ରାଜ୍ୟ ସ୍ପେଶାଲ ରିପୋର୍ଟ

ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍‌ ନଥିଲେ ଜରିମାନା, ୨୩ରୁ ଲାଗୁ ହେବ

କଟକ : ରାଜ୍ୟରେ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍‌ ଲଗାଇ ନଥିବା ଗାଡି ମାଲିକଙ୍କୁ ଆଉ ଛଡ଼ା ଯିବ ନାହିଁ। ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ ଲଗାଇ ନଥିବା ଗାଡ଼ି ଚାଳକଙ୍କ ବିରୋଧରେ ଜୁନ୍‌ ୨୩ ତାରିଖରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସେମାନଙ୍କ ଠାରୁ ଇ-ଚାଲାଣ ଜରିଆରେ ୫ ହଜାରରୁ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ଆଦାୟ କରାଯିବ ବୋଲି ରାଜ୍ୟ ପରିବହନ ପ୍ରାଧିକରଣ (ଏସ୍‌ଟିଏ) ପକ୍ଷରୁ ସୂଚନା ଦିଆଯାଇଛି।

ବିନା ହାଇସିକ୍ୟୁରିଟି ନମ୍ବରରେ ଚାଲିଥିବା ଗାଡି ଗୁଡିକୁ ଚିହ୍ନଟ କରିବା ପାଇଁ ଏସ୍‌ଟିଏ ପକ୍ଷରୁ ଏକ ସ୍ବତନ୍ତ୍ର ଅଭିଯାନ ଜୁନ୍‌ ୨୩ ତାରିଖରୁ ଆରମ୍ଭ ହେବ ବୋଲି ମଧ୍ୟ ଏସ୍‌ଟିଏ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନା ଅନୁଯାୟୀ ୨୦୧୯ ଏପ୍ରିଲ ପହିଲା ପୂର୍ବରୁ ପଞ୍ଜୀକୃତ ‌ହୋଇଥିବା ପୁରୁଣା ଯାନରେ ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ୍‌ ନମ୍ବର ପ୍ଲେଟ୍‌ ଳଗାଇବାର‌ ଅବଧି ୨୦୨୩ ଫେବ୍ରୁଆରି ୨୮ ତାରିଖ‌ରୁ ଶେଷ ‌ହୋଇଛି। ମାତ୍ର କିଛି ଗାଡି ଏହି ହାଇସିକ୍ୟୁରିଟି ରେଜିଷ୍ଟ୍ରେସନ୍‌ ନମ୍ବର ପ୍ଳେଟ୍‌ ନ ଲଗାଇ ଏବେ ବି ରାସ୍ତାରେ ଗାଡି ଚଳାଉଥିବା ଦେଖିବାକୁ ମିଳିଛି।

ଏ ନେଇ ଅତିରିକ୍ତ ପରିବହନ କମିସନର ଲାଲମୋହନ ‌ସେଠୀ ସୂଚନା ଦେଇଛନ୍ତି ଯେ ୨୦୨୩ ଜୁନ ୭ ତାରିଖ ସୁଦ୍ଧା ମୋଟ ୪୦ ଲକ୍ଷ ୯୩ ହଜାର ୬୦୮ ଗାଡି ମାଲିକ ନମ୍ବର ପ୍ଲେଟ୍‌ ଲଗାଇବାକୁ ସ୍ଲଟ୍‌ ବୁକିଂ କରିଛନ୍ତି। ସେଥିମଧ୍ୟରୁ ୩୫ ଲକ୍ଷ ୮୭ ହଜାର ୫୭୭ଟି ଗାଡିରେ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍‌ ଲଗା ସରିଛି। ଦଣ୍ଡ ବିଧାନରୁ ରକ୍ଷା ପାଇବା ପାଇଁ ଯାନବାହନ ମାଲିକମାନଙ୍କୁ ଶୀଘ୍ର ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍‌ ଲଗାଇବାକୁ ପରାମର୍ଶ ଦିଆଯାଇଛି। ମୋଟର ଭେହିକିଲ ଆକ୍ଟ, ୧୯୮୮ ଧାରା ୧୯୨ ଅଧୀନରେ ଯଦି ଗାଡିରେ ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ ନ ଥିବ ତେବେ ସେହି ଗାଡି ଗୁଡିକ ବିରୋଧରେ ଚାଲାଣ ଜାରି କରାଯିବ। ସମସ୍ତ ଯାନକୁ ଏଚ୍‌ଏସଆରପି ସହିତ ସଂଲଗ୍ନ କରିବାକୁ ବାଧ୍ୟତାମୂଳକ କରାଯାଇଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।