ମନୋରଞ୍ଜନ

ହସ୍ପିଟାଲରୁ ଘରକୁ ଫେରିଲେ ନାସିରୁଦ୍ଦିନ ଶାହା, ପୁଅ ଭିଭାନ ସେୟାର କଲେ ଫୋଟୋ

ମୁମ୍ବାଇ ୦୮/୦୭: ବଲିଉଡର ଭେଟେରାନ ଅଭିନେତା ନାସିରୁଦ୍ଦିନ ଶାହା ଡାକ୍ତରଖାନାରୁ ଘରକୁ ଫେରିଛନ୍ତି। ସୋସିଆଲ ମିଡିଆରେ କିଛି ଫଟୋ ମାଧ୍ୟମରେ ତାଙ୍କ ପୁଅ ଭିଭାନ ଏହି ସୂଚନା ଦେଇଛନ୍ତି। ଫଟୋରେ ନାସିରୁଦ୍ଦିନଙ୍କ ସହ ରତ୍ନା ପାଠକ ଶାହା ମଧ୍ୟ ନଜର ଆସିଛନ୍ତି। ବାସ୍ତବରେ, ବୁଧବାର ସକାଳେ ନାସିରୁଦ୍ଦିନ ଶାହା ଡାକ୍ତରଖାନାରୁ ଘରକୁ ଫେରିଛନ୍ତି । ଭିଭାନ୍ ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀରେ ବାପାଙ୍କ ଦୁଇଟି ଫଟୋ ସେୟାର କରିଛନ୍ତି। ନାସିରୁଦ୍ଦିନ ନିମୋନିଆ ପାଇଁ ଚିକିତ୍ସିତ ହେଉଥିଲେ। ଫୁସଫୁସରେ ଏକ ପ୍ୟାଚ୍ ମିଳିବା ପରେ ନାସିରୁଦ୍ଦିନ ଶାହାଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ବର୍ତ୍ତମାନ ସେ ଭଲ ଅଛନ୍ତି ଏବଂ ଘରକୁ ଫେରିଛନ୍ତି।

ଗତ ବର୍ଷ ନାସିରୁଦ୍ଦିନ ଶାହା ଅସୁସ୍ଥ ଥିବା ନେଇ ଗୁଜବ ହୋଇଥିଲା। ତାଙ୍କ ପୁଅ ଭିଭାନ୍ ଏହି ଗୁଜବକୁ ଖଣ୍ଡନ କରିଥିଲେ। ଏପ୍ରିଲ ୩୦, ୨୦୨୦ ରେ, ଭିଭାନ୍ ଟୁଇଟ୍ କରିଥିଲେ, ‘ସବୁ ଠିକ ଅଛି, ବାପା ଭଲ ଅଛନ୍ତି। ତାଙ୍କ ସ୍ୱାସ୍ଥ୍ୟ ସହ ଜଡିତ ସମସ୍ତ ଗୁଜବ ମିଥ୍ୟା ଅଟେ।। ସେ ଭଲ ଅଛନ୍ତି ଏବଂ ଇରଫାନ ଭାଇ ଆଉ ଚିଣ୍ଟୁ ଜୀଙ୍କ ପାଇଁ ପ୍ରାର୍ଥନା କରୁଛନ୍ତି। ସେମାନଙ୍କୁ ବହୁତ ମନେପକାଉଛନ୍ତି । ସେମାନଙ୍କ ପରିବାର ପ୍ରତି ହୃଦୟରୁ ଶ୍ରଦ୍ଧାଞ୍ଜଳି । ଏହା ଆମ ସମସ୍ତଙ୍କ ପାଇଁ ଏକ ବଡ କ୍ଷତି ।

ଅନେକ ଫିଲ୍ମରେ ନାସିରୁଦ୍ଦିନ ଶାହା ତାଙ୍କର ସର୍ବୋତ୍ତମ ଅଭିନୟ କରିଛନ୍ତି। ନାସିରୁଦ୍ଦିନଙ୍କ ଗଣନା ଭେଟେରାନ୍ ଅଭିନେତାମାନଙ୍କ ମଧ୍ୟରେ ହୋଇଥାଏ । ନାସିର ସାହେବଙ୍କୁ ଭାରତ ସରକାରଙ୍କ ତରଫରୁ ପଦ୍ମଶ୍ରୀ ଏବଂ ପଦ୍ମ ଭୂଷଣ ପୁରସ୍କାର ମିଳିସାରିଛି । ଏହି ବର୍ଷ ତାଙ୍କୁ ‘ରାମ ପ୍ରସାଦ କି ତେହେରଭିନ’ରେ ଦେଖିବାକୁ ମିଳିଥିଲା।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ