ରାଜ୍ୟ

ହାତୀ ଭୟରେ କାନ୍ଧରୁ ଖସିଗଲା କାଠ, ସ୍ତ୍ରୀ ମୁଣ୍ଡରେ ପଡି ଚାଲିଗଲା ଜୀବନ

ତେଲକୋଇ ୦୧।୧୨ : ହାତୀ ଭୟରେ କାଠ ପକାଇଦେଲେ ସ୍ୱାମୀ । ସ୍ତ୍ରୀ ମୁଣ୍ଡରେ ପଡି ଚାଲିଗଲା ଜୀବନ । କେନ୍ଦୁଝର ଜିଲ୍ଲା ତେଲକୋଇ ବନାଞ୍ଚଳ ବିମଳା ଫରେଷ୍ଟ ବିଟ୍‌ ପୁରୁଷୋତ୍ତମପୁର ଗାଁ ଭୁଦେଇବେରେଣା ସାହିରେ ଦେଖିବାକୁ ମିଳିଛି ଏମିତି କିଛି ଘଟଣା ।

ଖବର ଅନୁଯାୟୀ, ବୁଧବାର ସକାଳ ସମୟରେ ରାଜେଶ ମୁଣ୍ଡା ଓ ସ୍ତ୍ରୀ ଜେମା ମୁଣ୍ଡା ଜାଳେଣୀ କାଠ ପାଇଁ ଗାଁ ନିକଟ ଜଙ୍ଗଲକୁ ଯାଇଥିଲେ । କାଠ ନେଇ ଘରକୁ ଫେରୁଥିବା ରାସ୍ତାକଡ଼ରେ ହାତୀ ହାତୀ ଦେଖିଥିଲେ । ହାତୀର ଗର୍ଜନରେ ଚମକି ପଡିଥିଲେ ରାଜେଶ । ଭୟରେ ରାଜେଶ କାନ୍ଧରୁ କାଠକୁ ପକାଇ ଦେଇଥିଲେ । ପଛରେ ଆସୁଥିବା ସ୍ତ୍ରୀ ଜେମା ମୁଣ୍ଡାଙ୍କ ମୁଣ୍ଡରେ କାଠଟି ପଡିଯାଇଥିଲା । ଯାହାଫଳରେ ତାଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା ।

ତେବେ ଘଟଣାଟି ବୁଧବାର ସକାଳ ୯ଟାରୁ ଘଟିଥିଲେ ମଧ୍ୟ ପୋଲିସ ପାଖରେ କୌଣସି ଖବର ନଥିଲା । ସେପଟେ ବନବିଭାଗ ବନବିଭାଗ ମଧ୍ୟ ଘଟଣା ସ୍ଥଳକୁ ଯାଇଥିଲେ ମଧ୍ୟ ଘଟଣା ସମ୍ପର୍କରେ ପୁଲିସକୁ ସୂଚନା ଦେଇନଥିଲେ। ଯାହା ଘଟଣାକୁ ସନ୍ଦେହ ଘେରକୁ ଟାଣିନେଇଛି। ଗୁରୁବାର ସକାଳୁ ଶବକୁ ସାହି ଲୋକଙ୍କ ସହାୟତାରେ ପୋଡି ଦେଇଥିବା ଜଣାପଡିଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।