ଦେଶ ବିଦେଶ ରାଜନୀତି ସ୍ୱାସ୍ଥ୍ୟ

ହସ୍ପିଟାଲରୁ ମୁକୁଳିଲେ ମମତା, ହୁଇଲ୍ ଚେୟାରରେ ବସି ବାହାରକୁ ଆସିଲେ

କୋଲକାତା: ନନ୍ଦିଗ୍ରାମରେ ଆହତ ହୋଇ କୋଲକାତାରେ ‘ଏସ୍‌ଏସ୍‌କେଏମ୍‌ ହସ୍ପିଟାଲ୍‌’ରେ ଭର୍ତ୍ତି ହୋଇଥିବା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଶୁକ୍ରବାର ସନ୍ଧ୍ୟାରେ ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି । ଦିଦି ହସ୍ପିଟାଲରୁ ଏକ ହୁଇଲ ଚେୟାରରେ ବସି ବାହାରକୁ ଆସିଥିବା ଦେଖିବାକୁ ମିଳିଛି। ମମତାଙ୍କ ଗୋଡ଼ରେ ଏବେ ବି ପ୍ଲାଷ୍ଟର ରହିଛି ବୋଲି ହସ୍ପିଟାଲ୍ ସୂତ୍ରରୁ ପ୍ରକାଶ।

ଗତକାଲି ମମତା ହସ୍ପିଟାଲରୁ ନିଜର ସମର୍ଥକ ପାଇଁ ଏକ ଭିଡିଓ ବାର୍ତ୍ତା ଜାରି କରିଥିଲେ। ମମତା ବାନାର୍ଜୀ ଭିଡିଓରେ କହିଥିଲେ, ନନ୍ଦିଗ୍ରାମରେ ହୋଇଥିବା ଆକ୍ରମଣରେ ମୋତେ ଗଭୀର ଆଘାତ ଲାଗିଛି, ଯେଉଁ କାରଣରୁ ହାତ ଓ ଗୋଡ଼ରେ ଯନ୍ତ୍ରଣା ହେଉଛି। ମୁଣ୍ଡ ବିନ୍ଧା ବି ହେଉଛି। ହସ୍ପିଟାଲରୁ ବାହାରିଲେ ହୁଇଲ ଚେୟାରରେ ବସି ନିର୍ବାଚନ ପ୍ରଚାର କରିବି।

ମମତା ବାନାର୍ଜୀଙ୍କ ବଳାଗଣ୍ଠି ଓ କାନ୍ଧ ହାଡ଼ରେ ଭୀଷଣ ଆଘାତ ଲାଗିଥିବାରୁ ତାଙ୍କୁ ୪୮ ଘଣ୍ଟା ପର୍ଯ୍ୟବେକ୍ଷଣରେ ରଖାଯାଇଥିଲା। ୬ଜଣ ଡାକ୍ତରଙ୍କ ଏକ ଟିମ ମମତାଙ୍କ ସ୍ବାସ୍ଥ୍ୟ ଉପରେ କ୍ରମାଗତ ନଜର ରଖିଥିଲେ।

NewsLaxmi7

About Author

You may also like

ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ
କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର