ରାଜ୍ୟ

ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ନେଇ ସରକାରଙ୍କ ପାଖରେ ପ୍ରସ୍ତାବ ନାହିଁ

ଭୁବନେଶ୍ବର : କେନ୍ଦ୍ର ସରକାରଙ୍କ ନିକଟରେ ହାଇକୋର୍ଟ କିମ୍ବା ସୁପ୍ରିମକୋର୍ଟର ବେଞ୍ଚ ପ୍ରତିଷ୍ଠା ନେଇ ଏବେ କୌଣସି ସଂପୂର୍ଣ୍ଣ ପ୍ରସ୍ତାବ ବାକି ନାହିଁ। ୨୦୧୯ ମସିହାରେ କୋଲକତା ହାଇକୋର୍ଟଙ୍କ ସର୍କିଟ୍ ବେଞ୍ଚ ଜଳପାଇଗୁଡ଼ିଠାରେ ପ୍ରତିଷ୍ଠା ହୋଇସାରିଛି। ସାଂସଦ ସସ୍ମିତ ପାତ୍ରଙ୍କ ଏକ ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି କେନ୍ଦ୍ର ଆଇନ ରାଷ୍ଟ୍ରମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ।

ଶ୍ରୀ ମେଘୱାଲ କହିଛନ୍ତି ଯେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ରାଜ୍ୟ ସରକାରଙ୍କ ପକ୍ଷରୁ ଭିତ୍ତିଭୂମି ଓ ବ୍ୟୟ ଅଟକଳ ସଂପର୍କିତ ସଂପୂର୍ଣ୍ଣ ପ୍ରସ୍ତାବ ଓ ସଂପୃକ୍ତ ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କ ଅନୁମୋଦନ ପରେ ଯଶୋବନ୍ତ ସିଂହ କମିସନ ଅନୁଯାୟୀ ହୋଇଥାଏ। ସଂପୂର୍ଣ୍ଣ ପ୍ରସ୍ତାବ ପାଇଁ ସଂପୃକ୍ତ ରାଜ୍ୟର ରାଜ୍ୟପାଳଙ୍କ ଅନୁମୋଦନର ମଧ୍ୟ ଆବଶ୍ୟକତା ରହିଛି। ସମ୍ବିଧାନର ଧାରା ୧୩୦ ଅନୁଯାୟୀ ସୁପ୍ରିମକୋର୍ଟ ଦିଲ୍ଲୀ କିମ୍ବା ରାଷ୍ଟ୍ରପତି ଅନୁମୋଦନ ପରେ ଅନ୍ୟ ସ୍ଥାନରେ ବସିପାରିବେ। ୧୮ତମ ଆଇନ କମିସନଙ୍କ ତାଙ୍କର ୨୨୯ତମ ରିପୋର୍ଟରେ ଦିଲ୍ଲୀଠାରେ ସାମ୍ବିଧାନିକ ବେଞ୍ଚ ପ୍ରତିଷ୍ଠା ଓ ଦିଲ୍ଲୀରେ ଉତ୍ତରାଞ୍ଚଳ, ଚେନ୍ନାଇ-ହାଇଦ୍ରାବାଦରେ ଦକ୍ଷିଣାଞ୍ଚଳ, କୋଲାକାତାରେ ପୂର୍ବାଞ୍ଚଳ ଓ ମୁମ୍ବାଇରେ ପଶ୍ଚିମାଞ୍ଚଳକୁ ମିଶାଇ ୪ଟି କାସାସନ ବେଞ୍ଚ ପ୍ରତିଷ୍ଠା ହୋଇପାରିବ ନେଇ ପ୍ରସ୍ତାବ ଦେଇଥିଲେ। ତେବେ ଏ ସଂପର୍କିତ ପ୍ରସ୍ତାବ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତିଙ୍କ ନିକଟକୁ ଯାଇଥିଲା। ୨୦୧୦ ମସିହାରେ ହୋଇଥିବା ସୁପ୍ରିମକୋର୍ଟ ପକ୍ଷରୁ ହୋଇଥିବା ବୈଠକରେ ଦିଲ୍ଲୀ ବାହାରେ ସୁପ୍ରିମକୋର୍ଟଙ୍କ କୌଣସି ବେଞ୍ଚ ପ୍ରତିଷ୍ଠାର କୌଣସି ଆବଶ୍ୟକତା ନ ଥିବା କୁହାଯାଇଥିଲା।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।