ଅପରାଧ ରାଜ୍ୟ

ହତ୍ୟା ନା ଆତ୍ମହତ୍ୟା ? ଯୁବତୀଙ୍କ ଘର ଆଗରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ

ରାଉରକେଲା ୨୯।୦୭ : ହତ୍ୟା ନା ଆତ୍ମହତ୍ୟା । ଯୁବତୀଙ୍କ ଘର ଆଗରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ । ରାଉରେକଲା ସେକ୍ଟର-୧୬ ଶିବାଜୀ ନଗର ବସ୍ତିରେ ଏପରି ଘଟଣା ଦେଖିବାକୁ ମିଳିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଖବର ଅନୁଯାୟୀ, ଶୁକ୍ରବାର ଦିନ ସେକ୍ଟର ଶିବାଜୀ ନଗର ବସ୍ତିର ଏହି ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଜଣେ ଯୁବତୀଙ୍କ ଘରେ ଆଗରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଠାବ ହୋଇଛି । ତେବେ ଏହି ଘଟଣାରେ ଆସିଛି ଏକ ଟ୍ୱିଷ୍ଟ । ଯାହାକି ସମସ୍ତଙ୍କୁ ଚକିତ କରିଛି । ଯୁବତୀଙ୍କ ସହ ଯୁବକଙ୍କ ପ୍ରେମ ସମ୍ପର୍କ ଥିବା ଅଭିଯୋଗ ଆସିଛି । ପ୍ରେମ ସମ୍ପର୍କ ନେଇ ଏପରି ହୋଇଥିବା ଅଭିଯୋଗ ଆଣିଛନ୍ତି ମୃତ ଯୁବକଙ୍କ ପତ୍ନୀ । ପ୍ରଥମେ ତାଙ୍କୁ ହତ୍ୟା କରାଯାଇଛି, ପରେ ଟାଙ୍ଗି ଦେଇଥିବା ମୃତ ଯୁବକଙ୍କ ପତ୍ନୀ ଅଭିଯୋଗ ଆଣିଛନ୍ତି । ଅନ୍ୟପଟେ ଯୁବତୀ ଜଣଙ୍କ ବିବାହ କରିବାକୁ ମନା କରିବାରୁ ଯୁବକ ଆତ୍ମହତ୍ୟା କରିଥିବା ମଧ୍ୟ ସନ୍ଦେହ କରାଯାଉଛି । ପୋଲିସ ଘଟଣାସଂପର୍କରେ ସୂଚନା ପାଇ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଛି । ଏହାସହି ଘଟଣାରେ ପୋଲିସ ତଦନ୍ତ ଜାରି ରଖିଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।