ରାଜ୍ୟ

ହାଇଟେକ ଏସି ବିସ୍ଫୋରଣ ଘଟଣା: ଆଉ ଜଣଙ୍କ ମୃତ୍ୟୁ, ମୃତକଙ୍କ ସଂଖ୍ୟା ୩ରେ ପହଞ୍ଚିଲା

ଭୁବନେଶ୍ବର: ହାଇଟେକ ଏସି ବିସ୍ଫୋରଣ ଘଟଣାରେ ଆଉ ଜଣଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ଦିଲ୍ଲୀପ ସାମନ୍ତରାୟ। ଗୁରୁତର ଥିବା ଦିଲୀପ ସାମନ୍ତରାୟ ଆଖି ବୁଜିଛନ୍ତି। ଭୋର ୩ଟାରୁ ୩ଟା ୩୦ ମଧ୍ୟରେ ଆଖି ବୁଜିଛନ୍ତି ଦିଲୀପ। ଏନେଇ ହାଇଟେକ ମେଡିକାଲ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

ଉଲ୍ଲେଖଯୋଗ୍ୟ, ହାଇଟେକ୍ ହସ୍ପିଟାଲ୍‌ ବିସ୍ଫୋରଣରେ ଜୀବିତଙ୍କୁ ମୃତ, ମୃତଙ୍କୁ ଜୀବିତ ବୋଲି ଭାବିନେବାରୁ ଯାହାସବୁ ହୋଇଥିଲା, ଆଜି ତା’ର ପ୍ରଭାବ ଦେଖିବାକୁ ମିଳିଥିଲା। ଜ୍ୟୋତି ରଞ୍ଜନ ମଲ୍ଲିକ ଚିକିତ୍ସିତ ହେଉଛନ୍ତି ବୋଲି ନିଶ୍ଚିତ ହୋଇ ଅପେକ୍ଷାରେ ଥିବା ତାଙ୍କ ସମ୍ପର୍କୀୟ ଓ ପରିବାର ଲୋକେ ଆଜି ହଠାତ୍ ତାଙ୍କର ମୃତ୍ୟୁ ଖବର ପାଇଥିଲେ। ଏମିତିକି ତାଙ୍କ ଶବଦାହ ମଧ୍ୟ ସରିଛି ବୋଲି ସେମାନଙ୍କୁ ଜଣାଇଦିଆଯାଇଥିଲା।

ଏହି ଖବର ପାଇ ସେମାନେ ହତବାକ୍ ହୋଇଯାଇଥିଲେ। ସେମାନେ ବିଶ୍ବାସ କରିପାରିନଥିଲେ। ସେମାନେ ତାଙ୍କୁ ଫେରିପାଇବା ପାଇଁ ଜିଦ୍‌ ଧରିଥିଲେ। ଜୀବିତ ନ ହେଲେ ନାହିଁ, ତାଙ୍କ ମୃତ ଶରୀର ଫେରାଇବାକୁ କହିଥିଲେ। ଏହି ଦାବି ନେଇ ସେମାନେ ହସ୍ପିଟାଲ୍‌ ସମ୍ମୁଖରେ ଧାରଣା ଦେଇଥିଲେ। ଏହାକୁ ନେଇ ଉତ୍ତେଜନା ସୃଷ୍ଟି ହୋଇଥିଲା। ସ୍ଥିତି ବିଗିଡ଼ିବାରୁ ମଞ୍ଚେଶ୍ବର ଥାନା ପୁଲିସ, ଏଡିସିପି ପ୍ରକାଶ ପାଲ୍‌ ଘଟଣାସ୍ଥଳରେ ପହଞ୍ଚିଥିଲେ। ବୁଝାସୁଝା ପାଇଁ ସେମାନେ ପହଞ୍ଚିବା ପରେ ଜ୍ୟୋତିରଂଜନଙ୍କ ପରିବାର ଲୋକେ ସେମାନଙ୍କୁ ଓ ହସ୍ପିଟାଲ୍‌ କର୍ତ୍ତୃପକ୍ଷଙ୍କୁ କାନ୍ଦି କାନ୍ଦି ଗୁହାରି କରିଥିଲେ। ଏମିତି କି ସେମାନଙ୍କ ଗୋଡ଼ ଧରିବାକୁ ବି ପଛାଇନଥିଲେ। ଶୋକ ଭିତରେ ଗତକାଲି ସକାଳୁ ଅପରାହ୍ଣ ପର୍ଯ୍ୟନ୍ତ ଏଭଳି ଅପ୍ରୀତିକର ସ୍ଥିତି ଦେଖିବାକୁ ମିଳିଥିଲା ହସ୍ପିଟାଲ୍‌ ପରିସରରେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।