ଦେଶ ବିଦେଶ ମନୋରଞ୍ଜନ

ହସ୍ପିଟାଲରୁ ଡିସ୍‌ଚାର୍ଜ ହେଲେ ରଜନୀକାନ୍ତ, ‘ବେଡ୍‌ ରେଷ୍ଟ’ ପାଇଁ ପରାମର୍ଶ ଦେଲେ ଡାକ୍ତର

ହାଇଦ୍ରାବାଦ ୨୭/୧୨: ତାମିଲ ସୁପରଷ୍ଟାର ରଜନୀକାନ୍ତ ସୁସ୍ଥ ହୋଇ ଫେରିଛନ୍ତି। ରବିବାର ତାଙ୍କୁ ହସ୍ପିଟାଲରୁ ଡିସ୍‌ଚାର୍ଜ କରାଯାଇଛି। ଏବେ ତାଙ୍କର ରକ୍ତଚାପ ଠିକ୍‌ ଅଛି ବୋଲି ପରୀକ୍ଷା କରି କହିଛନ୍ତି ହସ୍ପିଟାଲର ଡାକ୍ତର। ସ୍ବାସ୍ଥ୍ୟବସ୍ଥାରେ ସୁଧାର ଆସିବା ପରେ ରଜନୀକାନ୍ତଙ୍କୁ ଡିସ୍‌ଚାର୍ଜ କରାଯାଇଥିବା ନେଇ ଏଏନଆଇ ପକ୍ଷରୁ ସୂଚନା ମିଳିଛି। ହାଇଦ୍ରାବାଦର ଆପୋଲୋ ହସ୍ପିଟାଲ ପକ୍ଷରୁ ଏନେଇ ମଧ୍ୟ ସୂଚନା ଦିଆଯାଇଛି।

ରକ୍ତଚାପ ବୃଦ୍ଧି ହେବା ଯୋଗୁ ଅସୁସ୍ଥ ହୋଇପଡ଼ିଥିଲେ ତାମିଲ ସୁପରଷ୍ଟାର ରଜନୀକାନ୍ତ। ପରେ ଡିସେମ୍ବର ୨୫ରେ ତାଙ୍କୁ ହାଇଦ୍ରାବାଦ ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

ତାମିଲ ଫିଲ୍ମ ‘ଆନାଥେ’ରେ ସୁଟିଂ ସମୟରେ ହିଁ ରଜନୀକାନ୍ତ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଯଦିଓ ତାଙ୍କ ସ୍ବାସ୍ଥ୍ୟବସ୍ଥାରେ ସୁଧାର ଆସିଛି କିନ୍ତୁ ତାଙ୍କୁ କିଛି ଦିନ ଆରାମ ( ବେଡ୍ ରେଷ୍ଟ) କରିବାକୁ ଡାକ୍ତର ପରାମର୍ଶ କରିଥିବା ଜଣାପଡ଼ିଛି।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ