ଦେଶ ବିଦେଶ ମନୋରଞ୍ଜନ

ହସ୍ପିଟାଲରୁ ଘରକୁ ଫେରିଲେ ରଜନୀକାନ୍ତ, ଫଟୋ ସେୟାର୍ କରି ସୁପରଷ୍ଟାର୍ ଦେଲେ ସୂଚନା

ନୂଆଦିଲ୍ଲୀ: ସୁପରଷ୍ଟାର୍ ରଜନୀକାନ୍ତଙ୍କ ଫ୍ୟାନ୍ସଙ୍କ ପାଇଁ ଖୁସିଖବର । ରଜନୀକାନ୍ତ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି । ସେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏନେଇ ଏକ ଫଟୋ ସେୟାର୍ କରି ସୂଚନା ଦେଇଛନ୍ତି ରଜନୀକାନ୍ତ । ରଜନୀକାନ୍ତ ନିଜ ଘରକୁ ଯାଉଥିବା ବେଳର ଏକ ଫଟୋ ସେହାର୍ କରିଛନ୍ତି । ଏହି ଫଟୋକୁ ସେୟାର୍ କରି କ୍ୟାପସନ୍ ରେ ଲେଖିଛନ୍ତି, “ଘରକୁ ଫେରିଆସିଛି” ।
ସୂଚନାଯୋଗ୍ୟ, ରଜନୀକାନ୍ତ ଅକ୍ଟୋବର ୨୮ ତାରିଖରେ ଚେନ୍ନାଇର କାବେରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେ ନିଜର ରୁଟିନ୍ ଚେକଅପ୍ ପାଇଁ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । କିନ୍ତୁ ବିଶେଷ ସୁତ୍ରରୁ ଜଣାପଡ଼ିଛି ଯେ, ଛାତିରେ ଯନ୍ତ୍ରଣା ହେବାରୁ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଡାକ୍ତର ତାଙ୍କର ଚିକିତ୍ସା କରିବା ପରେ Carotid Artery Revascularisation ସର୍ଜରୀ କରିବାକୁ ପରାମର୍ଶ କରିଥିଲେ ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ