ଦେଶ ବିଦେଶ ମନୋରଞ୍ଜନ

ହଲିଉଡ୍‌ରେ ଡେବ୍ୟୁ କରିବେ ବରୁଣ ଧବନ, ଦେଶୀ ଗର୍ଲଙ୍କ ସହ ବଡ ପ୍ରୋଜେକ୍ଟରେ ନଜର ଆସିବେ ଅଭିନେତା

ନୂଆଦିଲ୍ଳୀ ୩୦।୦୩ : ବଲିଉଡ ଅଭିନେତା ବରୁଣ ଧାୱନ ଇଣ୍ଡଷ୍ଟ୍ରିରେ ଅନେକ ହିଟ୍ ଫିଲ୍ମ ଦେଇଛନ୍ତି। ତାଙ୍କର ଚଳଚ୍ଚିତ୍ର ଗୁଡ଼ିକୁ ମଧ୍ୟ ତାଙ୍କ ଫ୍ୟାନ୍ସମାନେ ଖୁବ୍‌ ପସନ୍ଦ କରିଥାନ୍ତି । ଏହି ସମୟରେ ବରୁଣ ପ୍ରଶଂସକଙ୍କ ଖୁସି ଖବର ଆଣିଛନ୍ତି। ଯାହା ଶୁଣି ସେମାନେ ଖୁସି ହେବେ । କୁହାଯାଉଛି ଯେ ବରୁଣ ଶୀଘ୍ର ହଲିଉଡରେ ଡେବ୍ୟୁ କରିପାରନ୍ତି। କେବଳ ଏତିକି ନୁହେଁ, ଏହା ତାଙ୍କର OTT ଡେବ୍ୟୁ ମଧ୍ୟ ହୋଇପାରେ । ପ୍ରୋଜେକ୍ଟ ବିଷୟରେ କହିବାକୁ ଗଲେ ସେଥିରେ ପ୍ରିୟଙ୍କା ଚୋପ୍ରା ମଧ୍ୟ ଅଛନ୍ତି । ନିକଟରେ ଏକ ଇଭେଣ୍ଟରେ, ବରୁଣ ତାଙ୍କର OTT ଡେବ୍ୟୁ ବିଷୟରେ ଏକ ସୂଚନା ଦେଇଥିଲେ । ସେ କହିଥିଲେ, ‘ମୁଁ ଏହି ପ୍ଲାଟଫର୍ମକୁ ଭଲ ପାଏ। ଏଥିପାଇଁ ମୁଁ ମଧ୍ୟ ବହୁତ ଉତ୍ସାହିତ ଅଛି । ତେବେ ଏହା ବ୍ୟତୀତ ଅଧିକ କିଛି ସୂଚନା ଦେଇ ନାହାଁନ୍ତି।

କହିବାକୁ ଗଲେ ବରୁଣଙ୍କର ଆଗକୁ ୨ଟି ଫିଲ୍ମ ରହିଛି । ଯାହା ରିଲିଜ୍ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ। ଯେଉଁଥିରେ ଗୋଟିଏ ହେଲା ଭେଡିଆ ଅନ୍ୟଟି ଜୁଗ୍-ଜୁଗ୍ ଜିଓ। ଭେଡ଼ିଆରେ ବରୁଣଙ୍କ ସହ କ୍ରିତି ସାନନ୍ ମୁଖ୍ୟ ଭୂମିକାରେ ନଜର ଆସିବେ । ଏଥି ସହିତ ଜୁଗ୍-ଜୁଗ୍ ଜିଓରେ କିଆରା ଆଡଭାନି, ଅନିଲ କପୁର, ନୀତୁ କସିଂ ଏବଂ ବରୁଣ ମୁଖ୍ୟ ଭୂମିକାରେ ନଜର ଆସିବେ ।

ଉଲ୍ଲେଖଥାଉ କି, ନିକଟରେ ବରୁଣ ସୋସିଆଲ ମିଡିଆରେ ଏକ ଷ୍ଟୋରୀରେ କିଛି ସେୟାର କରିଥିଲେ । ଯାହା ଜଣାପଡୁଛି ଯେ ସେ ଜାହ୍ନବୀ କପୁରଙ୍କ ସହ ମଧ୍ୟ କିଛି କାମ କରିବାକୁ ଯାଉଛନ୍ତି। ଯଦି ଉଭୟ ଏକାଠି କାମ କରିବେ ତେବେ ଏହା ସେମାନଙ୍କର ପ୍ରଥମ ପ୍ରୋଜେକ୍ଟ ହେବ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ