ରାଜ୍ୟ ସ୍ପେଶାଲ ରିପୋର୍ଟ

ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ: ନାବାଳକ ଅଭିଯୁକ୍ତ ‌ଲୋଡ଼ି ପାରିବେ ଆଗୁଆ ଜାମିନ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ .

କଟକ : କୌଣସି ଅପରାଧିକ ମାମଲାରେ ଅଭିଯୁକ୍ତ ଥିବା ନାବାଳକ ଆଗୁଆ ଜାମିନ ଆବେଦନ କରି ପାରିବେ। ସିଆର୍‌ପିସିର ଧାରା ୪୩୮ରେ ନାବାଳକଙ୍କ ଆଗୁଆ ଜାମିନ ଆବେଦନ ଗ୍ରହଣୀୟ ବୋଲି ହାଇକୋର୍ଟ ରାୟ ଦେଇଛନ୍ତି। ଜଷ୍ଟିସ ଶଶିକାନ୍ତ ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ମାମଲାର ଶୁଣାଣି କରି ଏପରି ରାୟ ଦେଇଛନ୍ତି।

କିଶୋର ନ୍ୟାୟ ଆଇନ (ଜେଜେ ଆକ୍ଟ) ଅନୁସାରେ ଜଣେ ନାବଳକକୁ ଗିରଫ କରାଯାଇ ପାରିବ ନାହିଁ। ଯେଉଁଠି ଗିରଫଦାରୀର ଆଶଙ୍କା ନାହିଁ ସେଠାରେ ଆଗୁଆ ଜାମିନ ଆବେଦନ ସଂପର୍କିତ ଧାରା ୪୩୮ ଲାଗୁ ହେବ ନାହିଁ ବୋଲି ଭଦ୍ରକ ‌ଜିଲ୍ଲା ଓ ଦୌରା ଜଜ୍ ଅଦାଲତ ରାୟ ଦେଇଥିଲେ। ଏଥି ସହିତ ଅଦାଲତ ନାବାଳକଙ୍କ ଆଗୁଆ ଜାମିନ ଆବେଦନ ଖାରଜ କରିଥିଲେ। ଏହି ରାୟକୁ ଚାଲେଞ୍ଜ କରି ହାଇକୋର୍ଟରେ ଦାୟର ମାମଲାର ଶୁଣାଣି ସମୟରେ ସ୍ପଷ୍ଟ ହୋଇଥିଲା ଯେ ଏସ୍‌ସି ଆଣ୍ଡ ଏସ୍‌ଟି (ପିଏ) ଆଇନରେ ସିଆରପିସିର ଧାରା ୪୩୮ରେ ଆଗୁଆ ଜାମିନ ପ୍ରଦାନ ଉପରେ ସ୍ବତନ୍ତ୍ର ଭାବେ ଅଙ୍କୁଶ ରହିଛି। କିନ୍ତୁ ଜେଜେ ଆକ୍ଟରେ ଆଗୁଆ ଜାମିନ ଉପରେ ଅଙ୍କୁଶ ନେଇ ନିର୍ଦ୍ଦିଷ୍ଟ ଭାବେ କିଛି ବି ଉଲ୍ଲେଖ ନାହିଁ। ତେଣୁ ଏପରି କ୍ଷେତ୍ରରେ ସିଆରପିସିର ଧାରା ୪୩୮ ଲାଗୁ ହେବ। ଜଣେ ନାବାଳକଙ୍କ ଆଗୁଆ ଜାମିନ ଆବେଦନ ଗ୍ରହଣୀୟ ହେବ ବୋଲି ହାଇକୋର୍ଟ କହିଛନ୍ତି। ଏଥି ସହିତ ଆବେଦନକାରୀ ଦୁଇ ନାବାଳକଙ୍କୁ ହାଇକୋର୍ଟ ସର୍ତ୍ତମୂଳକ ଆଗୁଆ ଜାମିନ ମଞ୍ଜୁର କରିଛନ୍ତି।

ବିବରଣୀରୁ ପ୍ରକାଶ ଯେ ‌ଦୁଇ ନାବାଳକଙ୍କ ବିରୋଧରେ ଚୋରି ଅଭିଯୋଗ ନେଇ ଥାନାରେ ଅପରାଧିକ ମାମଲା ରୁଜୁ ହୋଇଥିବା ବେଳେ ସେମାନେ ଭଦ୍ରକ ଜିଲ୍ଲା ଓ ଦୌରା ଜଜ୍ ଅଦାଲତରେ ଆଗୁଆ ଜାମିନ ଆବେଦନ ଦାୟର କରିଥିଲେ। ୨୦୨୨, ଜୁଲାଇ ୧୦ରେ ଏହି ଆବେଦନ ଖାରଜ ହେବା ପରେ ଉଭୟ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଜଣେ ନାବାଳକଙ୍କ ଆଗୁଆ ଜାମିନ ଆବେଦନ ଗ୍ରହଣୀୟ ହେବ ବା ନାହିଁ ସେ ନେଇ ଶୁଣାଣି ହୋଇଥିଲା। ହାଇକୋର୍ଟ ଆମିକସକ୍ୟୁରୀ ଭାବେ ବରି‌ଷ୍ଠ ଆଇନଜୀବୀ ଧରଣୀଧର ନାୟକଙ୍କୁ ନିଯୁକ୍ତି ଦେଇଥିଲେ।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।