ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ହାଜତରେ ୨ ମହିଳାଙ୍କୁ ଯୌନ ନିର୍ଯାତନା: ୬ ଆନ୍ଧ୍ର ପୁଲିସଙ୍କ ବିରୋଧରେ ମାମଲା ରୁଜୁ

ହାଇଦ୍ରାବାଦ  : ହାଜତରେ ୨ ଜଣ ମହିଳାଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗରେ ଆନ୍ଧ୍ରପ୍ର‌ଦେଶରେ ଜଣେ ଏସ୍‌ଆଇଙ୍କ ସମେତ ୬ ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଚିତ୍ତୁର ଟାଉନ ପୁଲିସ ଅନୁଯାୟୀ ଗତ କିଛି ଦିନ ତଳେ ଏହି ଘଟଣା ଘଟିଛି। ଚୋରି ମାମଲାରେ ସମ୍ପୃକ୍ତି ଥିବା ନେଇ ପୁଥଲପଟ୍ଟୁ ପୁଲିସ ଗୋଟିଏ ଗ୍ୟାଙ୍ଗର ୭ ଜଣ ସଦସ୍ୟଙ୍କୁ ଅଟକ ରଖିଥିଲା। ଏହି ଗ୍ୟାଙ୍ଗରେ ଉକ୍ତ ୨ ଜଣ ମହିଳା ଥିଲେ। ମହିଳା ୨ ଜଣ ମାମଲାରେ ସେମାନଙ୍କ ଦୋଷ ସ୍ବୀକାର କରିଛନ୍ତି। ସେମାନଙ୍କୁ ରିମାଣ୍ଡରେ ପଠାଯାଇଛି।

ସେହିପରି ଅନ୍ୟ ସନ୍ଦିଗ୍ଧମାନଙ୍କୁ ତାମିଲନାଡ଼ୁର କ୍ରୀଷ୍ଣାଗିରି ପଠାଯାଇଛି। ୨ ଜଣ ମହିଳା କ୍ରୀଷ୍ଣାଗିରି ଫେରିବାପରେ ଥାନାରେ ଅଭିଯୋଗ ଦାଏର କରିଛନ୍ତି। ସେମାନଙ୍କ ଅଭିଯୋଗ ଆଧାରରେ ଚିତ୍ତୁର ଟାଉନ ଥାନାରେ ମାମଲା ରୁଜୁ ହୋଇଛି। ଉକ୍ତ ଘଟଣାରେ ଅଧିକ ତଦନ୍ତ ଜାରି ରହିଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ