ଲାଇଫ୍ ଷ୍ଟାଇଲ

ହାତରେ ଯଦି ଅଛି ଭାଗ୍ୟ ରେଖା ତାହେଲେ କୋଟିପତି ହେବାରେ କେହି ରୋକିପାରିବେ ନାହିଁ, ମିଳିଥାଏ ମା’ଲକ୍ଷ୍ମୀଙ୍କ ଅପାର କୃପା

ଭୁବନେଶ୍ୱର ୦୬/୦୨ : ହସ୍ତରେଖା ବିଜ୍ଞାନରେ ଭାଗ୍ୟ ରେଖାକୁ ଅନେକ ମହତ୍ତ୍ୱ ଦିଆଯାଇଛି। ଭାଗ୍ୟ ରେଖା ବ୍ୟକ୍ତିର ଭାଗ୍ୟ ଦର୍ଶାଇଥାଏ। ଯେଉଁମାନଙ୍କ ହାତରେ ଭାଗ୍ୟ ରେଖା ଥାଏ ସେମାନେ ବହୁତ ଶୀଘ୍ର ନିଜ ଲକ୍ଷ୍ୟ ପ୍ରାପ୍ତ କରିଥାନ୍ତି ଓ ପଦ, ପ୍ରତିଷ୍ଠା ଓ ଧନ ମାମଲାରେ ଭାଗ୍ୟଶାଳୀ ହୋଇଥାନ୍ତି। ଭାଗ୍ୟ ରେଖା ହାତର ମଝାମଝି ଥାଏ। ଏହା ଚନ୍ଦ୍ର ପର୍ବତରୁ ଆରମ୍ଭ ହୋଇ ଗୁରୁ ପର୍ବତକୁ ସ୍ପର୍ଶ କରିଥାଏ। ହାତରେ ଭାଗ୍ୟ ରେଖାକୁ ଚିହ୍ନିବା ବହୁତ ସହଜ। ହାତର ମଝିରେ ଯେଉଁ ରେଖା ପ୍ରଥମା କିମ୍ବା ଦ୍ଵିତୀୟା ଆଙ୍ଗୁଠି ଆଡକୁ ଅଗ୍ରସର ହୋଇଥାଏ ତାହା ଭାଗ୍ୟ ରେଖା।

ବ୍ୟକ୍ତିଙ୍କ ହାତରେ ଭାଗ୍ୟ ରେଖା ଯଦି ସ୍ପଷ୍ଟ ଏବଂ ସିଧା ତାହେଲେ ବ୍ୟକ୍ତି ଧନଵାନ ହୋଇଥାନ୍ତି। ଯେଉଁମାନଙ୍କ ହାତରେ ଭାଗ୍ୟ ରେଖା ସ୍ପଷ୍ଟ ବାରି ହୋଇପଡେ ସେମାନେ ଯେଉଁ କ୍ଷେତ୍ରରେ ରହିଲେ ବି ଧନୀ ଓ ଉଚ୍ଚ ପଦବୀ ପ୍ରାପ୍ତ କରିଥାନ୍ତି। ଯଦି ଭାଗ୍ୟ ରେଖା ମଣିବନ୍ଧ ରେଖାରୁ ଆରମ୍ଭ ହୋଇ ଶନି ପର୍ବତ ଅର୍ଥାତ ଦ୍ଵିତୀୟା ଆଙ୍ଗୁଠିକୁ ସ୍ପର୍ଶ କରେ ତାହେଲେ ଏହା ସର୍ବୋତ୍ତମ ଭାଗ୍ୟ ରେଖା ବୋଲି କୁହାଯାଏ। ଭାଗ୍ୟ ରେଖା ଯେତେ ଲମ୍ବା ବ୍ୟକ୍ତି ସେତେ ଭାଗ୍ୟଶାଳୀ ହୋଇଥାନ୍ତି।

ହାତରେ ଭାଗ୍ୟ ରେଖା ସ୍ପଷ୍ଟ ଥିଲେ ବ୍ୟକ୍ତିଙ୍କୁ ଭଗବାନ ଗଣେଶ ଓ ଲକ୍ଷ୍ମୀଙ୍କ ପୂଜା କରିବା ଉଚିତ। ଯଦି ହାତରେ ପର୍ବତ ଉଠିଥାଏ ତାହେଲେ ମଧ୍ୟ ବ୍ୟକ୍ତି ଧନ ମାମଲାରେ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି। ହାତରେ ଗୁରୁ, ଶନି, ସୂର୍ଯ୍ୟ ଓ ବୁଧ ପର୍ବତ ଥାଏ। ଏହି ପର୍ବତ ପର୍ଯ୍ୟାପ୍ତ ସ୍ଥିତିରେ ଉଠିଥିଲେ ବ୍ୟକ୍ତି କୋଟିପତି ହୋଇଥାନ୍ତି। ହାତରେ ଗୁରୁ ପର୍ବତ ଯଦି ଅଧିକ ଉଠିକି ଥାଏ ତାହେଲେ ବ୍ୟକ୍ତି ରାଜନୀତି, ଓକିଲାତି, ପ୍ରଶାସନ, ଶାସନ, ଶିକ୍ଷା କ୍ଷେତ୍ରରେ ଉଚ୍ଚ ପଦବୀ ପ୍ରାପ୍ତ କରିଥାନ୍ତି।

NewsLaxmi7

About Author

You may also like

ଲାଇଫ୍ ଷ୍ଟାଇଲ

ଭାତ ଖାଇ ଓଜନ ହ୍ରାସ କରନ୍ତୁ

ଆଜିକାଲି ଓଜନ ବଢିବା ଏକ ମୁଖ୍ୟ ସମସ୍ୟା ଭାବେ ଦେଖାଯାଉଛି । କେବଳ ବୟସ୍କ ବ୍ୟକ୍ତି ନୁହଁନ୍ତି ଅନେକ୍ କମ୍ ବୟସର ପିଲାଙ୍କ କ୍ଷେତ୍ରରେ ମଧ୍ୟ ଏହି
ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ