ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
କୋରାପୁଟ: ଆଜି ଅପରାହ୍ଣରେ ଭାରତ ରାଷ୍ଟ୍ର ସମିତି (ବିଆରଏସ୍) ପକ୍ଷରୁ ହାଇଦ୍ରାବାଦରେ ଏକ ମିଶ୍ରଣ ପର୍ବର ଆୟୋଜନ କରାଯାଇଛି। ଏଥିରେ ଓଡ଼ିଶାର ବହୁ ନେତା ଯୋଗ ଦେବାକୁ ଯାଉଛନ୍ତି। ବସ୍ ଓ ଟେ୍ରନରେ ବହୁସଂଖ୍ୟକ ନେତା ହାଇଦ୍ରାବାଦରେ ପହଞ୍ଚିଥିବାର ସୂଚନା ରହିଛି। ଏମାନଙ୍କ ମଧ୍ୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ, ପତ୍ନୀ ତଥା ପୂର୍ବତନ ସାଂସଦ ହେମା ଗମାଙ୍ଗ ଓ ପୁଅ ଶିଶିର ଗମାଙ୍ଗ ଆଜି ଭାରତ ରାଷ୍ଟ୍ର ସମିତି (ବିଆରଏସ୍)ରେ ଯୋଗ ଦେବେ। ଆଜି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କ ଉପସ୍ଥିତିରେ ବିଆର୍ଏସ୍ରେ ଆନୁଷ୍ଠାନିକ ଭାବେ ସାମିଲ ହେବେ।
ସେହିପରି ୪୦ବର୍ଷ ଧରି ଅଣକଂଗ୍ରେସ ଆଦିବାସୀ ନେତା ଭାବେ କୋରାପୁଟ ଜିଲ୍ଲାର ମଙ୍ଗ ଧରିଥିବା ଜୟରାମ ପାଙ୍ଗି ମଧ୍ୟ ଆଜି ବିଆର୍ଏସରେ ଯୋଗଦେବେ। ଏହାଛଡ଼ା ନବନିର୍ମାଣ କୃଷକ ସଂଗଠନର କିଛି କାର୍ଯ୍ୟକର୍ତ୍ତା ବି ମିଶ୍ରଣ ପର୍ବରେ ସାମିଲ ହୋଇ ଆନୁଷ୍ଠାନିକ ଭାବେ ବିଆର୍ଏସ୍ରେ ଯୋଗ ଦେବେ ବୋଲି ଜଣାଯାଇଛି। ଏହାଛଡ଼ା ରାମଚନ୍ଦ୍ର ହାଁସଦା ମଧ୍ୟ ହାଇଦ୍ରାବାଦରେ ବିଆର୍ଏସରେ ଯୋଗ ଦେବେ। ପୁର୍ବତନ ବିଧାୟକ ନବୀନ ନନ୍ଦ, ବୃନ୍ଦାବନ ମାଝୀ, ରାଘବ ସେଠୀ, ଦେବରାଜ ସେଠ, ବିଶିଷ୍ଟ ଚାଷୀ ନେତା ଅକ୍ଷୟ କୁମାର, ଚାଷୀ ନେତା ଶେଷଦେଵ ନନ୍ଦ, ସୂଚନା ଅଧିକାର କର୍ମୀ ପ୍ରଦୀପ ପ୍ରଧାନ ଆଜି ବିଆର୍ଏସରେ ଯୋଗ ଦେବେ। ୯ ଜଣ ପୂର୍ବତନ ବିଧାୟକ, ଜଣେ ପୂର୍ବତନ ସାଂସଦ ଆଜି ମିଶୁଛନ୍ତି। ସେହିପରି ବହୁ ଚାଷୀ ନେତା, ସମାଜସେବୀ, ଆଇନଜୀବୀ ମଧ୍ୟ ବିଆର୍ଏସ ମୁଖ୍ୟ କେ. ଚନ୍ଦ୍ରଶେଖର ରାଓଙ୍କ ଉପସ୍ଥିତରେ ଦଳରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।
ଓଡ଼ିଶାକୁ ନେଇକି କେସିଆର ବଡ଼ ସ୍ଵପ୍ନ ଦେଖିଛନ୍ତି ବୋଲି କୈଳାଶ ମୁଖୀ କହିଛନ୍ତି। ତାଙ୍କ ଅନୁଯାୟୀ, ଆଗାମୀ ସାଧାରଣ ନିର୍ବାଚନରେ ୧୪୭ ନିର୍ବାଚନମଣ୍ଡଳୀରେ ପ୍ରାର୍ଥୀ ଦେବାକୁ ଦଳ ଯୋଜନା ପ୍ରସ୍ତୁତି କରୁଛି। ଶହ ଶହ ନେତା ସାମିଲ ହେଉଛନ୍ତି, ଆଗକୁ ଅନେକ ନେତା ଦଳରେ ଯୋଗ ଦେବେ ।
ସୂଚନାଯୋଗ୍ୟ, ବିଆରଏସ୍ ମୁଖ୍ୟ କେ. ଚନ୍ଦ୍ରଶେଖର ରାଓଙ୍କୁ ସୌଜନ୍ୟମୂଳକ ସାକ୍ଷାତ ପରେ ନୂଆ ରାଜନୈତିକ ସମୀକରଣର ଇସାରା ଦେଇଥିଲେ ଗିରିଧର, ଜୟରାମ ଏବଂ ଶିଶିର। ବିଜେପିରେ କୋଣଠେସା ହେବାପରେ ନୂଆ ରାଜନୈତିକ ସାଥୀ ସନ୍ଧାନରେ ରହିଥିଲେ। କିଛିଦିନ ତଳେ ବିଆର୍ଏସ୍ ମୁଖ୍ୟଙ୍କୁ ଭେଟିବା ପରେ ରାଜନୈତିକ ଆକଳନ ଆରମ୍ଭ ହୋଇଥିଲା। କିନ୍ତୁ, ବିଆର୍ଏସ୍ରେ ସାମିଲ ହେବା ସଂପର୍କରେ ଦୁଇ ବରିଷ୍ଠ ନେତା ଜୟରାମ ଏବଂ ଗିରିଧର ମାପିଚୁପି ପ୍ରତିକ୍ରିୟା ଦେଇଥିଲେ। ଶେଷରେ ଆଜି ଜୟରାମ ପାଙ୍ଗି ଚର୍ଚ୍ଚାରେ ବିରାମ ଲଗାଇ ଗୋଟିଏ ଭିଡିଓ ଜାରି କରିଥିଲେ। ସେଥିରେ ସେ ଆସନ୍ତା ୨୭ ତାରିଖରେ ବିଆର୍ଏସ୍ରେ ଯୋଗ ଦେଉଥିବା ପ୍ରକାଶ କରିଥିଲେ।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l