ରାଜ୍ୟ

ହାତୀ ମଣିଷ ଲଢ଼େଇ: ବିଛା ଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ମାଈହାତୀର ମୃତ୍ୟୁ

ବୈଶିଙ୍ଗା: ହାତୀଙ୍କୁ ସୁରକ୍ଷା ଦେବା ନେଇ ସରକାର ଡିଣ୍ଡିମ ପିଟୁଥିବାବେଳେ ଗୁରୁବାର ଭୋର ସମୟରେ ମୟୁରଭଞ୍ଜ ଜିଲ୍ଲା ବେତନଟୀ ରେଞ୍ଜ ତଥା ବୈଶିଙ୍ଗା ଥାନା ଅଧୀନ ସଇତପୁର ପଞ୍ଚାୟତର ଜାମଶୂଳି ଗ୍ରାମ ଉପକଣ୍ଠ ଧାନ ବିଲ ଚାରିପଟେ ଚାଷୀଙ୍କ ଦ୍ୱାରା ବିଛା ଯାଇଥିବା ଅସ୍ଥାୟୀ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଗୋଟିଏ ମାଈହାତୀର ଘଟଣାସ୍ଥଳରେ ଶୋଚନୀୟ ମୃତ୍ୟୁ ଘଟିଥିବାବେଳେ ଉକ୍ତ ହାତୀପଲର ଏକାଧିକ ହାତୀଙ୍କ ଜୀବନ ଅଳ୍ପକେ ବର୍ତ୍ତି ଯାଇଛି। 

ସୂଚନା ଅନୁଯାଇ ବେତନଟୀ ରେଞ୍ଜ ଅଧୀନ ସଇତପୁର ପଞ୍ଚାୟତର ଲୋକଙ୍କ ପ୍ରାୟତଃ ଚାଷଜମି ସବୁ ଜଙ୍ଗଲ ସଂଲଗ୍ନ। ତେବେ ବର୍ଷ ତମାମ ଏହି ସ୍ଥାନରେ ଏକାଧିକ ହାତୀପଲଙ୍କ ଉପଦ୍ରଵ ଦେଖିବାକୁ ମିଳେ। କିଛିଦିନ ପୂର୍ବରୁ ଜଙ୍ଗଲରେ ୧୯ଟିକିଆ ହାତୀପଲ ସହିତ ଗୋଟେ ୮ଟିକିଆ ହାତୀପଲ ଥିଲେ। ସେମାନେ ପ୍ରାୟତଃ ରାତିରେ ଜଙ୍ଗଲରୁ ବାହାରି ପାଖ ଚାଷଜମି ଓ ଗାଁରେ ପଶି ଉତ୍ପାତ କରୁଥିଲେ । 

ହେଲେ ଗତକାଲି ୧୯ଟିକିଆ ହାତୀପଲକୁ ବନବିଭାଗ ନଦୀ ପାର କରେଇ ମୁରୁଡ଼ା ପଟକୁ ଘୋଉଡାଇ ଦେଇଥିବାବେଳେ ୮ଟିକିଆ ହାତୀପଲ ଉକ୍ତ ଜଙ୍ଗଲରେ ରହିଯାଇଥିଲେ।

ହାତୀ ଉପଦ୍ରଵକୁ ଲକ୍ଷ୍ୟ କରି ନିଜ ଧାନ କ୍ଷେତକୁ ହାତୀ ଦାଉରୁ ସୁରକ୍ଷା ଦେବା ଉଦ୍ଦେଶ୍ୟରେ କିଛି ଚାଷୀ ଧାନ ବିଲ ଚାରିପଟେ ବିଦ୍ୟୁତ ତାର ବିଛେଇ ରାତିରେ ସେଥିରେ ବିଦ୍ୟୁତ ପ୍ରବାହ କରାଉଥିଲେ। 

ଦୁର୍ଭାଗ୍ୟବଶତଃ ଗୁରୁବାର ଭୋର ସମୟରେ  ହାତୀପଲ ମଧ୍ୟରୁ ଏକ ବିରାଟକାୟ ମାଈହାତୀ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ପ୍ରାଣ ହରାଇଥିବାବେଳେ ଅନ୍ୟ ହାତୀମାନେ ଜୀବନ ବଞ୍ଚାଇ ଜଙ୍ଗଲକୁ ଦୌଡ଼ି ପଳାଇଥିଲେ।

ଖବର ପାଇ ବେତନଟୀ ରେଞ୍ଜର ମନୁୱାର ଖାନ ସଦଳବଳ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ତେବେ ହାତୀ ମଣିଷ ଲଢ଼େଇରେ ଆଜି ଯେଉଁ ହାତୀର ଜୀବନ ଗଲା ତା ପାଇଁ ଦାୟୀ କିଏ ରହିବ ତାହା ନେଇ ପ୍ରଶ୍ନବାଚୀ ଉଠିଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।