ଦେଶ ବିଦେଶ ମନୋରଞ୍ଜନ

ହସ୍ପିଟାଲ୍‌ରେ ଭର୍ତ୍ତି ହେଲେ ଡିସ୍କୋ କିଙ୍ଗ, ପୁଅ ମିମୋହ ସେୟାର କଲେ ହେଲଥ୍‌ ଅପଡେଟ୍

ନୂଆଦିଲ୍ଳୀ ୦୨।୦୫ : ‘ଡିସ୍କୋ କିଙ୍ଗ’ ମିଥୁନ ଚକ୍ରବର୍ତ୍ତୀଙ୍କୁ ନେଇ ବଡ ଅପଡେଟ୍‌ ସାମ୍ନାକୁ ଆସିଛି । ଧର୍ମେନ୍ଦ୍ରଙ୍କ ପରେ ଏବେ ବଲିଉଡ ଭେଟେରାନ ଅଭିନେତା ମିଥୁନ୍‌ଙ୍କ ସ୍ୱାସ୍ଥ୍ୟ ଅବସ୍ଥା ହଠାତ୍ ଖରାପ ହୋଇଛି। ଯାହାଫଳରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ମିଥୁନ୍‌ଙ୍କ ସ୍ବାସ୍ଥ୍ୟକୁ ନେଇ ଅନେକ ଗୁଜବ ଉଠିଥିଲା। ଏନେଇ ତାଙ୍କ ପୁଅ ସୋସିଆଲ ମିଡିଆରେ ଗୁଜବ ଉପରେ ପୁନଃଚ୍ଛେଦ ପକାଇଛନ୍ତି । ତାଙ୍କ ସ୍ବାସ୍ଥ୍ୟକୁ ନେଇ ସୂଚନା ଦେଇଛନ୍ତି ।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,ମିଥୁନଙ୍କ ପୁଅ ମିମୋ ଚକ୍ରବର୍ତ୍ତୀ କହିଛନ୍ତି କି- ତାଙ୍କ ପିତା ଅର୍ଥାତ୍ ମିଥୁନ ଚକ୍ରବର୍ତ୍ତୀଙ୍କୁ ଷ୍ଟୋନ ସମସ୍ୟା ହେତୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତାଙ୍କ କିଡନୀରେ ଏକ ଷ୍ଟୋନ ଚିହ୍ନଟ ହୋଇଥିଲା। ଯାହା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିବାକୁ ପଡିଲା।

ଭାଇରାଲ ହୋଇଥିବା ଫଟୋରେ ଦେଖିବାକୁ ମିଳିଛି କି ମିଥୁନ ଡାକ୍ତରଖାନା ବେଡ ଉପରେ ଅଚେତ ଅବସ୍ଥାରେ ଆଖି ବନ୍ଦ କରି ଶୋଇଛନ୍ତି। ହେଲେ ଏହା ସହ କୁହାଯାଇଛି କି ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ। ବର୍ତ୍ତମାନ ତାଙ୍କୁ ବାଙ୍ଗାଲୋରର ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଛି। ମିଥୁନଙ୍କ ସ୍ୱାସ୍ଥ୍ୟ ସମ୍ପୂର୍ଣ୍ଣ ଭଲ ଅଛି, ସଂପୂର୍ଣ୍ଣ ଫିଟ୍ ଏବଂ ସୁସ୍ଥ ଅଛନ୍ତି ।

ମିଥୁନଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ମାତ୍ରେ ପ୍ରଶଂସକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। ଅଭିନେତାଙ୍କ ଫଟୋ ଦେଖି ବ ଡ ବଡ ରାଜନେତା ଏବଂ ପ୍ରଶଂସକମାନେ ତାଙ୍କର ଶୀଘ୍ର ଆରୋଗ୍ୟ କାମନା କରିଥିଲେ ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ