ଅପରାଧ ରାଜ୍ୟ

ହାଇକୋର୍ଟ ଗଲା ଶିକ୍ଷକ ନିଯୁକ୍ତି ମାମଲା, ସବୁ କିଛି ଠିକ୍ ଥିବା ଟ୍ବିଟ୍ କଲେ ଜିଲ୍ଲାପାଳ

ଜୟପୁର ୧୪।୦୯ : କୋରାପୁଟ ଜିଲ୍ଲା ମଙ୍ଗଳ ବିଭାଗ ତରଫରୁ ଜିଲ୍ଲା ଆଶ୍ରୟ ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତିର ଅନିୟମିତତା ପ୍ରସଙ୍ଗ । ହାଇକୋର୍ଟର ଦ୍ୱାରସ୍ଥ ହେଲେ ନିଯୁକ୍ତିର ବଞ୍ଚିତ ହୋଇଥିବା ପ୍ରାର୍ଥୀ ।

ଖବର ଅନୁଯାୟୀ, ଖାଲି ପଡିଥିବା ୪୬ଟି ଶିକ୍ଷକ ନିଯୁକ୍ତିରେ ବ୍ୟାପକ ଅନିୟମିତତା ଅଭିଯୋଗ ହୋଇଛି। ଏଥିରେ ସ୍ଥାନୀୟ ଜିଲ୍ଲାର ପ୍ରାର୍ଥୀମାନଙ୍କୁ ଅଗ୍ରାଧିକାର ଦିଆଯିବ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଥିଲେ ବି ଏହି ନିୟମକୁ ଉଲଂଘନ କରି ନିଯୁକ୍ତି ତାଲିକା ଜିଲ୍ଲା ମଙ୍ଗଳ ବିଭାଗ ତରଫରୁ ପ୍ରକାଶ ହୋଇଛି। ଆଉ ଏହାକୁ ନେଇ ତାଲିକାରୁ ବାଦ ପଡିଥିବା ଆଶାୟୀ ପ୍ରାର୍ଥୀ କ୍ଷୁବ୍ଧ ହୋଇଛନ୍ତି।

ସେହିପରି ଏହି ପ୍ରସଙ୍ଗ ନେଇ ଗତ ୭ ତାରିଖ ଦିନ ଆଶାୟୀ ପ୍ରାର୍ଥୀଙ୍କ ସହ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ ମୁହାଁମୁହିଁ ହୋଇଥିଲା। ଆଉ ଏହାପରେ ସ୍ଥାନୀୟ ନିଯୁକ୍ତି ପ୍ରସଙ୍ଗ ଜୋରଧରିଛି। ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ଏହି ପ୍ରସଙ୍ଗକୁ ସମର୍ଥନ କରିବା ସହ ପ୍ରକାଶିତ ନିୟୁକ୍ତି ତାଲିକା ତୁରନ୍ତ ବାତିଲ କରିବାକୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି। ସେପଟେ ନିଯୁକ୍ତି ପ୍ରକ୍ରିୟାରେ ସବୁ କିଛି ଠିକ୍ ଥିବା ଜିଲ୍ଲାପାଳ ଟ୍ବିଟ୍ କରିଛନ୍ତି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।