ରାଜ୍ୟ ସ୍ୱାସ୍ଥ୍ୟ

ହଟସ୍ପଟ୍ ମୁହାଁ ରାଜଧାନୀ: ବିମାନ ବନ୍ଦରରେ ପ୍ରତି ୫ ଜଣଙ୍କ ମଧ୍ୟରୁ ଜଣେ ଓମିକ୍ରନ ସଂକ୍ରମିତ

ନୂଆଦିଲ୍ଲୀ: କୋଭିଡ୍ ଭାଇରସ୍ ର ନୂତନ ଭାରିଆଣ୍ଟ ଏବେ ସାରା ଦେଶର ଚିନ୍ତା ବଢ଼ାଇ ଦେଇଛି । ଇନଷ୍ଟିଚ୍ୟୁଟ୍ ଅଫ୍ ଜିନୋମିକ୍ ଆଣ୍ଟ ଇଣ୍ଟିଗ୍ରେଟିଭ୍ ବାୟୋଲୋଜି(ଆଇଜିଆଇବି)ଙ୍କ କହିବା କଥା ଯେ, ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ପରୀକ୍ଷା କରାଉଥିବା ପ୍ରତି ୫ ଜଣ ଯାତ୍ରୀଙ୍କ ମଧ୍ୟରୁ ଜଣେ ଓମିକ୍ରନ୍ ସଂକ୍ରମିତ ଚିହ୍ନଟ ହେଉଛନ୍ତି ।

ମିଡିଆ ରିପୋର୍ଟ ଅନୁସାରେ, ଜଣେ ବରିଷ୍ଠ ଅଧିକାରୀଙ୍କ କହିଛନ୍ତି ଯେ ଆଇଜିଆଇବିରେ ପ୍ରତିଦିନ ୧୫ରୁ ୨୦ଟି ନମୁନା ଅନୁକ୍ରମ କରାଯାଉଛି । ଦିଲ୍ଲୀରେ ଡିସେମ୍ବର ୨ ତାରିଖରେ ତାଞ୍ଜାନିଆରୁ ଫେରିଥିବା ୩୭ ବର୍ଷୀୟ ବ୍ୟକ୍ତି ପ୍ରଥମ ଓମିକ୍ରନ୍ ସଂକ୍ରମିତ ଚିହ୍ନଟ ହୋଇଥିଲେ । ଗତ ୨୦ ଦିନ ଭିତରେ ଏହି ସଂଖ୍ୟା ୫୭ ହୋଇଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ଏହି ଭାରିଆଣ୍ଟର ତିନିଟି ନୂତନ ମାମଲା ସାମନାକୁ ଆସିଛି । ଓମିକ୍ରନ୍ ଭାରିଆଣ୍ଟ ଡେଲଟା ତୁଳନାରେ ଅଧିକ ସଂକ୍ରାମକ ସାବ୍ୟସ୍ତ ହୋଇଛି ।

ତେବେ ରାଜଧାନୀ ଦିଲ୍ଲୀକୁ ଅଧିକ ସଂଖ୍ୟାରେ ଅନ୍ତର୍ଜାତୀୟ ଯାତ୍ରୀ ଓ ଆସୁଛନ୍ତି । ତେଣୁ ଏଠାରେ ସଂକ୍ରମିତଙ୍କ ସଂଖ୍ୟା ଆଗକୁ ଆହୁରି ବୃଦ୍ଧି ହେବ ବୋଲି କୁହାଯାଉଛି । ଦିଲ୍ଲୀ ଓ ମୁମ୍ବାଇ ଦୁଇଟି ସ୍ଥାନର ବିମାନ ବନ୍ଦର ହେଉଛି ସବୁଠାରୁ ବ୍ୟସ୍ତ ବହୁଳ । ତେଣୁ ଏହି ଦୁଇ ସହରର ମାମଲା ସଂଖ୍ୟା ସର୍ବାଧିକ

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ