ସମସ୍ତିପୁର ୦୯/୦୬: ହଜିଯାଇଛି ମାନବିକତା, ମରିଗଲାଣି ମଣିଷପଣିଆ । ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ଜଣେ ବ୍ୟକ୍ତି ଭିକ ମାଗୁଥିବାର ଦେଖିବାକୁ ମିଳିଛି । ନିଜ ପୁଅର ଶବକୁ ମେଡିକାଲରୁ ଆଣିବା ପାଇଁ ସେ ଭିକ ମାଗୁଥିବା ଜଣାପଡିଛି । ବିହାର ସମସ୍ତିପୁରରେ ଏଭଳି ଏକ ଲଜ୍ଜାଜନକ ଘଟଣା ଦେଖିବାକୁ ମିଳିଛି ।
ପୁଅର ଶବ ପାଇଁ ମେଡିକାଲ କର୍ମଚାରୀ ୫୦ ହଜାର ଟଙ୍କା ଦାବି କରୁଛନ୍ତି । ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ହେବା କାରଣରୁ ଅସହାୟ ବାପା ସହରରେ ବୁଲୁ ବୁଲି ଟଙ୍କା ମାଗୁଛନ୍ତି। କିଛି ଦିନ ହେବ ପୁଅ ନିଖୋଜ ହୋଇଯାଇଥିଲା ବୋଲି ବାପା ମହେଶ ଠାକୁର କହିଛନ୍ତି । ତାଙ୍କ କହିବା ମୁତାବକ, ‘କିଛି ଦିନ ପୂର୍ବେ ମୋ ପୁଅ ନିଖୋଜ ହୋଇଯାଇଥିଲା ।
ସମସ୍ତିପୁରର ସର୍ଦା ହସ୍ପିଟାଲରେ ପୁଅର ଶବ ଅଛି ବୋଲି ମୁଁ ଫୋନ୍ କଲ୍ ପାଇଲି। ପୁଅର ଶବ ନେବା ପାଇଁ ୫୦ ହଜାର ଟଙ୍କା ଆଣିବା ପାଇଁ ହସ୍ପିଟାଲର ଜଣେ କର୍ମଚାରୀ କହିଛନ୍ତି। ଘଟଣାରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡାକ୍ତରଖାନାର କର୍ତ୍ତୃପକ୍ଷମାନେ କହିଛନ୍ତି ।