ଧର୍ମ ରାଜ୍ୟ ସ୍ପେଶାଲ ରିପୋର୍ଟ

ହରିରାଜପୁର ପଞ୍ଚୁଦୋଳ ମେଳଣ ଆରମ୍ଭ, ପାରମ୍ପରିକ ବାଦ୍ୟ ସହ ଆତସବାଜିରେ କମ୍ପିଲା ଗଗନପବନ

ଭୁବନେଶ୍ୱର ୨୪।୦୩ : ଓଡ଼ିଶା ପ୍ରସିଦ୍ଧ ହରିରାଜପୁର ମେଳଣ ଆରମ୍ଭ। ପୁରୀ ଜିଲ୍ଲା ହରିରାଜପୁରରେ ଜାକ ଜମକରେ ଚାଲିଛି ଶ୍ରୀପଶ୍ଚିମାଶମ୍ଭୁ ସୋମନାଥଦେବଙ୍କ ପଞ୍ଚୁଦୋଳ ମେଳଣ । ମନ୍ଦିରରୁ ଥାଟ ପଟୁଆର ଧରି ମେଳଣ ପଡ଼ିଆକୁ ବାହାରିଛନ୍ତି ଠାକୁର ପଶ୍ଚିମାଶମ୍ଭୁ ସୋମନାଥ ଦେବ। ବାବା ପଶ୍ଚିମାଶମ୍ଭୁ ସୋମନାଥ ଦେବ ଥାନାପତି ରୂପେ ମେଳଣ ପଡିଆରେ ବିରାଜମାନ ହୋଇଥାନ୍ତି।

ଅଭିଭକ୍ତ ପୁରୀ ଜିଲ୍ଲାରୁ ୮୦ଟି ଦୋଳ ବିମାନରେ ଦେବାଦେବୀ ମେଳଣ ପଡିଆରେ ନିମନ୍ତ୍ରିତ ହୋଇ ଆସିଥାନ୍ତି। କୋଭିଡ଼ କଟକଣା ଯୋଗୁଁ ଗତ ଦୁଇବର୍ଷ ହେବ କେବଳ ନୀତିକାନ୍ତି ମଧ୍ୟରେ ଏହି ମେଳଣ ଆୟୋଜିତ ହେଉଥିଲା । ହେଲେ ଚଳିତବର୍ଷ କଟକଣା କୋହଳ ପରେ ପୂର୍ବପରି ଆଡ଼ମ୍ବରପୂର୍ଣ୍ଣ ଭାବେ ଏହା ଅନୁଷ୍ଠିତ ହେଉଛି । ଫଗୁ ବଦଳରେ ଏଥର ଫୁଲରେ ହୋଲି ଖେଳିବେ ଶ୍ରଦ୍ଧାଳୁ । ଚଳିତ ବର୍ଷ ୪ ଦିନ ପରିବର୍ତ୍ତେ ୫ ଦିନ ମେଳଣ ଅନୁଷ୍ଠିତ ହେବ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ