ରାଜ୍ୟ ସ୍ପେଶାଲ ରିପୋର୍ଟ

ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବି, ଅଧା ରାସ୍ତାରୁ ଫେରିଗଲେ ବିଚାରପତି

ସମ୍ବଲପୁର ୧୬/୧୧: ସମ୍ବଲପୁରରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି ନେଇ ରାଜ୍ୟ ସରକାରଙ୍କ ଟାଳଟୁଳ ନୀତି ବିରୋଧରେ କଡା ଆଭିମୁଖ୍ୟ ଆପଣାଇଛି ଜିଲ୍ଲା ଓକିଲ ସଙ୍ଘ । ୨ ତାରିଖରୁ ପ୍ରତେକ ବୁଧବାର ସରକାରୀ କାର୍ଯ୍ୟାଳୟ ଓ ବିଚାର ବିଭାଗୀୟ ଅଦାଲତ ଗୁଡିକୁ ବନ୍ଦ କରାଯାଉଛି ।

ବୁଧବାର ସକାଳୁ ସମସ୍ତ ସରକାରୀ କାର୍ଯ୍ୟାଳୟ ଗୁଡିକରେ ଓକିଲ ମାନେ ପିକେଟିଂ କରି ବନ୍ଦ୍ କରିଥିଲେ । ଏହାପରେ କୋର୍ଟକୁ ଆସୁଥିବା ସମସ୍ତ ବିଚାରପତିଙ୍କୁ ଅଦାଲତ ନଯିବା ପାଇଁ ଅନୁରୋଧ କରିଥିଲେ ଆନ୍ଦୋଳନରତ ଆଇନଜୀବୀ । ତଥାପି ବିଚାରପତି ମାନେ କିଛି ସମୟ ଅପେକ୍ଷା କରିଥିଲେ । ହେଲେ ଆନ୍ଦୋଳନରତ ଓକିଲ ମାନେ ବିଭିନ୍ନ ସ୍ଲୋଗାନ ମାନ ଦେଇ ବିଚାରପତି ମାନଙ୍କୁ ଅଧାରସ୍ତାରୁ ଫେରାଇ ଦେଇଥିଲେ ।

ସେପଟେ ସୁପ୍ରିମକୋର୍ଟ ଦେଇଥିବା ନିର୍ଦ୍ଦେଶନାମାକୁ ସମ୍ବଲପୁର ଓକିଲ ସଙ୍ଘ କଡା ଭାଷାରେ ନିନ୍ଦା କରିଛନ୍ତି । ଏହି ଆନ୍ଦୋଳନକୁ ଆଜି ବିଭିନ୍ନ ସଂଗଠନ ମାନେ ମଧ୍ୟ ସମର୍ଥନ ଦେଇଛନ୍ତି ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।