ରାଜ୍ୟ

ହାତୀ ଆକ୍ରମଣରେ ୨ ବୃଦ୍ଧ ମୃତ

ବଣାଇଗଡ଼/ଦେବଗଡ଼ : ହାତୀ ଆକ୍ରମଣରେ ଆଜି ୨ଜଣ ବୃଦ୍ଧଙ୍କ ପ୍ରାଣବାୟୁ ଉଡ଼ିଯାଇଛି। ସେଥିମଧ୍ୟରୁ ଗୋଟିଏ ଘଟଣା ବଣାଇ ବନଖଣ୍ଡ ଏସ୍‌.ବଲାଙ୍ଗ ସେକ୍ସନର ଗୁଜାପାଳ ଗ୍ରାମରେ ଘଟିଥିବା ବେଳେ ଅନ୍ୟ ଏକ ଘଟଣା ଦେବଗଡ଼ ଜିଲ୍ଲା ବାରକୋଟ ରେଞ୍ଜ ଅନ୍ତର୍ଗତ ହ‌ରେକୃଷ୍ଣପୁର ଗ୍ରାମରେ ଘଟିଛି।

ଗୁଜାପାଳ ଗ୍ରାମରେ ମୃତ୍ୟୁବରଣ କରିଥିବା ବୃଦ୍ଧ ହେଉଛନ୍ତି କୁଲକୁତା ଗ୍ରାମର ସିଟୁ କିଷାନ। ସିଟୁ ସୋମବାର ଭୋର୍ ଗୁଜାପାଳ ଗ୍ରାମର ମୁଣ୍ଡାସାହିକୁ ଟୋଲ ଗୋଟାଇବା ପାଇଁ ଯାଇଥିବାବେଳେ ଅଚାନକ ଏକ ହାତୀପଲର ସମ୍ମୁଖୀନ ହୋଇଥିଲେ। ସେହି ହାତୀପଲ ମଧ୍ୟରୁ ଏକ ଦନ୍ତାହାତୀ ସିଟୁଙ୍କୁ ଆକ୍ରମଣ କରି ଦାନ୍ତରେ ଭୁସି ମାରିଦେଇଥିଲା। ମୃତକ ପରିବାରକୁ ପ୍ରାଥମିକ ଭାବେ ବନବିଭାଗ ପକ୍ଷରୁ ୨୫ ହଜାର ଟଙ୍କା ପ୍ରଦାନ କରାଯାଇଛି। ବାକି ଟଙ୍କା ତଦନ୍ତ ପରେ ଦିଆଯିବ ବୋଲି ବନଖଣ୍ଡ ଅଧିକାରୀ ପ୍ରକାଶ କରିଛନ୍ତି।

ଅନ୍ୟପକ୍ଷରେ, ଦେବଗଡ଼ ଜିଲ୍ଲା ବାରକୋଟ ରେଞ୍ଜ ଅନ୍ତର୍ଗତ ହ‌ରେକୃଷ୍ଣପୁର ଗ୍ରାମରେ ଦନ୍ତା ହାତୀ ଆକ୍ରମଣରେ ସୋମବାର ସକାଳେ ରେଙ୍ଗୁଟୁ ମାହାନ୍ତ (୬୯)ଙ୍କ ମୃତ୍ୟୁ ଘଟିଛି। ରବିବାର ରାତିରେ ଉକ୍ତ ଅଞ୍ଚଳରେ ହାତୀ ପଲ ପଶି ବ୍ୟାପକ ଫସଲ ନଷ୍ଟ କରିଥିଲେ। ଆଜି ସକାଳେ ହାତୀ ପଲ ନିକଟସ୍ଥ ଜଙ୍ଗଲରେ ବୁଲୁଥିବା ଦେଖି ଟୋଲ ଗୋଟାଉଥିବା ଲୋକେ ଭୟଭୀତ ହୋଇ ପଳାଇ ଆସିଥିଲେ। ତେବେ ସେହି ସମୟରେ ଶୌଚ ପାଇଁ ବ୍ରାହ୍ମଣୀ ନଦୀକୁ ଯାଉଥିବା ରେଙ୍ଗୁଟୁ ହାତୀଙ୍କ ହାବୁଡ଼ରେ ପଡ଼ିଯାଇଥିଲେ। ‌ଏକ ଦନ୍ତା ହାତୀ ଆକ୍ରମଣରେ ସେ ଗୁରୁତର ଆହତ ହୋଇଥିଲେ। ଗ୍ରାମବାସୀ ତାଙ୍କୁ ବାରକୋଟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବରପାଇ ବାରକୋଟ ରେଞ୍ଜର ଦିବ୍ୟଶଙ୍କର ବେହେରା, ଫରେଷ୍ଟର ପ୍ରୀତମ ସାହୁ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଥିଲେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।