ଅପରାଧ ଦେଶ ବିଦେଶ

ହସ୍ପିଟାଲରେ ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲେ ୧୧ ନବଜାତ ଶିଶୁ

ନୂଆଦିଲ୍ଲୀ ୨୬/୦୫: ହସ୍ପିଟାଲରେ ଭୟଙ୍କର ଅଗ୍ନିକାଣ୍ଡ । ପଶ୍ଚିମ ଆଫ୍ରିକାର ସେନେଗେଲର ଏକ ହସ୍ପିଟାଲରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଯେଉଁଥିରେ ୧୧ ଜଣ ଜୀଅନ୍ତା ଦଗ୍ଧ ହୋଇଯାଇଛନ୍ତି । ତେବେ ସମସ୍ତ ମୃତକ ନବଜାତକ ଶିଶୁ ବୋଲି ଜଣାପଡିଛି । ଏନେଇ ସେନେଗେଲ ରାଷ୍ଟ୍ରପତି ମେକି ସେଲ୍ ସୂଚନା ଦେଇଛନ୍ତି ।

ସେନେଗେଲର ତିଓ୍ୱାଉନେରେ ମାମେ ଅବ୍ଦୋ ଅସିସ୍ ସି ଦବାଖ ହସ୍ପିଟାଲରେ ଅଗ୍ନିକାଣ୍ଡ ହୋଇଛି । ଏଥିରେ ୧୧ ଜଣ ନବ ଜାତକ ଶିଶୁ ଜଳି ଯାଇଛନ୍ତି । ବୁଧବାର ବିଳମ୍ବିତ ରାତ୍ରରେ ଏହି ଅଗ୍ନିକାଣ୍ଡ ଘଟିଥିଲା । ତେବେ ରାଷ୍ଟ୍ରପତି ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି ।

ତେବେ ସର୍ଟ ସର୍କିଟ କାରଣରୁ ହସ୍ପିଟାଲରେ ନିଆଁ ଲାଗିଥିବା କୁହାଯାଉଛି । ସ୍ଥାନୀୟ ପୋଲିସ ପ୍ରଶାସନ ଘଟଣା ସ୍ଥଳରେ ପହଁଚି ଅଗ୍ନିକାଣ୍ଡର ପ୍ରକୃତ କାରଣ ବାବଦରେ ତଦନ୍ତ ଆରମ୍ଭ କରିଛି ।

ସେନେଗଲ ଉତିହାସରେ ଏହା ସବୁଠୁ ବଡ ଅଗ୍ନିକାଣ୍ଡ ଅଟେ । ଗତବର୍ଷ ମଧ୍ୟ ଏକ ହସ୍ପିଟାଲରେ ନିଆଁ ଲାଗିଯାଇଥିଲା । ଯେଉଁଥିରେ ୪ ଶିଶୁ ପୋଡି ଯାଇ ପ୍ରାଣ ହରାଇଥିଲେ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ