ଅପରାଧ ରାଜ୍ୟ

ହାତବାନ୍ଧି ବସିଛି ଶିଶୁ ମଙ୍ଗଳ ସମିତି, ଜିଲ୍ଲାରେ ବଢ଼ି ଚାଲିଛି ନବଜାତ ଶିଶୁ ବିକ୍ରି!

ରାଉରକେଲା: ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲ୍ଲାରେ ଥମୁନି ନବଜାତ ଶିଶୁ ବିକ୍ରି। ମେଡ଼ିକାଲ ହେଉ ଅବା ବସ୍ତିରେ ଚାଲିଛି ଏଭଳି ବେଆଇନ କାରବାର। ଉପାନ୍ତ ବ୍ଲକ ନୁହେଁ ସହରରେ ମଧ୍ୟ ମାତ୍ର କେଇ ଟଙ୍କାରେ ମା’ ତା’ର ନବଜାତ ଶିଶୁକୁ ଅନ୍ୟ କୋଳକୁ ଟେକି ଦେଉଛି। ଗତ ପ୍ରାୟ ଦେଢ଼ ମାସ ତଳେ ରାଉରକେଲା ସରକାରୀ ହସ୍ପିଟାଲ (ଆର୍‌ଜିଏଚ୍‌)ରେ ନବଜାତ ଶିଶୁ ବିକ୍ରି ଧରାପଡିବା ପରେ ଜିଲ୍ଲାରେ ବେଆଇନ କାରବାର କେମିତି ଚାଲିଛି ଏଥିରୁ ସ୍ପଷ୍ଟ ବାରିହୋଇପଡୁଛି। ଜିଲ୍ଲାର ବିଭିନ୍ନ ଉପାନ୍ତ ବ୍ଲକର ବସ୍ତିରୁ ଏମିତି ମାଳ ମାଳ ଅଭିଯୋଗ ଆସୁଛି। ଶିଶୁମାନଙ୍କୁ ଉଦ୍ଧାର କରି ଚାଇଲ୍‌ଡ ଲାଇନରେ ରଖାଯାଉଛି। ଟେର୍‌ ପାଉ ନାହାନ୍ତି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଓ ଶିଶୁ ମଙ୍ଗଳ ସମିତି। ଜିଲ୍ଲାରେ ଶିଶୁ ବିକ୍ରିକୁ କେମିତି ରୋକାଯାଇପାରିବ, ଏଥିରେ କୌଣସି ଆଖିଦୃଶିଆ ପଦକ୍ଷେପ ନିଆଯାଉ ନାର୍ହି।

କାରଣ ଜିଲ୍ଲା ଶିଶୁ ମଙ୍ଗଳ ସମିତି (ସିଡବ୍ଲ୍ୟୁସି) ହେଉ ଅବା ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ସୁନ୍ଦରଗଡ଼ ଜିଲାରେ ଯେମିତି ଅକାମି ହୋଇପଡିଛି। ନବଜାତ ଶିଶୁମାନଙ୍କ ତଥ୍ୟ ରଖୁଥିବା ଆଶା ଓ ଅଙ୍ଗନବାଡିକର୍ମୀ ମଧ୍ୟ ଏ ସଂକ୍ରାନ୍ତରେ ବିଭାଗୀୟ ଅଧିକାରୀଙ୍କୁ କୌଣସି ସୂଚନା ଦେଉ ନାହାନ୍ତି। ଫଳରେ ଏହାର ଭରପୁର ସୁଯୋଗ ଉଠାଉଛନ୍ତି ଜିଲ୍ଲାରେ ମାତିଥିବା କିଛି ତଥାକଥିତ ଦଲାଲ। ଛୁଆ ନେଉଥିବା ଲୋକ ଓ ନବଜାତ ଶିଶୁର ମା’, ପରିବାର ସହ ମଧ୍ୟରେ ମଧ୍ୟସ୍ଥି ସାଜୁଛନ୍ତି। ନୂଆଗାଁ କଣ୍ଟାଝର ଅଞ୍ଚଳର ଜଣେ ଆସିଡିଏସ୍‌ କର୍ମୀ ନବଜାତ ଶିଶୁଙ୍କୁ ନିଜ କୋଳକୁ ନେଇ ଯାଇଛନ୍ତି। ଜଗଦା ଅଞ୍ଚଳର ଜଣେ ଶିକ୍ଷୟିତ୍ରୀ ସେହି ସମାନ ଆଇନ ବିରୋଧୀ କାମ କରିଛନ୍ତି। ହାତୀବାରି ଅଞ୍ଚଳର ଜଣେ ନିରୀହ ଆଦିବାସୀଙ୍କ ତାଙ୍କ ନବଜାତ ପୁତ୍ରସନ୍ତାନକୁ ଜଗଦାର ଜଣେ ଶିକ୍ଷୟତ୍ରୀଙ୍କୁ ଟେକି ଦେଇଥିଲେ। ସେମିତି ନିକଟରେ ନୂଆଗାଁ ପିତଲ ଗାଁରେ ସମାନ ଘଟଣା ଘଟିଥିଲା। ମା’ଙ୍କ ମୃତ୍ୟୁ ପରେ ନବଜାତ ଶିଶୁକନ୍ୟାକୁ ଜଣେ ଅଙ୍ଗନବାଡି କର୍ମୀ ନେଇଯାଇଥିଲେ।

ଚାଇଲ୍‌ଡ ଲାଇନ ନିକଟରେ କଥା ପହଞ୍ଚିଲା। ଟିମ୍‌ର ସଦସ୍ୟ, ସ୍ଥାନୀୟ ପୁଲିସ ସହାୟତାରେ ଅଙ୍ଗନବାଡିଙ୍କୁ ଠାବ କରିବା ସହ ଜିଲ୍ଲା ଶିଶୁ ମଙ୍ଗଳ ସମିତିକୁ ଜଣାଇଥିଲେ। ଅଙ୍ଗନବାଡିକର୍ମୀ ଜଣକ ସିଡବ୍ଲ୍ୟୁସି କୋର୍ଟରେ ନବଜାତ ଶିଶୁକନ୍ୟା ସହ ହାଜର ହୋଇଥିଲେ। ଦ୍ବିତୀୟ ଦିନରେ ସିଡବ୍ଲ୍ୟୁସି ଅଧ୍ୟକ୍ଷ ଓ ଅନ୍ୟ ସଦସ୍ୟସଦସ୍ୟାଙ୍କ ଉପସ୍ଥିତିରେ ନବଜାତ ଶିଶୁକନ୍ୟାକୁ ତାଙ୍କ ବାପାକୁ ଫେରାଇଥିଲେ।। କେବଳ ଜିଲ୍ଲାରେ ୪/୫ଟି ଘଟଣା ନୁହେଁ ଜିଲ୍ଲାର ଏମିତି ଅନେକ ଘଟଣା ଘଟୁଥିଲେ ହେଁ ଉଭୟ ବିଭାଗୀୟ ଅଧିକାରୀ ସୂଚନା ପାଉ ନାହାନ୍ତି। ନିୟମ ଅନୁଯାୟୀ ଜଣେ ପୋଷ୍ୟସନ୍ତାନ ଗ୍ରହଣ କରିବାକୁ ହେଲେ ଅନ୍‌ ଲାଇନରେ ଆବେଦନ ନିଜ ନାମ ପଞ୍ଜିକରଣ କରିବାକୁ ପଡିବ। ତାଙ୍କୁ ସ୍ପେଲିଆଲ୍‌ ଆଡପ୍‌ସନ୍‌ ଏଜେନ୍ସି (ସାଆ)ରେ ଥିବା ତିନିଟି ଶିଶୁର ଫଟୋ ଦେଖାଯିବ। ଆବେଦନକାରୀ ତିନିଟି ଶିଶୁ ମଧ୍ୟରେ ଜଣକୁ ଚୟନ କରିବେ। ପରେ ତାଙ୍କୁ ସରକାରୀ ନୀତି ନିୟମ ଅନୁଯାୟୀ ଶିଶୁଙ୍କୁ ହସ୍ତାନ୍ତର କରାଯିବ। ସୁନ୍ଦରଗଡ ଜିଲ୍ଲାରେ କିନ୍ତୁ ଏହାର ବହୁ ବ୍ୟତିକ୍ରମ ପରିଲକ୍ଷିତ ହେଉଛି। କିଛି ଦଲାଲ ଗ୍ରାମସଭା, କୋର୍ଟରେ ପୋଷ୍ୟ ସନ୍ତାନ ସମ୍ପର୍କିତ ରାଜିନାମା କରି ନବଜାତ ଶିଶୁ ନେଇଯାଉଛନ୍ତି। ଯାହା ସମ୍ପୂର୍ଣ୍ଣ ବେଆଇନ । ସିଡବ୍ଲ୍ୟୁସିର ପୂର୍ବତନ ସଦସ୍ୟଙ୍କ ହିବାନୁଯାୟୀ ଦାୟିତ୍ବରେ ଥିବା ଆଶା ଓ ଅଙ୍ଗନବାଡି କର୍ମୀମାନେ ଏ ସଂମ୍ପର୍କରେ କିଛି ସୂଚନା ଦେଉ ନାହାନ୍ତି। ଫଳରେ ଏମିତି ଘଟଣାର ବାରମ୍ବାର ପୁନରାବୃତ୍ତି ଘଟୁଛି। ସେପଟେ ନବଜାତ ଶିଶୁ କିଣାବିକା ରୋକିବାକୁ ଦୁଇ ବିଭାଗ ପକ୍ଷରୁ କୌଣସି ଠୋସ୍‌ ପଦକ୍ଷେପ ନିଆଯାଉ ନାହିଁ କିମ୍ବା ଲୋକଙ୍କ ମଧ୍ୟରେ ସଚେତତନତା କାର୍ଯ୍ୟକ୍ରମ ସୃଷ୍ଟି କରାଯାଉ ନଥିବାରୁ ସୁନ୍ଦରଗଡ୍ ଜିଲ୍ଲାରେ ନବଜାତ ଶିଶୁ ବିକ୍ରି ବଢ଼ିବାରେ ଲାଗିଛି। ଜିଲ୍ଲା ପ୍ରଶାସନ ଏ ଦିଗରେ ଦୃ୍ଷ୍ଟି ଦେବାର ଆବଶ୍ୟକତା ରହିଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।