ଅପରାଧ ରାଜ୍ୟ

ହାତୀଙ୍କ ଉପରେ ମାଡିଗଲା ଟ୍ରେନ୍‌, ମାଆ ସହ ଦୁଇ ହାତୀ ଛୁଆ ମୃତ

ବଡ଼ବିଲ ୨୦।୦୫ : ଟ୍ରେନ୍ ଧକ୍କାରେ ଗଲା ୩ ହାତୀଙ୍କ ଜୀବନ । ମାଆ ହାତୀ ସହ ଦୁଇ ହାତୀ ଛୁଆ ମୃତ ହୋଇଛି । କେନ୍ଦୁଝରର ଯୋଡ଼ା ନିକଟବର୍ତ୍ତୀ ବେହେରା ହଟିଂ ନିକଟରେ ଏହି ଅଭାବନୀୟ ଘଟଣା ଘଟିଛି । ଘଟଣାସ୍ଥଳରେ ବନ ବିଭାଗ ଅଧିକାରୀ ଓ ରେଲୱେ ଅଧିକାରୀ ଉପସ୍ଥିତ ଅଛନ୍ତି ।

ଖବର ଅନୁଯାୟୀ, ଦକ୍ଷିଣ ପୂର୍ବ ରେଲୱେ ଅନ୍ତର୍ଗତ, ବାଂଶପାଣୀ-ଜୁରୁଡ଼ି ରେଳପଥର ୪୦୪ ନମ୍ବର ପିଲାର୍ ନିକଟରେ ଏକ ମାଲବାହୀ ଟ୍ରେନ୍ ହାତୀପଲକୁ ଧକ୍କା ଦେଇଥିଲା । ଏହି ପଲରେ ୧୯ ଟି ହାତୀ ଥିଲେ । ଏମାନଙ୍କ ମଧ୍ୟରୁ ୩ ହାତୀଙ୍କ ମୃତ୍ୟୁ ହୋଇଛି । ଟ୍ରେନ୍ ଧକ୍କା ଦେବା ପରେ ପ୍ରବଳ ରକ୍ତସ୍ରାବ ଯୋଗୁ ସଙ୍ଗେ ସଙ୍ଗେ ଗୋଟିଏ ଛୁଆ ହାତୀର ମୃତ୍ୟୁ ହୋଇଥିଲା। ଆଉ ଏକ ଛୁଆ ହାତୀ ସହ ମାଆ ହାତୀ ଗୁରୁତର ହୋଇଥିଲେ । ଉଭୟ ଛୁଆ ହାତୀ ସହ ମାଆ ହାତୀର ମଧ୍ୟ ଜୀବନ ଚାଲି ଯାଇଛି । ସେହିପରି ଅନ୍ୟ ହାତୀମାନେ ସେମାନଙ୍କୁ ଘେରି ରହିଥିବାରୁ ରେସକ୍ୟୁ ଅପରେସନ ବାଧାପ୍ରାପ୍ତ ହୋଇଥିଲା। ପରେ ଅନ୍ୟ ହାତୀଙ୍କୁ ଘଉଡା ଯାଇଥିଲା । ଦୁର୍ଘଟଣା ପରେ ସେହି ରୁଟ୍ ଦେଇ ସମସ୍ତ ଟ୍ରେନ୍ ଚଳାଚଳ ବନ୍ଦ ରହିଥିଲା। ଆଜିଠୁ ପୁଣି ରେଳ ଚଳାଚଳ ସ୍ବଭାବିକ ହୋଇଛି । କିଛି ବର୍ଷ ପୂର୍ବେ ଏହି ରୁଟ୍ ରେ ଟ୍ରେନ୍ ଧକ୍କାରେ ୩ ହାତୀଙ୍କ ମୃତ୍ୟୁ ଘଟିଥିଲା ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।