ଲାଇଫ୍ ଷ୍ଟାଇଲ ସ୍ପେଶାଲ ରିପୋର୍ଟ

ହସ୍ତରେଖା: ସବୁଠାରୁ ଛୋଟ ଆଙ୍ଗୁଳି କନିଷ୍ଠାରେ ଲୁଚିଛି ଅର୍ଥ ଓ ବ୍ୟବସାୟ ସଂକେତ

ଭୁବନେଶ୍ୱର ୦୯/୦୪ : ହିନ୍ଦୁ ଶାସ୍ତ୍ରରେ ହସ୍ତରେଖାରେ ଅନେକ ମହତ୍ତ୍ୱ ଅଛି। ହସ୍ତରେଖା ଦ୍ୱାରା ବ୍ୟକ୍ତିଙ୍କ ଭବିଷ୍ୟତ ସମ୍ପର୍କରେ ଆକଳନ କରାଯାଇଥାଏ। ହସ୍ତରେଖା ଶାସ୍ତ୍ରରେ ଉଭୟ ହସ୍ତର ରେଖା ଅଧ୍ୟୟନ କରାଯାଇଥାଏ। ହାତର ଆଙ୍ଗୁଳି, ମଧ୍ୟ ଭାଗ ଓ ମଣିବନ୍ଧ ବା ଆଙ୍ଗୁଠିର ସଂଯୁକ୍ତ ସ୍ୱରୂପ। ଆଙ୍ଗୁଠି ମଧ୍ୟରେ ସବୁଠାରୁ ଛୋଟ ଆଙ୍ଗୁଳିକୁ କନିଷ୍ଠା କୁହାଯାଏ। କନିଷ୍ଠା ପାଖରେ ଅଛି ରିଂ ଫିଙ୍ଗର। ରିଂ ଫିଙ୍ଗର କନିଷ୍ଠା ଆଙ୍ଗୁଳିରୁ ଯେତିକି ଲମ୍ବା ଥାଏ ସେତିକି ଶୁଭ ବୋଲି କୁହାଯାଏ। ଲମ୍ବା କନିଷ୍ଠା ଦସ୍ତାବିଜ ସମ୍ବନ୍ଧୀୟ କାର୍ଯ୍ୟରେ ବ୍ୟକ୍ତିଙ୍କୁ ଦକ୍ଷ କରିଥାଏ। ଏହିଭଳି ବ୍ୟକ୍ତି ପ୍ରତ୍ୟେକ ସରକାରୀ ଦସ୍ତାବିଜ ସାଇତି ରଖିଥାନ୍ତି ଏବଂ ଠିକ ସମୟରେ ଫାଇଲିଂ କରିଥାନ୍ତି। ଏମାନଙ୍କ ଦସ୍ତାବିଜ ସବୁବେଳେ ପ୍ରସ୍ତୁତ ହୋଇରହିଥାଏ।

ଏହି ଗୁଣ ଯୋଗୁଁ ବ୍ୟକ୍ତି ବ୍ୟବସାୟ ସହ ଅନ୍ୟ କାର୍ଯ୍ୟରେ ମଧ୍ୟ ସଫଳତା ହାସଲ କରିଥାଏ। ବ୍ୟବସାୟ ସମ୍ବନ୍ଧୀୟ ଆର୍ଥିକ ମାମଲା ସମ୍ପର୍କରେ ଭଲ ଜ୍ଞାନ ଥାଏ। ଫଳସ୍ୱରୂପ ବ୍ୟବସାୟରେ ସଫଳତା ପାଇବାର ସମ୍ଭାବନା ଅଧିକ ଥାଏ। ଚାକିରୀ ଓ ସେବା କ୍ଷେତ୍ରରେ ମଧ୍ୟ ଏହିଭଳି ବ୍ୟକ୍ତି କଠିନ ପରିଶ୍ରମୀ ଓ ଦୃଢ ବିଶ୍ୱାସୀ ହୋଇଥାନ୍ତି। ଏମାନେ ନିଜ ଦାୟିତ୍ୱକୁ ଭଲ ଭାବେ ବୁଝିଥାନ୍ତି। ଏମାନେ ମହତ୍ତ୍ୱପୂର୍ଣ୍ଣ ଭୂମିକା ତୁଲାଇବାରେ ମଧ୍ୟ ସକ୍ଷମ ହୋଇଥାନ୍ତି।

ଯଦି କନିଷ୍ଠା ଆଙ୍ଗୁଳି ଅସାମାନ୍ୟ ଲମ୍ବା ଥାଏ ତାହେଲେ ବ୍ୟକ୍ତି ଠକ, ଦୁର୍ନୀତିଗ୍ରସ୍ତ, କାଗଜପତ୍ରରେ ହେରଫେର ଆଦି କାମ କରିଥାଏ। କନିଷ୍ଠା ଆଙ୍ଗୁଳି ଯଦି କମ ଲମ୍ବା ଥାଏ ତାହେଲେ ବ୍ୟକ୍ତି ଦାୟିତ୍ୱବାନ ହୋଇନଥାଏ। ଏମାନେ ବେପରୁଆ ଏବଂ ଅସ୍ଥିର ହୋଇଥାନ୍ତି। ଏମାନେ ନିଜ ଜରୁରୀ ଦସ୍ତାବିଜ ସାଇତି ରଖନ୍ତିନି ଏବଂ ଏପଟେ ସେପଟେ ରଖି ଭୁଲି ଯାଇଥାନ୍ତି। ଯାହାଫଳରେ ଠିକ ସମୟରେ ଠିକ କାମ ହୋଇପାରେନାହିଁ।

କନିଷ୍ଠା ଆଙ୍ଗୁଳି ସହ ଲାଗି ପାପୁଲିରେ ଅଧିକ ରେଖା ଥାଏ ତାହେଲେ ବ୍ୟକ୍ତିର ଅନେକ ବ୍ୟବସାୟିକ ବନ୍ଧୁ ଥାଆନ୍ତି। ରେଖା କମ ଥିଲେ ସୀମିତ ସୀମାରେ କାର୍ଯ୍ୟ ବ୍ୟବସାୟର ସଂକେତ ରହିଥାଏ।

NewsLaxmi7

About Author

You may also like

ଲାଇଫ୍ ଷ୍ଟାଇଲ

ଭାତ ଖାଇ ଓଜନ ହ୍ରାସ କରନ୍ତୁ

ଆଜିକାଲି ଓଜନ ବଢିବା ଏକ ମୁଖ୍ୟ ସମସ୍ୟା ଭାବେ ଦେଖାଯାଉଛି । କେବଳ ବୟସ୍କ ବ୍ୟକ୍ତି ନୁହଁନ୍ତି ଅନେକ୍ କମ୍ ବୟସର ପିଲାଙ୍କ କ୍ଷେତ୍ରରେ ମଧ୍ୟ ଏହି
ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ