ରାଜ୍ୟ ସ୍ପେଶାଲ ରିପୋର୍ଟ

ହସ୍‌ପିଟାଲରେ ପଶି ପୁଲିସ ପରିଚୟରେ ଗୁଣ୍ଡାଗିରି: ୧୦ ଜଣଙ୍କ ବିରୋଧରେ ମାମଲା

କଟକ: ବଜ୍ରକବାଟୀରୋଡ୍‌ସ୍ଥିତ ସାର୍ପ ହସ୍‌ପିଟାଲର ଅନ୍ୟତମ ପ୍ରୋପ୍ରାଇଟର୍‌ ସନ୍ତୋଷ କୁମାର ମହାନ୍ତିଙ୍କୁ ଭୁବନେଶ୍ବର ମୈତ୍ରୀ ବିହାର ଥାନା ପୁଲିସ ପରିଚୟରେ କେତେକ ବ୍ୟକ୍ତି ବନ୍ଧୁକ ଦେଖାଇ ଧମକ ଦେଇଥିବା ଅଭିଯୋଗ ହୋଇଛି। ହସ୍‌ପିଟାଲରେ ପଶି ଏହି ବ୍ୟକ୍ତିମାନେ ସନ୍ତୋଷଙ୍କ ଟଙ୍କା, ମୋବାଇଲ ଫୋନ୍‌ ଛଡ଼ାଇ ନେଇଥିବା ବେଳେ ଏହି ଘଟଣା ପରେ ସନ୍ତୋଷଙ୍କ ପତ୍ତା ମିଳୁନାହିଁ। ସନ୍ତୋଷଙ୍କ ପତ୍ନୀ ଏ ସଂକ୍ରାନ୍ତରେ ମଙ୍ଗଳାବାଗ ଥାନାରେ ଅଭିଯୋଗ କରିବା ପରେ ପୁଲିସ ହୋଟେଲ୍ ମେଫେୟାରର ମାଲିକ ତଥା ରାଜନେତା ଦିଲ୍ଲୀପ ରାୟ ଓ ପ୍ରଶାନ୍ତ ପଣ୍ଡାଙ୍କ ସମେତ ଅନ୍ୟ ୧୦ ଜଣଙ୍କ ବିରୋଧରେ ମାମଲା ରୁଜୁ କରିଛି। ବାଦାମବାଡ଼ି ଥାନା ଅରୁଣୋଦୟ ନଗର ଅଞ୍ଚଳର ଆଇନଜୀବୀ ଶର୍ମିଷ୍ଠା ପ୍ରିୟଦର୍ଶିନୀ ମଙ୍ଗଳାବାଗ ଥାନାରେ କରିଥିବା ଅଭିଯୋଗ ଅନୁଯାୟୀ, ଗଲା ୧୧ ତାରିଖ ରାତି ପ୍ରାୟ ୧୧ଟା ୩୦ରେ ତାଙ୍କ ସ୍ବାମୀ ସନ୍ତୋଷ କୁମାର ମହାନ୍ତି ବଜ୍ରକବାଟୀ ରୋଡ୍‌ରେ ସାର୍ପ ହସ୍‌ପିଟାଲରେ ଥିଲେ। ଏହି ସମୟରେ ୮ରୁ ୧୦ ଜଣ ଅଜଣା ବ୍ୟକ୍ତି ହସ୍‌ପିଟାଲରେ ପହଞ୍ଚି ତାଙ୍କୁ ଗାଳିଗୁଲଜ କରିଥିଲେ।

ହସ୍‌ପିଟାଲ କର୍ମଚାରୀଙ୍କୁ ଦୁର୍ବ୍ୟବହାର କରିଥିଲେ। ହସ୍‌ପିଟାଲକୁ ଆସୁଥିବା ରୋଗୀଙ୍କୁ ବି ଦୁର୍ବ୍ୟବହାର କରିଥିଲେ। ସେମାନଙ୍କୁ ଦିଲ୍ଲୀପ ରାୟ ଏବଂ ପ୍ରଶାନ୍ତ ପଣ୍ଡା ପଠାଇଛନ୍ତି ବୋଲି ସେମାନେ କହିଥିଲେ। ଏହି ବ୍ୟକ୍ତିମାନେ ନିଜକୁ ମୈତ୍ରୀ ବିହାର ପୁଲିସ ବୋଲି ପରିଚୟ ଦେଇଥିଲେ। ସୌମ୍ୟ ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରିବାକୁ ଆସିଥିବା କହିଥିଲେ। କିନ୍ତୁ ସେହି ବ୍ୟକ୍ତିଙ୍କୁ ସନ୍ତୋଷ ଜାଣନ୍ତି ନାହିଁ ବୋଲି କହିଥିଲେ। ସନ୍ତୋଷ ପୁଲିସ ପରିଚୟ ଦେଉଥିବା ଏହି ବ୍ୟକ୍ତିଙ୍କୁ ସର୍ଚ୍ଚ ଵାରେଣ୍ଟ ସହିତ ପୁଲିସ ପରିଚୟ ମାଗିବାରୁ ସେମାନେ ସନ୍ତୋଷଙ୍କ ମୋବାଇଲ ଫୋନ୍, ୧ ଲକ୍ଷ ଟଙ୍କା, ସୁନା ଚେନ୍ ଛଡ଼ାଇ ନେଇଥିଲେ। ସେମାନେ ବନ୍ଧୁକ ମୁନରେ ସନ୍ତୋଷଙ୍କୁ ଧମକାଇ ଥିଲେ।

ଏହି ଘଟଣା ପରେ ସନ୍ତୋଷଙ୍କୁ ଯୋଗାଯୋଗ କରାଯାଉଥିଲେ ମଧ୍ୟ ତାଙ୍କ ଖୋଜଖବର ମିଳିପାରୁନାହିଁ। ପତ୍ନୀ ଏହି ଘଟଣାରେ ସନ୍ତୋଷଙ୍କ ସୁରକ୍ଷାକୁ ନେଇ ଚିନ୍ତାରେ ପଡ଼ିଛନ୍ତି। ଉଭୟ ଦିଲ୍ଲୀପ ଏବଂ ପ୍ରଶାନ୍ତ ନିର୍ବାଚନ ଲଢ଼ିବା ପାଇଁ ସନ୍ତୋଷଙ୍କ ନିକଟରୁ ବିପୁଳ ପରିମାଣରେ ଟଙ୍କା ନେଇଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ଟଙ୍କା ଫେରସ୍ତ କରୁନଥିଲେ। ବାରମ୍ବାର ମାଗିଥିଲେ ମଧ୍ୟ ଏହାକୁ ଏଡ଼ାଇ ଦେଉଥିଲେ। ଶର୍ମିଷ୍ଠା ଏ ସଂକ୍ରାନ୍ତରେ ଗଲା ୧୨ ତାରିଖରେ ମଙ୍ଗଳାବାଗ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଦଫା ୪୪୮, ୪୨୭, ୩୭୯, ୩୬୫, ୨୯୪, ୫୦୬, ୩୪ରେ ଏକ ମାମଲା (କେସ୍ ନଂ ୩୨୩) ରୁଜୁ କରିଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।