କଳା ଓ ସଂସ୍କୃତି ଧର୍ମ

ହନୁମାନଙ୍କ ଏହି ଫଟୋ ଭୁଲରେ ବି ଘରେ ଲଗାନ୍ତୁନି: ଜାଣନ୍ତୁ କେଉଁ ପ୍ରତିମା ରଖିବା ଉଚିତ ଏବଂ କେଉଁଟି ଅନୁଚିତ

ଭୁବନେଶ୍ୱର ୧୫/୧୨ : ସଂକଟମୋଚନ ହନୁମାନ ନିଜ ଭକ୍ତଙ୍କ ସବୁ ସଙ୍କଟ ଦୂର କରନ୍ତି। ଭଗବାନ ହନୁମାନ ବହୁତ ଶୀଘ୍ର ପ୍ରସନ୍ନ ହୋଇଥାନ୍ତି ବୋଲି କୁହାଯାଏ। ହନୁମାନଙ୍କୁ ପ୍ରସନ୍ନ କରିବାକୁ ବେଶୀ କିଛି କରିବାକୁ ପଡ଼ିନଥାଏ। ଭକ୍ତଙ୍କ ଶ୍ରଦ୍ଧା ସବୁଠାରୁ ମହତ୍ତ୍ୱପୂର୍ଣ୍ଣ। ପ୍ରଭୁ ଶ୍ରୀରାମଙ୍କ ପରମ ଭକ୍ତ ହନୁମାନଙ୍କ ଶରଣ ନେଲେ ସବୁ ସଙ୍କଟ ଦୂର ହୋଇଥାଏ। ହନୁମାନଙ୍କ ଭକ୍ତଙ୍କ ଉପରେ ସବୁ ଦେବାଦେବୀଙ୍କ ବିଶେଷ କୃପା ଦୃଷ୍ଟି ରହିଥାଏ। ଲୋକେ ଘରେ ହନୁମାନଙ୍କ ମୂର୍ତ୍ତି ରଖି ମଧ୍ୟ ପୂଜା କରନ୍ତି। ତେବେ ଘରେ ଭଗବାନଙ୍କ କେଉଁ ସ୍ୱରୂପ ବିରାଜିତ କରାଯିବା ଉଚିତ ଏବଂ କେଉଁ ପ୍ରତିମା ବିରାଜିତ କରାଯିବା ଉଚିତ ନୁହେଁ ତାହା ଜାଣିବା ଆବଶ୍ୟକ। ହନୁମାନଙ୍କ କିଛି ସ୍ୱରୂପ ଘରେ ରଖିବା ଉଚିତ ନୁହେଁ। ଏହାଦ୍ୱାରା ଜୀବନରେ ଅଶାନ୍ତି ହୋଇଥାଏ।

ଘରେ ହନୁମାନଙ୍କ କେଉଁ ପ୍ରତିମା ରଖିବା ଅନୁଚିତ :

୧. ହନୁମାନ ନିଜ ଛାତି ଚିରିଥିବା ଫଟୋ ବା ମୂର୍ତ୍ତି କେବେ ବି ଘରେ ରଖିବା ଉଚିତ ନୁହେଁ।

୨. ହନୁମାନ ସଂଜୀବନୀ ଧରି ଆକାଶରେ ଉଡ଼ୁଥିବାର ଫଟୋ ଘରେ ଲଗାଇବା ଅନୁଚିତ। ଶାସ୍ତ୍ର ଅନୁସାରେ ହନୁମାନଙ୍କର ସ୍ଥିର ଅବସ୍ଥାର ମୂର୍ତ୍ତି ପୂଜା କରିବା ଉଚିତ।


୩. ରାକ୍ଷସଙ୍କ ସଂହାର କରୁଥିବା ହନୁମାନଙ୍କ ଫଟୋ ଘରେ ଲଗାଇବା ଉଚିତ ନୁହେଁ।

୪. ହନୁମାନ ନିଜ କାନ୍ଧରେ ଶ୍ରୀରାମ ଓ ଲକ୍ଷ୍ମଣଙ୍କୁ ବସାଇଥିବା ଫଟୋ ଘରେ ଲଗାଇବା ଅନୁଚିତ।

୫. ହନୁମାନଙ୍କ ଲଙ୍କା ଦହନ ଫଟୋ କେବେ ବି ଘରେ ଲଗାଇବା ଉଚିତ ନୁହେଁ। ଏହିଭଳି ଫଟୋ ଲଗାଇଲେ ଜୀବନରେ ସୁଖ ସମୃଦ୍ଧି ପ୍ରାପ୍ତ ହୋଇନଥାଏ।


ହନୁମାନଙ୍କ ଏହି ଫଟୋ ଘରେ ଲଗାଇ ପାରିବେ :

୧. ହନୁମାନଙ୍କ ଯୁବାବସ୍ଥାର ହଳଦିଆ ବସ୍ତ୍ର ଧାରଣ କରିଥିବା ଫଟୋ ଘରେ ଲଗାଇବା ଶୁଭ ହୋଇଥାଏ।

୨. ପଢା ଘରେ ହନୁମାନଙ୍କ ଫଟୋ ଲଗାଇବା ଉଚିତ। ଏହାଦ୍ୱାରା ପାଠ ପଢାରେ ଏକାଗ୍ରତା ରହିଥାଏ।

୩. ହନୁମାନ ଶ୍ରୀରାମଙ୍କ ସେବା କରୁଥିବା ଫଟୋ ଲଗାଇଲେ ଘରେ ଧନ ବର୍ଷା ହୋଇଥାଏ।

୪. ଡାଇନିଂ ରୁମରେ ରାମ ଦରବାରର ଚିତ୍ର ଲଗାଇବା ଉଚିତ। ଏହାଦ୍ୱାରା ପରିବାରରେ ସ୍ନେହ ଓ ଆପୋଷ ବୁଝାମଣା ବଢିଥାଏ।

୫. ଘରର ମୁଖ୍ୟଦ୍ଵାରରେ ପଞ୍ଚମୁଖୀ ହନୁମାନଙ୍କ ପ୍ରତିମା ବା ଫଟୋ ଲଗାଇବା ଉଚିତ। ଏହାଦ୍ୱାରା ଘରକୁ କୌଣସି ନକାରାତ୍ମକ ଶକ୍ତି ପ୍ରବେଶ କରିନଥାଏ ଏବଂ ପରିବାର ସଦସ୍ୟଙ୍କ ଉପରେ କୌଣସି ସଙ୍କଟ ଆସିନଥାଏ।

୬. ହନୁମାନ ବୌଠି ମୁଦ୍ରା ଫଟୋ ଘରେ ଲଗାଇଲେ ସବୁ ପ୍ରକାର କଳହ ଦୂର ହୋଇଥାଏ।

ବିବାହିତ ଲୋକ ନିଜ ଶୟନକକ୍ଷରେ ହନୁମାନଙ୍କ କୌଣସି ବି ଫଟୋ ବା ପ୍ରତିମା ସ୍ଥାପିତ କରିବା ଉଚିତ ନୁହେଁ।

(ବି: ଦ୍ର: ଦିଆଯାଇଥିବା ସୂଚନା ସାମାନ୍ୟ ତଥ୍ୟ ଉପରେ ଆଧାରିତ, କୌଣସି ପଦକ୍ଷେପ ନେବା ପୂର୍ବରୁ ବିଶେଷଜ୍ଞଙ୍କୁ ପରାମର୍ଶ କରନ୍ତୁ)

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ