ଦେଶ ବିଦେଶ ସ୍ୱାସ୍ଥ୍ୟ

ହସ୍ପିଟାଲର ପଞ୍ଚମ ମହଲାରୁ ଡେଇଁ କରୋନା ସଂକ୍ରମିତଙ୍କ ଆତ୍ମହତ୍ୟା, କାରଣ ଅସ୍ପଷ୍ଟ

ସୋନିପତ ୨୨/୦୪ : ହରିୟାଣା ସୋନିପତର ଖାନପୁର କଲାଂ ସ୍ଥିତ ବିପିଏସ ମହିଳା ମେଡିକାଲ କଲେଜରେ ଜଣେ କରୋନା ସଂକ୍ରମିତ ବ୍ୟକ୍ତି ପଞ୍ଚମ ମହଲାରୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ଘଟଣା ସମ୍ପର୍କରେ ସୂଚନା ପାଇ ଖାନପୁର କଲା ମହିଳା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମିଟୁତାଦେହ ଜବତ କରି ମାମଲାର ଯାଞ୍ଚ କରୁଛି।

ସୋନିପତ ମୁରଥଲ ରୋଡ଼ ସ୍ଥିତ ବିକାଶ ନଗରର ୪୨ ବର୍ଷୀୟ ବିକାଶ କରୋନାରେ ସଂକ୍ରମିତ ଥିଲେ। ସୋନିପତର ଏକ ଘରୋଇ ହସ୍ପିଟାଲରେ ସେ ଚିକିତ୍ସିତ ହେଉଥିଲେ। ୧୫ ତାରିଖରେ ତାଙ୍କୁ ସେଠାରୁ ବିପିଏସ ମେଡିକାଲ କଲେଜ ସ୍ଥାନାନ୍ତର କରାଯାଇଥିଲା। ମେଡିକାଲ କଲେଜର ପଞ୍ଚମ ମହଲାରେ ଆଇସିୟୁରେ ବିକାଶଙ୍କର ଚିକିତ୍ସା ହେଉଥିଲା। ବୁଧବାର ଦିନ ବିକାଶ ଅପରାହ୍ନରେ ବିଳମ୍ବରେ ଉଠିଲେ ଓ ଆଇସିୟୁ ଝରକା ଖୋଲି ଡେଇଁ ପଡ଼ିଥିଲେ।

ଆଇସିୟୁରେ ଉପସ୍ଥିତ ଥିବା ହସ୍ପିଟାଲ କର୍ମଚାରୀ ତାଙ୍କୁ ରୋକିବାକୁ ଚେଷ୍ଟା କରିଥିଲେ କିନ୍ତୁ ରୋକି ପାରିନଥିଲେ। ସେ ଝରକାରୁ ଡେଇଁ ପଡ଼ିଥିଲେ ଓ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ପୋଲିସ ଯାଞ୍ଚ ଅଧିକାରୀ ଏସଆଇ ଶକୁନ୍ତଳା କହିଛନ୍ତି ଯେ ବିକାଶର ଚିକିତ୍ସା ଚାଲିଥିଲା। ତାଙ୍କ ପରିବାର ଲୋକଙ୍କୁ ଯୋଗାଯୋଗ କରାଯାଉଛି। ବିକାଶର ମୋବାଇଲ ବନ୍ଦ ଅଛି ଓ ମୋବାଇଲ ବଙ୍ଗଳା ଆଇଡିରେ ଅଛି। ଘଟଣା ସମ୍ପର୍କରେ କେହି କିଛି ପ୍ରତିକ୍ରିୟା ରଖିନାହାନ୍ତି। ତେବେ ବିକାଶ ଆତ୍ମହତ୍ୟା କରିବାର କାରଣ ମଧ୍ୟ ସ୍ପଷ୍ଟ ହୋଇନାହିଁ। ପୋଲିସ ତଦନ୍ତ ଜାରି ରଖିଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ