ରାଜ୍ୟ

ହାଇକୋର୍ଟରେ ରତ୍ନଭଣ୍ଡାର ଚାବି ହଜିବା ମାମଲା: ୨ ମାସ ସମୟ ନେଲେ ରାଜ୍ୟ ସରକାର

କଟକ: ଶ୍ରୀଜଗନ୍ନାଥ ମନ୍ଦିର ରତ୍ନଭଣ୍ତାର ଚାବି ହଜିବା ପ୍ରସଙ୍ଗରେ ତଦନ୍ତ କରି ଜଷ୍ଟିସ୍‌ ରଘୁବୀର ଦାଶ କମିସନ୍ ଦାଖଲ କରିଥିବା ରିପୋର୍ଟର ସାନି ସ୍ଥିତି ସଂକ୍ରାନ୍ତରେ ହାଇକୋର୍ଟଙ୍କୁ ଅବଗତ କରିବାକୁ ସରକାର ଅଧିକ ୨ ମାସ ସମୟ ଲୋଡ଼ିଛନ୍ତି। ୨୦୨୩, ଏପ୍ରିଲ ୨୫ରେ ହାଇକୋର୍ଟ ଦିଲ୍ଲୀପ କୁମାର ବରାଳଙ୍କ ଆବେଦନର ଶୁଣାଣି କରି କମିସନ୍‌ ଅଫ୍ ଇନକ୍ବାରି ଆଇନ ଅନୁସାରେ ଜଷ୍ଟିସ୍‌ ରଘୁବୀର ଦାସ କମିସନ୍‌ଙ୍କ ପକ୍ଷରୁ ଦାଖଲ କରାଯାଇଥିବା ରିପୋର୍ଟର ସ୍ଥିତି ବର୍ତ୍ତମାନ କଣ ରହିଛି, ସେ ନେଇ ଜୁଲାଇ ୧ ସୁଦ୍ଧା ସତ୍ୟପାଠ ଦାଖଲ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ କମିସନ୍‌ଙ୍କ ନିକଟରୁ ତଦନ୍ତ ରିପୋର୍ଟ ମିଳିବା ପରେ ଏହା ରାଜ୍ୟ ସରକାରଙ୍କ ନିକଟରେ ବିଚାରାଧୀନ ରହିଛି ବୋଲି ଆବେଦନରେ ଉଲ୍ଲେଖ କରାଯାଇଛି। ଏଭଳି ସ୍ଥିତିରେ ଜଷ୍ଟିସ୍‌ ରଘୁବୀର ଦାସ କମିସନ୍‌ ଦାଖଲ କରିଥିବା ଅନ୍ତରୀଣ ରିପୋର୍ଟର ସାନି ସ୍ଥିତି ସଂକ୍ରାନ୍ତରେ ଜଣାଇବାକୁ ୨ ମାସ ସମୟ ପ୍ରଦାନ କରାଯାଉ ‌େବାଲି ଆବେଦନରେ ପ୍ରାର୍ଥନା କରାଯାଇଛି। ଜୁଲାଇ ୧୦ରେ ଏ ସଂପର୍କିତ ମୂଳ ଆବେଦନ ସହିତ ସରକାରଙ୍କ ଅନ୍ତରୀଣ ଆବେଦନ ହାଇକୋର୍ଟରେ ଶୁଣାଣି ପାଇଁ ତାଲିକାଭୁକ୍ତ ହୋଇଥିଲା। କିନ୍ତୁ ମାମଲାର ଶୁଣାଣି ଘୁଞ୍ଚିଥିଲା। ଅଗଷ୍ଟ ୨୧କୁ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଏପ୍ରିଲ ୨୫ରେ ହାଇକୋର୍ଟ ଏହି ଜନସ୍ବାର୍ଥ ଆବେଦନର ଶୁଣାଣି କରି ମୁଖ୍ୟ ଶାସନ ସଚିବ, ଆଇନ ସଚିବ ଓ ଗୃହ ସଚିବଙ୍କୁ ନୋଟିସ୍ ଜାରି କରିବା ସହିତ ଜୁଲାଇ ୧ ସୁଦ୍ଧା ତଦନ୍ତ କମିସନ୍‌ ଦାଖଲ କରିଥିବା ରିପୋର୍ଟର ସାନି ସ୍ଥିତି ‌ସଂପର୍କରେ ସତ୍ୟପାଠ ମାଧ୍ୟମରେ ଅବଗତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ହାଇକୋର୍ଟରେ ଦାୟର ଆବେଦନରେ ଉଲ୍ଲେଖ କରାଯାଇଛି ଯେ, ଶ୍ରୀଜଗନ୍ନାଥ ମନ୍ଦିର ରତ୍ନ ଭଣ୍ତାରରେ ବହୁ ମଲ୍ୟବାନ ସୁନା ଗହଣା, ରତ୍ନ ପଥର ରହିଛି। ଶ୍ରୀଜିଉଙ୍କ ବେଶରେ ବ୍ୟବହାର କରାଯାଉଥିବା ଅଳଙ୍କାର ବାହାର ରତ୍ନ ଭଣ୍ଡାରରେ ରହୁଥିବା ବେଳେ ଏହା ନିୟମିତ ଖୋଲା ଯାଉଛି। କିନ୍ତୁ ଭିତର ରତ୍ନ ଭଣ୍ଡାର ବହୁ ବର୍ଷ ହେବ ଖୋଲା ଯାଇ ନଥିଲା। ଭିତର ରତ୍ନ ଭଣ୍ଡାରର ସ୍ଥିତି ଭଲ ନାହିଁ ବୋଲି ଅଭିଯୋଗ ହୋଇଥିଲା। ଅନ୍ୟପକ୍ଷରେ ୨୦୧୮ରେ ରତ୍ନ ଭଣ୍ଡାର ଚାବି ହଜିବା ପ୍ରସଂଗକୁ ନେଇ ଚର୍ଚ୍ଚା ଜୋର ଧରିଥିଲା।

ଚାବି ହଜିବା ପ୍ରସ˚ଗକୁ ନେଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଘଟଣାର ବିଚାର ବିଭାଗୀୟ ତନନ୍ତ ପାଇଁ ସରକାର ଘୋଷଣା କରିଥିଲେ। ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍‌ ରଘୁବୀର ଦାଶଙ୍କୁ ତଦନ୍ତ କମିସନ ଅଧୢକ୍ଷ ଭାବେ ଦାୟିତ୍ବ ପ୍ରଦାନ କରାଯାଇଥିଲା। ୨୦୧୮, ଜୁନ୍‌ ୮ରେ ଗୃହ ବିଭାଗ ପକ୍ଷରୁ ତଦନ୍ତର ଟର୍ମ ଅଫ୍‌ ରେଫରେନ୍ସ ପ୍ରକାଶ ପାଇଥିଲା। ତଦନ୍ତ ପରେ କମିସନ୍‌ ୨୦୧୮, ନଭେମ୍ବର ୨୯ରେ ସରକାରଙ୍କୁ ପୂର୍ଣ୍ଣାଙ୍ଗ ରିପୋର୍ଟ ପ୍ରଦାନ କରିଥିଲେ। ଏହି ରିପୋର୍ଟରେ ରତ୍ନ ଭଣ୍ଡାର ଚାବି ହଜିବା ରହସ୍ୟ ରହିଛି। କିନ୍ତୁ ସରକାର ଏହି ରିପୋର୍ଟକୁ ବିଧାନସଭାରେ ଉପସ୍ଥାପନ କରୁ ନାହାନ୍ତି। ରିପୋର୍ଟକୁ ସାର୍ବଜନୀନ ମଧ୍ୟ କରାଯାଉ ନାହିଁ। ଏଭଳି ସ୍ଥିତିରେ ରତ୍ନ ଭଣ୍ଡାରର ମରାମତି ଓ ସଂରକ୍ଷଣ କାର୍ଯ୍ୟ ଆଗେଇ ପାରୁ ନାହିଁ। ବର୍ତ୍ତମାନ ବିପଦରେ ରହିଛି ରତ୍ନ ଭଣ୍ଡାର। କମିସନ୍‌ ଅଫ୍ ଇନ୍‌କ୍ବାରି ଆଇନ, ୧୯୫୨ର ଧାରା ୩(୪) ଅନୁସାରେ ସରକାର ଏହି ପ୍ରସଂଗରେ ପଦକ୍ଷେପ ନିଅନ୍ତୁ ବୋଲି ଆବେଦନକାରୀ ଦର୍ଶାଇଛନ୍ତି। ଆବେଦନକାରୀଙ୍କ ତରଫରୁ ଆଇନଜୀବୀ ଅନୁପ କୁମାର ମହାପାତ୍ର ମାମଲା ପରିଚାଳନା କରୁଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।