ଅପରାଧ ରାଜ୍ୟ

ହଜିଗଲା ମାନବିକତା, ଛୁଆକୁ ଜନ୍ମ କରି ରାସ୍ତାରେ ଛାଡ଼ି ଚାଲିଗଲା ମା’

ନବରଙ୍ଗପୁର ୩୧।୦୫: ମା ଭୁଲିଗଲା ବାତ୍ସଲ୍ୟ ମମତା । ରାସ୍ତା କଡରେ ନିଜ ଜନ୍ମିତ ସନ୍ତାନକୁ ଛାଡି ଚାଲିଗଲା । ମାନବିକତା ହରାଇ ନିଜ ଶିଶୁ ପୁତ୍ର କୁ ଜନ୍ମ କରି ଏକ ଲଟା ବୁଦା ସ୍ଥାନରେ ଛାଡ଼ି ଚାଲିଯାଇଛି ମା । ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅନ୍ତର୍ଗତ ବାଇଗାଁ ଗାଁରେ ଏପରି ଘଟଣା ଦେଖିବାକୁ ମିଳିଛି।

ଖବର ଅନୁଯାୟୀ, ଡାବୁଗାଁ ବ୍ଲକ ଅନ୍ତର୍ଗତ ବାଇଗାଁ ସରକାରୀ ଆଶ୍ରମ ସ୍କୁଲ ପାର୍ଶ୍ଵରେ ଜଣେ ଗର୍ଭବତୀ ମହିଳା ଗୋଟିଏ ଶିଶୁପୁତ୍ର ଜନ୍ମ କରି ଏକ ଲଟା ବୁଦା ଥିବା ନିର୍ଜନ ସ୍ଥାନରେ ଛାଡି ଚାଲିଯାଇଥିଲା । ସ୍କୁଲ ପାର୍ଶ୍ଵରେ ଥିବା ଲଟା ବୁଦା ମଧ୍ୟରୁ ଶିଶୁଟିର କାନ୍ଦ ଶୁଣି ବାଇଗାଁର ଜଣେ ମହିଳା ଚମ୍ପା ତନ୍ତୀ ଶିଶୁ ପୁତ୍ରକୁ ଉଦ୍ଧାର କରିଥିଲା । ଏହି ସମୟ ମଧ୍ୟରେ ଶିଶୁକୁ ପିମ୍ପୁଡ଼ି ବେଡି ଦେଇଥିଲେ । ଶିଶୁ ପୁତ୍ର ର କେତେକ ସ୍ଥାନରେ କ୍ଷତ ମଧ୍ୟ ହୋଇଥିଲା । ମହିଳା ଚମ୍ପା ତନ୍ତୀ ଲଟା ବୁଦା ମଧ୍ୟରୁ ଶିଶୁକୁ ଯତ୍ନ ର ସହ କାଡ଼ି ନିଜ ଘରକୁ ନେଇ ସଫା ସୁତୁରା କରି ରଖିଥିଲା ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।