ଅପରାଧ ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ହଜିଗଲା ମାନବିକତା: ୫୦ ହଜାର ଟଙ୍କା ପାଇଁ ବନ୍ଧା ପଡିଛି ଗେହ୍ଲା ପୁଅର ମରଶରୀର, କାନି ପତାଇ ଭିକ ମାଗିଲେ ଦମ୍ପତ୍ତି

ସମସ୍ତିପୁର ୦୯/୦୬: ହଜିଯାଇଛି ମାନବିକତା, ମରିଗଲାଣି ମଣିଷପଣିଆ । ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ଜଣେ ବ୍ୟକ୍ତି ଭିକ ମାଗୁଥିବାର ଦେଖିବାକୁ ମିଳିଛି । ନିଜ ପୁଅର ଶବକୁ ମେଡିକାଲରୁ ଆଣିବା ପାଇଁ ସେ ଭିକ ମାଗୁଥିବା ଜଣାପଡିଛି । ବିହାର ସମସ୍ତିପୁରରେ ଏଭଳି ଏକ ଲଜ୍ଜାଜନକ ଘଟଣା ଦେଖିବାକୁ ମିଳିଛି ।

ପୁଅର ଶବ ପାଇଁ ମେଡିକାଲ କର୍ମଚାରୀ ୫୦ ହଜାର ଟଙ୍କା ଦାବି କରୁଛନ୍ତି । ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ହେବା କାରଣରୁ ଅସହାୟ ବାପା ସହରରେ ବୁଲୁ ବୁଲି ଟଙ୍କା ମାଗୁଛନ୍ତି। କିଛି ଦିନ ହେବ ପୁଅ ନିଖୋଜ ହୋଇଯାଇଥିଲା ବୋଲି ବାପା ମହେଶ ଠାକୁର କହିଛନ୍ତି । ତାଙ୍କ କହିବା ମୁତାବକ, ‘କିଛି ଦିନ ପୂର୍ବେ ମୋ ପୁଅ ନିଖୋଜ ହୋଇଯାଇଥିଲା ।

ସମସ୍ତିପୁରର ସର୍ଦା ହସ୍ପିଟାଲରେ ପୁଅର ଶବ ଅଛି ବୋଲି ମୁଁ ଫୋନ୍ କଲ୍ ପାଇଲି। ପୁଅର ଶବ ନେବା ପାଇଁ ୫୦ ହଜାର ଟଙ୍କା ଆଣିବା ପାଇଁ ହସ୍ପିଟାଲର ଜଣେ କର୍ମଚାରୀ କହିଛନ୍ତି। ଘଟଣାରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡାକ୍ତରଖାନାର କର୍ତ୍ତୃପକ୍ଷମାନେ କହିଛନ୍ତି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ