ଅପରାଧ ରାଜ୍ୟ

ହାତୀ ମୃତ୍ୟୁ ଘଟଣା: ବନ୍ଧା ହେଲେ ଚାଷୀଙ୍କ ସହ ପାଞ୍ଚ ସହଯୋଗୀ

ରାଉରକେଲା: ଗତ ୯ ତାରିଖ ହାତୀ ମୃତ୍ୟୁ ଘଟଣାରେ ରାଉରକେଲା ବନ ବିଭାଗ ଜଣେ ଚାଷୀଙ୍କ ସମେତ ପାଞ୍ଚ ଜଣଙ୍କୁ ଗିରଫ କରିଛି। ଏମାନଙ୍କ ନିକଟରୁ ମରଣାସ୍ତ୍ର ଜବତ ହୋଇଛି। ଉକ୍ତ ହାତୀଟି ବାରମ୍ବାର କ୍ଷେତକୁ ପଶି ଫସଲ ନଷ୍ଟ କରୁଥଲା । ଗତ ନଅ ତାରିଖ ରାତିରେ ହାତୀ ଫସଲ ଖାଉଥିଲା ବେଳେ ଗିରଫ ଚାଷୀ ଓ ତାର ଅନ୍ୟ ପାଞ୍ଚ ସହଯୋଗୀ ତାକୁ ତୀର ଓ ବର୍ଚ୍ଛାରେ ଆକ୍ରମଣ କରିଥିଲେ। ଗୁରୁତର ହାତୀଟି ସେଠାରୁ ଯାଇ ନିକଟସ୍ଥ ନାଳୀରେ ପଡ଼ି ମୃତ୍ୟୁବରଣ କରିଥିଲା।

ସୂଚନାଯୋଗ୍ୟ, ଗତ ୯ ତାରିଖରେ ସୁନ୍ଦରଗଡ଼ ଜିଲ୍ଲା ବାଙ୍କୀ ରେଞ୍ଜର ବାଙ୍କୀ ନିକଟସ୍ଥ ଟୁଁଗୁରି ଜଙ୍ଗଲରେ ଏକ ଦନ୍ତା ହାତୀର ମୃତଦେହ ଠାବ ହୋଇଥିଲା। ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିଲାl ହାତୀଟି ମରି ପଡ଼ିଥିବା ଦେଖି ସ୍ଥାନୀୟ ଲୋକ ବନ ବିଭାଗକୁ ଖବର ଦେଇଥିଲେ।

ସୂଚନା ପାଇ ରାଉରକେଲା ବନଖଣ୍ଡ ଅଧିକାରୀ ଯଶୋବନ୍ତ ସେଠୀ, ଏସିଏଫ ଓ ରେଞ୍ଜର ପହଁଚି ତଦନ୍ତ ଆରମ୍ଭ କରିଥିଲେ ।ତଦନ୍ତ ପରେ ହାତୀ ମୃତ୍ୟୁର କାରଣ ଜଣାପଡ଼ିଥିଲା ଏବଂ ଜଣେ ଚାଷୀଙ୍କ ସମେତ ପାଞ୍ଚ ଜଣଙ୍କୁ ଗିରଫ କରାଯାଇଥିଲା।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।