ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ହଟ୍ ଡଗ୍ ବିକ୍ରେତାରୁ ଭଡ଼ାଟିଆ ସୈନ୍ୟ ଦଳର ମୁଖ୍ୟ, ପୁଟିନଙ୍କୁ ଆହ୍ବାନ ଦେଇଥିବା ୱାଗ୍‌ନର ମୁଖ୍ୟ କିଏ?

ମସ୍କୋ: ରୁଷ୍‌ର ମର୍ସିନେରୀ (ଭଡ଼ାଟିଆ ସୈନ୍ୟ) ଦଳ ‘ୱାଗନର ଗ୍ରୁପ୍‌’ ମୁଖ୍ୟ ୟେବଜନି ପ୍ରିଗୋଝିନ ଶନିବାର ରୁଷ୍ ସାମରିକ ନେତୃତ୍ବର ପତନ ଘଟାଇବାକୁ ସଂକଳ୍ପ କରିଛନ୍ତି। ୟୁକ୍ରେନ୍‌ ଉପରେ ରୁଷ୍‌ର ବଡ଼ ଧରଣର ଆକ୍ରମଣ ପରେ ବ୍ୟବସାୟୀ ୟେବଗେନି ପ୍ରିଗୋଝିନ ରୁଷ୍ ସାମରିକ ନେତୃତ୍ବର କଡ଼ା ସମାଲୋଚନା କରିଛନ୍ତି। ପ୍ରିଗୋଝିନ ଜଣେ ଅର୍ବୁଦପତି ଯିଏ ରାଷ୍ଟ୍ର ସହ ଚୁକ୍ତିନାମାରୁ ନିଜର ଭାଗ୍ୟ ଗଠନ କରିଛନ୍ତି। ତେବେ ସେ କେତେ ଧନ ସଞ୍ଚୟ କରିଛନ୍ତି ତାହା ସାଧାରଣରେ ଅଜ୍ଞାତ। ୬୨ ବର୍ଷୀୟ ପ୍ରିଗୋଝିନ ହେଉଛନ୍ତି ରୁଷ୍ ମର୍ସିନାରୀ ଗ୍ରୁପ୍‌ ୱାଗ୍‌ନରର ପ୍ରତିଷ୍ଠାତା। ୟୁକ୍ରେନ୍‌ରେ ରୁଷ୍ ବାଖମୁଟ ସମେତ ଅନେକ ସହର ଦଖଲ କରିବାରେ ୱାଗ୍‌ନରର ଭୂମିକା ରହିଛି। ସେଥିପାଇଁ ରୁଷ୍ ଜନସାଧାରଣ ଏହାର ପ୍ରଶଂସା କରିଥାନ୍ତି।

ପ୍ରିଗୋଝିନ ରୁଷୀୟ ଜେଲଗୁଡ଼ିକୁ ଯାଇ କଏଦୀମାନଙ୍କୁ ନିଜ ସୈନ୍ୟଦଳରେ ନିଯୁକ୍ତି ଦେଇଥାନ୍ତି। ଯଦି ସେମାନେ ସମ୍ମୁଖ ଯୁଦ୍ଧରେ ଲଢ଼ି ଜୀବିତ ରହନ୍ତି ତେବେ ସେମାନଙ୍କୁ ପୂର୍ବ ଅପରାଧ ପାଇଁ କ୍ଷମା ଦିଆଯିବ ବୋଲି ସେ ପ୍ରତିଶ୍ରୁତି ଦେଇଥାନ୍ତି। ଗତ ମେ ମାସରେ ଏକ ସାକ୍ଷାତ୍‌କାରରେ ପ୍ରିଗୋଝିନ କହିଥିଲେ ଯେ ସେ ଜେଲରେ ଥିବା ୫୦,୦୦୦ ଦୋଷୀ ସାବ୍ୟସ୍ତ ଅପରାଧୀଙ୍କୁ ନିଯୁକ୍ତି ଦେଇଛନ୍ତି, ଯେଉଁମାନଙ୍କ ମଧ୍ୟରୁ ୧୦,୦୦୦ ବାଖମୁଟ ଯୁଦ୍ଧରେ ମୃତ୍ୟୁବରଣ କରିଛନ୍ତି। ତାଙ୍କର ସମାନ ସଂଖ୍ୟକ ଯୋଦ୍ଧା ବି ମୃତ୍ୟୁବରଣ କରିଛନ୍ତି। ପୁଟିନଙ୍କ ହୋମ୍‌ଟାଉନ୍ ସେଣ୍ଟ ପିଟର୍ସବର୍ଗରେ ପ୍ରିଗୋଝିନ ଏକଦା ଜଣେ ହଟ୍‌ଡଗ୍ ବିକ୍ରେତା ଭାବେ ଜୀବିକା ନିର୍ବାହ କରୁଥିଲେ। ପରେ ସେ ପୁଟିନଙ୍କ ଆଭ୍ୟନ୍ତରୀଣ ମହଲର ଏକ ଅଂଶ ହୋଇଯାଇଥିଲେ।

ସୋଭିଏତ ଯୁଗ ଅମଳରେ ସେ ଜାଲିଆତି ଓ ଚୋରି ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇ ୧୦ ବର୍ଷ ଜେଲଦଣ୍ଡ ଭୋଗିଥିଲେ। ୧୯୯୦ ଦଶକରେ ସେ ତାଙ୍କର ଫାଷ୍ଟ-ଫୁଡ୍ କମ୍ପାନି ଆରମ୍ଭ କରି ସଫଳ ହୋଇଥିଲେ। ହୋଟେଲ ବ୍ୟବସାୟରେ ଅଭିଜ୍ଞତା ଅର୍ଜନ କରିବା ପରେ ସେଣ୍ଟ ପିଟର୍ସବର୍ଗରେ ସେ ତାଙ୍କର ଦୋକାନ ଖୋଲିଥିଲେ। ସେତେବେଳେ ପୁଟିନଙ୍କ ସମେତ ଅନେକ ବିଶିଷ୍ଟ ବ୍ୟକ୍ତି ତାଙ୍କର ଗ୍ରାହକ ଥିଲେ। ତା’ପରେ କେଜିବିରେ କାମ କରିବା ପରେ ସେ ସ୍ଥାନୀୟ ରାଜନୀତିରେ ଯୋଗ ଦେଇଥିଲେ। ଗୋଟିଏ ସମୟରେ ତାଙ୍କ କମ୍ପାନି କ୍ରେମ୍‌ଲିନ ସହ କାମ କରୁଥିଲା ଏବଂ ସେ ‘ପୁଟିନଙ୍କ ରୋଷେୟା’ ଭାବେ ଜଣାଶୁଣା ହେଲେ। ୱାଗନର ସହ ସମ୍ପର୍କ ଥିବା ଖବରକୁ ପ୍ରିଗୋଝିନ ଅନେକ ବର୍ଷ ଧରି ଖଣ୍ଡନ କରି ଆସୁଥିଲେ। ଶେଷରେ ୨୦୨୧ରେ ସେ ସ୍ବୀକାର କଲେ ଯେ ସେ ହିଁ ୱାଗନର ଗ୍ରୁପ୍‌ର ପ୍ରତିଷ୍ଠା କରିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ