ୍କ ଦଳ ‌ଏବେ ଏନ୍‌ଡିଏର ଏକ ଅଂଶ ନୁହେଁ। କିନ୍ତୁ ମୁଁ ଏହା କହିବାକୁ ଚାହୁଛି ଯେ ଆମେମାନେ ସବୁବେଳେ ଏନ୍‌ଡିଏର ମେଣ୍ଟ ସହଯୋଗୀଙ୍କୁ ସମ୍ମାନ ଦେଉ।

ଏହା ପୂର୍ବରୁ ‌ଗତ ମେ’ ୫ ତାରିଖ‌ରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ସ୍ବର୍ଗତ ପ୍ରକାଶ ସିଂହ ବାଦଲଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି ତାଙ୍କୁ ଭାଇଚାରା‌ର ସର୍ଦ୍ଦାର ବୋଲି କହିଥିଲେ। ଅନ୍ୟପକ୍ଷେ ବିଜେପି ୨୦୨୪ ଲୋକସଭା ନିର୍ବାଚନ ପାଇଁ କର୍ଣ୍ଣାଟକରେ ଜେଡିଏସ୍‌ ସହ ମେଣ୍ଟ କରିପାରେ। ମହାରାଷ୍ଟ୍ରରେ ଅଜିତ ପାୱାର ଯେଉଁଭଳି ସ୍ଥିତି ସୃଷ୍ଟି କଲେ କର୍ଣ୍ଣାଟକରେ ମଧ୍ୟ ସେଭଳି ସ୍ଥିତି ଉପୁଜିପାରେ ବୋଲି ଜେଡିଏସ୍‌ ମୁଖ୍ୟ ଏଚ୍‌ଡି କୁମାରସ୍ବାମୀ ଟିପ୍ପଣୀ ଦେଇଛନ୍ତି। କୁମାରସ୍ବାମୀ ଯାହା କହିଲେ ତାହା ବିଲକୁଲ ଠିକ୍‌ ବୋଲି କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଏସ୍‌ ୟେଦୁରପ୍ପା କହିଛନ୍ତି। ଭବିଷ୍ୟତରେ କୁମାରସ୍ବାମୀ ଏବଂ ବିଜେପି ଏକାଠି ଲଢ଼ିବେ ବୋଲି ୟେଦୁରପ୍ପା କହିଥିଲେ ମଧ୍ୟ ପରେ ସେ କହିଥିଲେ ଉକ୍ତ ପ୍ରସଙ୍ଗରେ ସେ କିଛି କହିପାରିବେନି। କେନ୍ଦ୍ରୀୟ ନେତୃବୃନ୍ଦ ଉକ୍ତ ପ୍ରସଙ୍ଗରେ ନିଷ୍ପତ୍ତି ନେବେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ