ଦେଶ ବିଦେଶ ମନୋରଞ୍ଜନ

ହଲିଉଡ୍‌ ସୁପରଷ୍ଟାର ବ୍ରାଡ୍‌ ପିଟ୍ଟଙ୍କ ହେଲା Breakup: ୨୭ ବର୍ଷୀୟା ମଡେଲ୍‌ଙ୍କ ସହ କରୁଥିଲେ ଡେଟିଂ

ନୂଆଦିଲ୍ଲୀ ୨୯/୧୦: ହଲିଉଡ ସୁପରଷ୍ଟାର ବ୍ରାଡ୍‌ ପିଟ୍‌ଙ୍କ ପ୍ରେମ କାହାଣୀରେ ପଡ଼ିଲା ପୂର୍ଣ୍ଣଛେଦ। ବ୍ରାଡ୍‌ ପିଟ୍‌ଙ୍କ ବ୍ରେକ୍ଅପ୍‌ ଖବର ସାମ୍ନାକୁ ଆସିଛି। ନିଜର ଗାର୍ଲଫ୍ରେଣ୍ଡ ୨୭ ବର୍ଷୀୟା ମଡେଲ ନିକୋଲ୍‌ ପୋଟୁରାଲିସ୍କି ସହ ବ୍ରାଡ୍‌ ବ୍ରେକ୍‌ଅପ୍‌ କରିଥିବା ଜଣାପଡ଼ିଛି। ଏକାଠି ନଜର ଆସିବାର ୩ ମାସ ପରେ ସେମାନଙ୍କ ବିଚ୍ଛେଦ ହୋଇଥିବା ଖବର ମିଳିଛି।

ଅଗଷ୍ଟରେ ୫୬ ବର୍ଷୀୟ ଅଭିନେତା ଓ ୨୭ ବର୍ଷୀୟା ମଡେଲଙ୍କୁ ଡେଟ୍‌ ସମୟରେ ଦେଖିବାକୁ ମିଳିଥିଲା। ସେତେବେଳେ ଏକ ଖବର ମିଳିଥିଲା ଯେ ଏହି ଦୁଇ ସେଲିବ୍ରିଟି ଖୁବଶୀଘ୍ର ଅଲଗା ହୋଇପାରନ୍ତି। କିନ୍ତୁ ନିକଟରେ ଫ୍ରାନ୍ସର ଏକ ଏୟାରପୋର୍ଟରେ ଦୁଇ ସେଲିବ୍ରିଟି କପଲ୍‌ଙ୍କୁ ଦେଖିବାକୁ ମିଳିଥିଲା। ଦୁଇ ଜଣ ନିଜ ସମ୍ପର୍କକୁ ନେଇ ସିରିୟସ୍‌ ଥିବା ଜଣାପଡ଼ିଥିଲା। ବ୍ରାଡ୍‌ ପିଟ୍‌ ଜର୍ମାନୀରେ ରହୁଥିବା ବେଳେ ନିକୋଲଙ୍କ ସହ ସମ୍ପର୍କକୁ ସ୍ଥାୟୀ କରିବାକୁ ବ୍ରାଡ ଲଗାତର ଚେଷ୍ଟା କରୁଥିଲେ। ବ୍ରାଡ ଓ ନିକୋଲ୍‌ ଉଭୟ ଖୁବ୍‌ ରୋମାନ୍ସ କରିବା ସହ ବିଭିନ୍ନ ଦେଶ ବୁଲୁଥିବା ନେଇ ଖବର ପ୍ରକାଶ ପାଇଥିଲା।

ପ୍ରଥମ ଥର ବ୍ରାଡ୍‌ ନିକୋଲଙ୍କୁ ତାଙ୍କ ସ୍ବାମୀଙ୍କ ବର୍ଲିନ୍‌ ସ୍ଥିତ ରେଷ୍ଟୋରାଣ୍ଟରେ ଦେଖିଥିଲେ। ନିକୋଲ୍‌ ଓ ତାଙ୍କ ୬୮ ବର୍ଷୀୟ ସ୍ବାମୀ ରୋଲ୍ୟାଣ୍ଡ ଏବେ ବି ସମ୍ପର୍କରେ ଅଛନ୍ତି। କିନ୍ତୁ ଯେବେ ବ୍ରାଡ୍‌ ଓ ନିକୋଲ୍‌ଙ୍କ ସମ୍ପର୍କକୁ ନେଇ ଖବର ପ୍ରସାରିତ ହୋଇଥିଲା ସେତେବେଳେ ନିକୋଲଙ୍କ ସ୍ବାମୀ ଏଥିରେ ବ୍ୟଥିତ ହୋଇନଥିଲେ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ