ଅପରାଧ ରାଜ୍ୟ

ହତ୍ୟା ଅଭିଯୁକ୍ତକୁ ଏନ୍‌କାଉଣ୍ଟର, ପିସ୍ତଲ ଓ ଜୀବନ୍ତ ଗୁଳି ଜବତ

ରାଉରକେଲା ୧୪।୧୧ : ହତ୍ୟା ଅଭିଯୁକ୍ତକୁ ଏନ୍‌କାଉଣ୍ଟର । ରାଉରକେଲା ସ୍ୱତନ୍ତ୍ର ଟିମ୍‌ ପକ୍ଷରୁ ଏହି ଏନ୍‌କାଉଣ୍ଟର ହୋଇଛି । ହତ୍ୟା ଅଭିଯୁକ୍ତ ଚୁମୁକୁ ଓରାମ ଓରଫ ଅଜିତ ଓରାମଙ୍କ ଡାହାଣ ଜଙ୍ଘରେ ଗୁଳି ବାଜିଛି । ତୁରନ୍ତ ତାଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରୁ ପିସ୍ତଲ ସହ ତିନୋଟି ଜୀବନ୍ତ ଗୁଳି ଜବତ ହୋଇଛି ।

ଖବର ଅନୁଯାୟୀ, ସରକାରୀ ଜମି ବିବାଦକୁ ନେଇ ରବିବାର ସକାଳ ଝିରିପାଣି ଥାନା ଝରିଆ ଟୋଲିରେ ଗୁଳିମାଡ଼ ହୋଇଥିଲା । ଏହି ଗୁଳିମାଡ଼ରେ ଠିକାଦର ବାଞ୍ଛାନିଧିଙ୍କର ମୃତ୍ୟୁ ହୋଇଥିଲା । ଏହାପରଠୁ ଅଭିଯୁକ୍ତ ଅଜିତ ଓରାମ ଫେରାର ରହିଥିଲା । ତାକୁ ଧରିବା ପାଇଁ ରାଉରକେଲା ପୋଲିସ ୪ଟି ସ୍ୱତନ୍ତ୍ର ଟିମ୍‌ ଗଠନ କରିଥିଲା । ବିଭିନ୍ନ ସ୍ଥାନରେ ଚଢାଉ ମଧ୍ୟ କରିଥିଲା । ଏହିକ୍ରମରେ ସୋମବାର ଭୋର ସମୟରେ ଅଭିଯୁକ୍ତ ହାତିବନ୍ଧ ଜଙ୍ଗଲରେ ଲୁଚି ରହିଥିବା ନେଇ ପୋଲିସକୁ ସୂଚନା ମିଳିଥିଲା । ପୋଲିସକୁ ଦେଖି ହତ୍ୟା ଚୁମୁକୁ ଗୁଳି ଚାଳନା କରିଥିଲା । ଯାହାର ଦୃଢ ଜବାବ ଦେଇଥିଲା ପୋଲିସ । ଏଥିରେ ସେ ଗୁରୁତର ହୋଇଥିଲା । ତୁରନ୍ତ ତାଙ୍କୁ ଉଦ୍ଧାର କରି ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।