ରାଜ୍ୟ ସ୍ପେଶାଲ ରିପୋର୍ଟ

ହକ୍‌ ପାଇବାକୁ ବର୍ଷ ବର୍ଷ ଅପେକ୍ଷା କରୁଛନ୍ତି ନିର୍ମାଣ ଶ୍ରମିକ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
ବ୍ରହ୍ମପୁର : ନିର୍ମାଣ ଶ୍ରମିକଙ୍କ ସାମାଜିକ ସୁରକ୍ଷା ପାଇଁ ସରକାର ବିଭିନ୍ନ ଯୋଜନା କରିଛନ୍ତି। ସରକାର ନିର୍ମାଣ ହେଉଥିବା ବିଭିନ୍ନ ପ୍ରକଳ୍ପର ମୋଟ ଖର୍ଚ୍ଚ ଉପରୁ ସେସ୍‌ ଆଦାୟ କରି ଶ୍ରମିକ କଲ୍ୟାଣ ପାଣ୍ଠିରେ ଜମା କରିଥାନ୍ତି। ଉକ୍ତ ଟଙ୍କାକୁ ପଞ୍ଜିକୃତ ନିର୍ମାଣ ଶ୍ରମିକଙ୍କୁ ସାମାଜିକ ସୁରକ୍ଷା ସହାୟତା ଆକାରରେ ପ୍ରଦାନ କରିଥାନ୍ତି। ଶିକ୍ଷାବୃତ୍ତି, ଝିଅ ବିବାହ, ପ୍ରସୂତିକାଳୀନ ସହାୟତା ରାଶି, ମୃତ୍ୟୁକାଳୀନ ସହାୟତା, ଅନ୍ତଷ୍ଟିକ୍ରିୟା ସହାୟତା, ନିର୍ମାଣ ଶ୍ରମିକ ଆବାସ ଯୋଜନା, ଯନ୍ତ୍ରପାତି କ୍ରୟ, ସାଇକେଲ କ୍ରୟ, ସୁରକ୍ଷା ସାମଗ୍ରୀ କ୍ରୟ ପାଇଁ ସହୟତା ରାଶି ପ୍ରଦାନ କରାଯାଏ। ଏଥିସହ ବିଭିନ୍ନ ସମୟରେ ସରକାର ସ୍ବତନ୍ତ୍ର ସହାୟତା ମଧ୍ୟ ଯୋଗାଇଥାନ୍ତି। ହେଲେ ଏହି ସହାୟତା ରାଶି ପାଇବା ପାଇଁ ବାରମ୍ବାର ଶ୍ରମ କାର୍ଯ୍ୟାଳୟରୁ ଦୌଡ଼ିବାକୁ ପଡ଼େ। ନିୟମ ଅନୁଯାୟୀ, ଜଣେ ପଞ୍ଜିକୃତ ନିର୍ମାଣ ଶ୍ରମିକ ଆବେଦନ କରିବାର ୨ମାସ ମଧ୍ୟରେ ସହାୟତା ରାଶି ପାଇବ। ହେଲେ ନିୟମ କେବଳ ସରକାରୀ ଫାଇଲ ଭିତରେ ରହିଯାଇଛି। ଏହାର ସ୍ପଷ୍ଟ ଉଦାହରଣ ବ୍ରହ୍ମପୁର ଶ୍ରମ ଜିଲ୍ଲାରେ ଦେଖିବାକୁ ମିଳିଛି। ଏଯାବତ୍‌ ୬ହଜାରରୁ ଅଧିକ ପଞ୍ଜିକୃତ ନିର୍ମାଣ ଶ୍ରମିକ ବିଭିନ୍ନ ସହାୟତା ରାଶି ପାଇଁ ଆବେଦନ କରିଥିବା ବେଳେ ମାତ୍ର ୯୦୦ଜଣଙ୍କୁ ସହାୟତା ରାଶି ମିଳିଛି। ଆହୁରି ୫ହଜାରରୁ ଅଧିକ ଶ୍ରମିକ ସହୟତା ରାଶି ପାଇବା ପାଇଁ ବର୍ଷ ବର୍ଷ କାଳ ଧରି ଅପେକ୍ଷାରେ ରହିଛନ୍ତି।

ବ୍ରହ୍ମପୁର ଶ୍ରମ ଜିଲ୍ଲାରେ ବିଭିନ୍ନ ସହାୟତା ରାଶି ପାଇଁ ଅପେକ୍ଷାରେ ୫ହଜାରରୁ ଅଧିକ ଶ୍ରମିକ
ନିୟମ କେବଳ ଫାଇଲ ଭିତରେ, ୨ମାସରେ ମିଳୁନି ସହାୟତା ରାଶି

ସୂଚନା ଅନୁଯାୟୀ, ବ୍ରହ୍ମପୁର ଶ୍ରମ ଜିଲ୍ଲା ଅଧୀନରେ ବ୍ରହ୍ମପୁର, ରଙ୍ଗେଇଲୁଣ୍ଡା, ସାନଖେମୁଣ୍ଡି, ଦିଗପହଣ୍ଡି, ପାତ୍ରପୁର, ଚିକିଟି, ଭଞ୍ଜନଗର, ବୁଗୁଡ଼ା, ବେଲଗୁଣ୍ଠା, ଜଗନ୍ନାଥ ପ୍ରସାଦ, ସୋରଡ଼ା, ଆସିକା, ଶେରଗଡ଼, ଧରାକୋଟ ଆଦି ୧୪ ବ୍ଲକ୍‌ ରହିଛି। ଜିଲ୍ଲାର ୧ଲକ୍ଷ ୭୫ହଜାର ପଞ୍ଜିକୃତ ନିର୍ମାଣ ଶ୍ରମିକଙ୍କ ମଧ୍ୟରୁ ୯୧ହଜାର ୨୯୩ଜଣ ସକ୍ରିୟ ରହିଛନ୍ତି।

ସରକାରୀ ସହାୟତା ରାଶି ପାଇବା ପାଇଁ ନିର୍ମାଣ ଶ୍ରମିକମାନଙ୍କ ମଧ୍ୟରୁ ପିଲାଙ୍କ ଶିକ୍ଷାବୃତ୍ତି ପାଇଁ ୩୦୭୨ଜଣ ଆବେଦନ କରିଛନ୍ତି ହେଲେ ମାତ୍ର ୧୩୬ଜଣଙ୍କୁ ମିଳିଛି। ଝିଅ ବାହାଘର ପାଇଁ ୨୨୮୮ଜଣ ଆବେଦନ କରିଥିବା ବେଳେ ୪୨୭ଜଣଙ୍କୁ ସହାୟତା ରାଶି ପ୍ରଦାନ କରାଯାଇଛି। ପ୍ରସୂତିକାଳୀନ ସହାୟତା ରାଶି ପାଇଁ ୧୫୯ଜଣ ଆବେଦନ କରିଥିବା ଶ୍ରମିକଙ୍କ ମଧ୍ୟରୁ ୧୨୮ଜଣଙ୍କୁ ପ୍ରଦାନ କରାଯାଇଛି। ୫୨୨ଜଣ ମୃତ୍ୟୁବରଣ କରିଥିବା ନିର୍ମାଣ ଶ୍ରମିକଙ୍କ ପରିବାର ମୃତ୍ୟୁକାଳୀନ ସହାୟତା ପାଇଁ ଆବେଦନ କରିଥିବା ବେଳେ ୨୧୦ଜଣ ପରିବାରକୁ ପ୍ରଦାନ କରାଯାଇଛି। ନିୟମ ଅନୁସାରେ ଆବେଦନକାରୀଙ୍କୁ ୨ମାସ ମଧ୍ୟରେ ସହାୟତା ରାଶି ମିଳିବା କଥା, ମାତ୍ର ବର୍ଷ ବର୍ଷ ଧରି ଅପେକ୍ଷା କରିବାକୁ ପଡୁଛି। ତେବେ ୫ହଜାରରୁ ଅଧିକ ଆବେଦନକାରୀଙ୍କର କେବେ ସହୟତା ରାଶି ପ୍ରଦାନ କରାଯିବ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ସେହିପରି ଆଗରୁ ଯନ୍ତ୍ରପାତି, ସାଇକେଲ ଆଦି ଯୋଗାଇ ଦିଆଯାଉଥିବା ବେଳେ ଏବେ ତାହା ବନ୍ଦ ରହିଛି।

ସରକାରୀ ନିୟମ ଅନୁଯାୟୀ, ସ୍ବାଭବିକ ମୃତ୍ୟୁକାଳୀନ ପାଇଁ ୨ଲକ୍ଷ ଟଙ୍କା, କାର୍ଯ୍ୟରତ ସମୟରେ ମୃତ୍ୟୁ ପାଇଁ ୪ଲକ୍ଷ ଟଙ୍କା, ଶବ ସତ୍କାର ପାଇଁ ୫ହଜାର ଟଙ୍କା, ଝିଅ ବିବାହ ପାଇଁ ୫୦ହଜାର ଟଙ୍କା, ଶିକ୍ଷା ବୃତ୍ତି ପାଇଁ ୨ହଜାର ଟଙ୍କାରୁ ୭ହଜାର ଟଙ୍କା ପର୍ଯ୍ୟନ୍ତ ରହିଛି। କେବଳ ସରକାରୀ ଶିକ୍ଷାନୁଷ୍ଠାନରେ ବୈଷୟିକ ଶିକ୍ଷା ପାଇଁ ବର୍ଷକୁ ୪୦ହଜାର ଟଙ୍କାର ବୃତ୍ତି ଦେବାର ବ୍ୟବସ୍ଥା ରହିଛି। ସେହିପରି ପ୍ରସୂତିକାଳୀନ ସହାୟତା ପାଇଁ ୧୦ହଜାର ଟଙ୍କା ରହିଛି। ବ୍ରହ୍ମପୁର ଶ୍ରମ ଜିଲ୍ଲା ଅଧିକାରୀ ବାବୁ ଚରଣ ପାତ୍ରଙ୍କ କହିବା କଥା, ନିର୍ବାଚନ ଆଚରଣ ବିଧି ଲାଗିବା ଓ ଅନଲାଇନ୍‌ ୱେବ୍‌ସାଇଟ୍‌ ନୂଆ କରି ଅପଗ୍ରେଡ୍‌ ହେବା କାରଣରୁ ଆବେଦନକାରୀଙ୍କ ସହାୟତା ରାଶି ଦେବାରେ ବିଳମ୍ବ ହୋଇଛି। ଆସନ୍ତା ୨ମାସ ମଧ୍ୟରେ ସମସ୍ତ ହିତାଧିକାରୀଙ୍କର ଆବେଦନକୁ ଯାଞ୍ଚ କରି ସହାୟତା ରାଶି ପ୍ରଦାନ କରାଯିବ।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।