ଦେଶ ବିଦେଶ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ହରିଦ୍ୱାର ଜେଲରେ ୭୦ କଏଦୀ କରୋନା ପଜିଟିଭ୍, ଆସିନି ଆହୁରି ୩୦୦ ଜଣଙ୍କ ରିପୋର୍ଟ

ନୂଆଦିଲ୍ଲୀ ୦୪/୦୮: ହରିଦ୍ୱାର ଜିଲ୍ଲା ଜେଲରେ କରୋନା ବିସ୍ଫୋରଣ । ଜେଲରେ ୭୦ କଏଦୀ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହି ସଂଖ୍ୟା ଆହୁରି ବଢିପାରେ । କାରଣ ଏବେବି ଅନେକଙ୍କ ରିପୋର୍ଟ ଆସିପାରିନାହିଁ । ତେବେ ଜେଲରେ ହେପାଟାଇଟସ୍ ଟେଷ୍ଟ ଶିବିର ଲଗାଇବା ବେଳେ କରୋନା ନମୂନା ମଧ୍ୟ ନିଆଯାଇଥିଲା । ଯେଉଁଥିରେ ଅନେକ ଅନ୍ତେବାସୀଙ୍କ ରିପୋର୍ଟ ପଜିଟିଭ୍ ଆସିଥିଲା ।

ଜେଲ୍ ଡାକ୍ତର ରାଜେସ ଗୁପ୍ତାଙ୍କ କହିବାନୁସାରେ, ଜିଲ୍ଲା କାରଗାରରେ ୭୦ରୁ ଅଧିକ କଏଦୀ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । କଏଦୀଙ୍କ ଡାଏବେଟିସ୍ ଓ ହେପାଟାଇଟସ୍ ଯାଞ୍ଚ ଶିବିର ଅନୁଷ୍ଠିତ ହୋଇଥିଲା । ଏଥିରେ କଏଦୀଙ୍କ କରୋନା ଟେଷ୍ଟ୍ କରାଯାଇଥିଲା । ପ୍ରାୟ ୯୩୭ କଏଦୀଙ୍କ ନମୂନା ପରୀକ୍ଷଣ ହୋଇଥିଲା । ୫୦୦ରୁ ଅଧକ କଏଦୀଙ୍କ ରିପୋର୍ଟ ଆସିଯାଇଛି । ଏଥିରୁ ୭୦ କଏଦୀ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଆହୁରି ୩୦୦ କଏଦୀଙ୍କ ରିପୋର୍ଟ ଏବେବି ଆସିନାହିଁ । ଫଳରେ ପଜିଟିଭ୍ ସଂଖ୍ୟା ଆହୁରି ବଢିପାରେ ।

ରିପୋର୍ଟ ଅନୁସାରେ, ଯେଉଁ କଏଦୀଙ୍କ ନମୂନା ପରୀକ୍ଷଣ କରାଯାଇଥିଲା ସେମାନଙ୍କର କୌଣସି ଲକ୍ଷଣ ନାହିଁ । ତେବେ ଏତେସଂଖ୍ୟକ ପଜିଟିଊ୍ ବାହାରିବା ପରେ ଜେଲ୍ କର୍ତ୍ତୃପକ୍ଷଙ୍କ ଚିନ୍ତା ବଢିଯାଇଛି । ସମସ୍ତ ଜରୁରୀ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଜେଲ୍ ଅଧୀକ୍ଷକ ମନୋଜ ଆର୍ଯ୍ୟ କହିଛନ୍ତି ଯେ, ଜୁଲାଇ ୨୮ ତାରିଖରେ ବିନା ଅନୁମତିରେ ନମୂନା ସଂଗ୍ରହ କରାଯାଇଥିଲା । ପ୍ରଥମେ ଜେଲ୍ ପ୍ରଶାସନକୁ ସୂଚନା ଦେବା ଉଚିତ ଥିଲା । ଅନେକ କଏଦୀଙ୍କ ଆଇସୋଲେସନ ଅବଧି ପୂରଣ ହୋଇଛି । ଆଉ କିଛିଙ୍କୁ ଆଇସୋଲେସନରେ ରଖାଯାଇଥିବା ସେ କହିଛନ୍ତି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ