ଦେଶ ବିଦେଶ ମନୋରଞ୍ଜନ

ହାତରୁ ଦି’ହାତ ହେବେ ବରୁଣ, ବଛା ବଛା ୫୦ ଜଣ ନିମନ୍ତ୍ରିତ ଅତିଥି ତା‌ଲିକାରେ ଅଛନ୍ତି ଏହି ସବୁ ବଲିଉଡ୍‌ ଷ୍ଟାର୍‌

ମୁମ୍ବାଇ: କାଲି ଛାଡ଼ି ପହରଦିନ(ଜାନୁଆରି ୨୪)ରେ ବିବାହ ବନ୍ଧନରେ ଆବଦ୍ଧ ହେବେ ବଲିଉଡ୍‌ ଅଭିନେତା ବରୁଣ ଧାୱନ। ନିଜ ପ୍ରେମିକା ନତାଶା ଦଲାଲଙ୍କୁ ବିବାହ କରିବାକୁ ଯାଉଛନ୍ତି ବରୁଣ। ସେମାନେ ତାଙ୍କ ବିବାହକୁ ବାଛି ବାଛି ମାତ୍ର ୫୦ ଜଣଙ୍କୁ ନିମନ୍ତ୍ରଣ କରିଛନ୍ତି।

ସେମାନଙ୍କ ବିବାହ ଆଲିବାଗ୍‌ଠାରେ ହେବ ବୋଲି ସୂଚନା ରହିଛି। ଦୁଇ ପକ୍ଷର ପରିବାରର ସଦସ୍ୟମାନେ ବିବାହସ୍ଥଳରେ ଯାଇ ପହଞ୍ଚି ସାରିଲେଣି। ମହାମାରୀ କରୋନା କାରଣରୁ ବରୁଣ ଓ ତାଙ୍କ ଭାବି ପତ୍ନୀ ସେମାନଙ୍କ ବିବାହକୁ ମାତ୍ର ଅଳ୍ପ କେଇ ଜଣ ଅତିଥିଙ୍କୁ ଡାକିବାର ନିଷ୍ପତ୍ତି ନେଇଛନ୍ତି।

ବରୁଣ ଓ ନତାଶାଙ୍କ ବ୍ୟତୀତ ତାଙ୍କର କିଛି ଘନିଷ୍ଠ ବନ୍ଧୁ ଓ ପରିବାର ସଦସ୍ୟ ବିବାହରେ ଉପସ୍ଥିତ ରହିବେ। ସିନେ ନିର୍ମାତା କରଣ ଜୋହର ଏହି ବିବାହରେ ଉପସ୍ଥିତ ରହିବେ ବୋଲି ସୂଚନା ରହିଛି।

ଆଲିଆ ଭଟ୍ଟ ଓ ରଣବୀର କପୁର ବି ଏହି ବିବାହରେ ଉପସ୍ଥିିତ ରହିପାରନ୍ତି ବୋଲି ସୂତ୍ରରୁ ପ୍ରକାଶ। ଆହୁରି ବି ଜାଣିବାକୁ ମିଳିଛି ‌ଯେ ଦବଙ୍ଗବୟ ସଲମାନ ଖାନ ଓ କିଙ୍ଗ୍‌ଖାନ ଶାହାରୁଖଙ୍କୁ ମଧ୍ୟ ଏହି ବିବାହ ଉତ୍ସବକୁ ନିମନ୍ତ୍ରଣ ରହିଛି।

ସେମାନଙ୍କ ବିବାହ ଆଲିବଗର ଏକ ବିଚ୍‌ ରିସୋର୍ଟରେ ହେବାକୁ ସ୍ଥିର ହୋଇଛି। ବରୁଣ-ନତାଶା ଓ ତାଙ୍କ ପରିବାର ଲୋକ ବିବାହକୁ ନେଇ ଅନେକ ଗୋପନୀୟତା ବଜାୟ ରଖୁଥିବା ବେଳେ ଅତିଥିମାନଙ୍କୁ ଇ-ଇନ୍‌ଭିଟେସନ୍‌(ଅନ୍‌ଲାଇନ୍‌ରେ ନିମନ୍ତ୍ରଣ) ଦିଆଯାଇଛି ।

ଆପଣଙ୍କ ସୂଚନା ସକାଣେ ଜଣାଇ ଦେଉଛୁ ଯେ ବରୁଣ ଓ ନତାଶା ପରସ୍ପରଙ୍କୁ ସେମାନଙ୍କ ସ୍କୁଲ୍‌ ସମୟରୁ ଜାଣନ୍ତି। ମାତ୍ର ଅନେକ ବର୍ଷ ପରେ ଏକ ମ୍ୟୁଜିକାଲ୍‌ କନ୍‌ସର୍ଟରେ ଭେଟ ହେବା ପରଠାରୁ ସେମାନଙ୍କ ମଧ୍ୟରେ ପ୍ରେମ ସଂପର୍କ ଆରମ୍ଭ ହୋଇଥିଲ।।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ