ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ହାଇ କୋଲେଷ୍ଟ୍ରୋଲ ହେଲେ ବଢ଼ିପାରେ ଏହି ରୋଗର ଆଶଙ୍କା, ରୁହନ୍ତୁ ସାବଧାନ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
ଅନେକ ସମୟରେ ଲୋକେ କୋଲେଷ୍ଟ୍ରୋଲ ସମସ୍ୟାକୁ ଗୁରୁତ୍ବ ଦେଇନଥାନ୍ତି। କିନ୍ତୁ କୋଲେଷ୍ଟ୍ରୋଲ ବଢ଼ିବା ଦ୍ବାରା ଆମ ଶରୀରରେ ଅନେକ ରୋଗର କାରଣ ହୋଇପାରେ। କୋଲେଷ୍ଟ୍ରୋଲ ଆମ ଶରୀରରେ ରକ୍ତରେ ରହିଥାଏ। ଅବଶ୍ୟ ଏହା ଆମ ଶରୀର ପାଇଁ ଆବଶ୍ୟକୀୟ ମଧ୍ୟ ହୋଇଥାଏ। ତେବେ କେବଳ ଗୁଡ୍ କୋଲେଷ୍ଟ୍ରୋଲ ହିଁ ଆମ ଶରୀର ପାଇଁ ଉପଯୋଗୀ ହୋଇଥାଏ। ଆଜି ଆମେ ଜାଣିବା ​‌କୋଲେଷ୍ଟ୍ରୋଲ ବଢ଼ିବା ଦ୍ବାରା ଆମ ଶରୀରରେ କେଉଁ ରୋଗର ବିପଦ ବଢ଼ିଥାଏ।

କୋରୋନାରୀ ହାର୍ଟ ଡିଜିଜ୍:

ଅନେକ ଥର ଡାକ୍ତର ମଧ୍ୟ ହାଇ କୋଲେଷ୍ଟ୍ରୋଲ ଆପଣଙ୍କ ହାର୍ଟ ପାଇଁ ଆଦୌ ଭଲ ନୁହେଁ ବୋଲି କହିଥିବେ। ପ୍ରକୃତରେ କୋଲେଷ୍ଟ୍ରୋଲ ବଢ଼ିବା ଦ୍ବାରା କୋରୋନାରୀ ହାର୍ଟ​‌ ରୋଗର ଆଶଙ୍କା ବଢ଼ିଥାଏ। ଏଭଳି ସ୍ଥିତିରେ ହାର୍ଟ ଆଟାକ୍ ଆଶଙ୍କା ମଧ୍ୟ ବଢ଼ିଥାଏ। ଏହା ଏଥିପାଇଁ ​‌କୋଲେଷ୍ଟ୍ରୋଲର ସ୍ତର ବଢ଼ିବା ଯୋଗୁଁ ଧମନୀ ବନ୍ଦ ହେବାକୁ ଲାଗିଥାଏ। ଫଳରେ ରକ୍ତ ସଞ୍ଚାଳନ ଠିକ୍ ଭାବରେ ହୋଇନଥାଏ।

ଷ୍ଟ୍ରୋକ୍:

ହାଇ କୋଲେଷ୍ଟ୍ରୋଲ୍‌ ହେବା ଯୋଗୁଁ ଷ୍ଟ୍ରୋକ୍‌ ଆଶଙ୍କା ମଧ୍ୟ ବଢ଼ିପାରେ। ହାଇ କୋଲେଷ୍ଟ୍ରୋଲ କେବଳ ହାର୍ଟ ପର୍ଯ୍ୟନ୍ତ ନୁହେଁ ବରଂ ମସ୍ତିଷ୍କ ପର୍ଯ୍ୟନ୍ତ ଧମନୀକୁ ମଧ୍ୟ ବନ୍ଦ କରିଦେଇଥାଏ। ଯେତେବେଳେ ଠିକ୍ ଭାବରେ ରକ୍ତ ପ୍ରବାହ ହୋଇପାରେନାହିଁ ଷ୍ଟ୍ରୋକ୍‌ ସମ୍ଭାବନା ବଢ଼ିଯାଇଥାଏ।

କିଡନୀ ଫେଲ୍ ହେବା:

ଅନେକ ଥର କୋଲେଷ୍ଟ୍ରୋଲ୍‌ ବଢ଼ିବା ଯୋଗୁଁ କିଡନୀ ଉପରେ ମଧ୍ୟ ଏହାର ପ୍ରଭାବ ବଢ଼ିଥାଏ।କିଡନୀ ଫେଲ୍ ହେବାର ଅନେକ କାରଣ ହୋଇଥାଇପାରେ ସେଥିମଧ୍ୟରୁ ଉଚ୍ଚ କୋଲେଷ୍ଟ୍ରୋଲ ଏକ ମୁଖ୍ୟ କାରଣ ହୋଇପାରେ। କୋଲେଷ୍ଟ୍ରୋଲ ବଢ଼ିବା ଦ୍ବାରା କିଡନୀ ସହ ଜଡ଼ିତ ରକ୍ତ ଧମନୀରେ ବ୍ଲଡ୍ ଯୋଗାଣ ବାଧା ଉପୁଜି ଥାଏ।

ହାଇ ବ୍ଲଡ ପ୍ରେସର:

କୋଲେଷ୍ଟ୍ରୋଲ ସ୍ତର ଲଗାତାର ବଢ଼ିରହିଲେ ଉଚ୍ଚ ରକ୍ତ ଚାପ ସମସ୍ୟାର ସାମ୍ନା କରିବାକୁ ପଡ଼ିପାରେ। ଏଭଳି ଏଥିପାଇଁ ହୋଇଥାଏ କାରଣ ଯେତେବେଳେ ଧମନୀରେ କୋଲେଷ୍ଟ୍ରୋଲ ଜମା ହେବା କାରଣରୁ ଧମନୀ ସଂକୀର୍ଣ୍ଣ ହୋଇଯାଏ, ସେତେବେଳେ ହାର୍ଟ ଶରୀରର ଅନ୍ୟ ଅଙ୍ଗକୁ ରକ୍ତ ସଞ୍ଚାଳନ କରିପାରିନଥାଏ।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ