ନୂଆଦିଲ୍ଲୀ ୬/୫: ବଲିଉଡର ନାମୀଦାମୀ କଣ୍ଠଶିଳ୍ପୀ ଅରିଜିତ ସିଂହଙ୍କ ମାଆଙ୍କ ଅବସ୍ଥା ସଂକଟାପନ୍ନ । ଚିକିତ୍ସା ପାଇଁ ସେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ତାଙ୍କର A- ବ୍ଲଡ୍ ଦରକାର ଅଛି । ତେବେ ତାଙ୍କ ପାଇଁ ଦିଲ ବେଚାରା ଅଭିନେତ୍ରୀ ସ୍ୱସ୍ତିକା ସୋସିଆଲ ମିଡିଆରେ ମାଗୁଛନ୍ତି ସାହାଯ୍ୟ । ସେ କହିଛନ୍ତି ଅରିଜିତଙ୍କ ମାଆଙ୍କ ଅବସ୍ଥା ଭଲ ନାହିଁ ।
ଯଦି କାହାର A- ବ୍ଲଡ ଗ୍ରୁପ୍ନି ଅଛି ତାହେଲେ ତୁରନ୍ତ ଆମକୁ ସାହାଯ୍ୟ କରନ୍ତୁ । କେବଳ ସେତିକି ନୁହେଁ ଅରିଜିତଙ୍କ ମାଆଙ୍କ ପାଇଁ ନିର୍ଦ୍ଦେଶକ ଶ୍ରୀଜିତ ମୁଖାର୍ଜୀ ବି ସହଯୋଗ କାମନା କରିଛନ୍ତି । ସ୍ୱସ୍ତିକା ଏହି ପୋଷ୍ଟକୁ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି । ସେ ଲେଖିଛନ୍ତି ଆଜି ହିଁ ଆମକୁ “ଏକ ନେଗେଟିଭ ରକ୍ତଦାତା ଆବଶ୍ୟକ ଅଛି ।
ଏହାସହ ସେ ଲେଖିଛନ୍ତି ଅରଜେଣ୍ଟ ଏସଓଏସ ମଧ୍ୟ ଲେଖିଛନ୍ତି । ଯଦି କେହି ସହୃଦୟ ବ୍ୟକ୍ତି ସାହାଯ୍ୟ କରିବାକୁ ଚାହୁଁଛନ୍ତି ତାହେଲେ ତୁରନ୍ତ ଯୋଗାଯୋଗ କରନ୍ତୁ ।