ରାଜ୍ୟ ସ୍ପେଶାଲ ରିପୋର୍ଟ

ହାଇକୋର୍ଟ ବେଞ୍ଚ ଦାବିରେ ବଲାଙ୍ଗୀର ବନ୍ଦ, ସରକାରୀ କାର୍ଯ୍ୟାଳୟରେ ତାଲା

ବଲାଙ୍ଗୀର ୧୭/୧୧: ବଲାଙ୍ଗୀରରେ ହାଇକୋର୍ଟ ବେଞ୍ଚର ପୁନଃ ସ୍ଥାପନ ଦାବି । ଏହାକୁ ନେଇ ବଲାଙ୍ଗୀର ଆଜି ବନ୍ଦ ପାଳନ । ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସମସ୍ତ କାର୍ଯ୍ୟାଳୟ ସହ ପୋଷ୍ଟ ଅଫିସ ଓ ବ୍ୟାଙ୍କକୁ ବନ୍ଦ୍ କରିଛନ୍ତି ଆନ୍ଦୋଳନକାରୀ ।

ତେବେ ହାଇକୋର୍ଟ ବେଞ୍ଚ ଦାବିରେ ପ୍ରତି ମାସର ତୃତୀୟ ଗୁରୁବାର ବନ୍ଦ ପାଳନ କରାଯାଉଛି । ଜିଲ୍ଲା ଓକିଲ ସଙ୍ଘ ଓ ବଲାଙ୍ଗୀର ଏକ୍ସନ କମିଟିର ନେତୃତ୍ୱରେ ଏହି ବନ୍ଦ ପାଳନକୁ ୨୦ରୁ ଅଧିକ ସଂଗଠନ ବଲାଙ୍ଗୀର ଜିଲ୍ଲାର ସମର୍ଥନ ଜଣାଇଛନ୍ତି । ତେବେ ଆଜି ଠପ୍ ହୋଇଛି ସରକାରୀ କଳ ।

ପିକେଟିଂ କରି ସବୁ କାର୍ଯ୍ୟାଳୟ, ବ୍ୟାଙ୍କ ବନ୍ଦ କରିବା ସହ ସ୍ଥାନୀୟ କଚେରୀ ଛକଠାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି ଆନ୍ଦୋଳନ କାରୀ । ସେପଟେ ଏହି ଆନ୍ଦୋଳନକୁ ବଲାଙ୍ଗୀର ଜିଲ୍ଲା ତିନି ପ୍ରମୁଖ ଦଳ ମଧ୍ୟ ସମର୍ଥନ ଜଣାଇଛନ୍ତି ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।