ଅପରାଧ ରାଜ୍ୟ

ହତ୍ୟା ନା ଆତ୍ମହତ୍ୟା, ଜାମୁ ଗଛରୁ ମିଳିଲା ଝୁଲନ୍ତା ମୃତଦେହ

ବରଗଡ଼ ୨୦।୦୫ : ବରଗଡ଼ ଜିଲ୍ଲା ଖେଦାପାଲି ରାସ୍ତା କଡ଼ ଜାମୁ ଗଛରୁ ଝୁଲନ୍ତା ମୃତଦେହ ଠାବ । ମୃତ ବ୍ୟକ୍ତି ଜଣକ ହେଲେ ବରଗଡ କଟାପାଲି ଗାଁ ର ରାମ ପ୍ରସାଦ ବେହେରା, ବୟସ ୪୫ ବୋଲି ଜଣାପଡିଛି ।

ଖବର ଅନୁଯାୟୀ, ରାମ ପ୍ରସାଦ ଗୁରୁବାର ଠାରୁ ନିଖୋଜ ଥିବା ବେଳେ ସେନେଇ ପରିବାର ପକ୍ଷରୁ ଟାଉନ ଥାନାରେ ଲିଖିତ ଅଭିଯୋଗ ହୋଇଥିଲା । କିନ୍ତୁ ଆଜି ତାଙ୍କର ଝୁଲନ୍ତା ଅବସ୍ଥା ରେ ମୃତ ଶରୀର ଦେଖିବାକୁ ମିଳିଛି । ତେବେ ଝୁଲନ୍ତା ମୃତ ବ୍ୟକ୍ତିଙ୍କୁ ଦେଖି ଗାଁ ଲୋକେ ଟାଉନ ପୋଲିସକୁ ଖବର ଦେଇଥିବା ବେଳେ ପୋଲିସ ଘଟଣାସ୍ଥଳକୁ ପହଂଚି ତଦନ୍ତ ଆରମ୍ଭ କରିଛି । ତେବେ ତାହା ଆତ୍ମହତ୍ୟା ନା ହତ୍ୟା ଏପର୍ଯ୍ୟନ୍ତ ସ୍ୱଷ୍ଟ ହୋଇନାହିଁ । ଏନେଇ ଟାଉନ ପୋଲିସ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ ଜାରି ରଖିଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।