ଖେଳ ରାଜ୍ୟ

ହକି ବିଶ୍ବକପ୍‌ ପୂର୍ବରୁ ଅଭ୍ୟାସ୍‌ ମ୍ୟାଚ୍‌ର ମଜାନେବେ ଜିଲ୍ଲାବାସୀ

ରାଉରକେଲା: ପୁରୁଷ ହକି ବିଶ୍ବକପ୍‌ ଆସନ୍ତା ଜାନୁଆରୀ ମାସରେ ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମ ଓ ରାଉରକେଲା ବିପିୟୁଟି ପରିସରରେ ନିର୍ମାଣାଧୀନ ଦେଶର ସର୍ବବୃହତ ଅତ୍ୟାଧୁନିକ ହକି ଷ୍ଟାଡିୟମରେ ଖେଳାଯିବ। ରାଉରକେଲାର ଏହି ଷ୍ଟାଡିୟମରେ ନିର୍ଦ୍ଦିଷ୍ଟ କେତୋଟି ମ୍ୟାଚ୍‌ ଆୟୋଜନ ହେବ, ଏଯାଏଁ ଅସ୍ପଷ୍ଟ। ତେବେ ବିଶ୍ବକପ୍‌ ମ୍ୟାଚ୍‌ ପୂର୍ବରୁ ଏଠାରେ ୨/୩ଟି ଅଭ୍ୟାସ ଖେଳାଯିବା ଏକ ପ୍ରକାର ଥୟ। ସମ୍ଭବତଃ ଭାରତୀୟ ହକି ଦଳ ଓ ଅନ୍ୟ ଏକ ବିଦେଶୀ ଦଳ ମଧ୍ୟରେ ଏହି ଅଭ୍ୟାସ ମ୍ୟାଚ୍‌ ଖେଳାଯିବ। ଏନେଇ କିନ୍ତୁ ଆନୁଷ୍ଠାନିକଭାବେ ରାଜ୍ୟ ସରକାରଙ୍କ କ୍ରୀଡ଼ା ବିଭାଗ ପକ୍ଷରୁ ଆନୁଷ୍ଠାନିକ ଘୋଷଣା କରାଯାଇନି। ସଂପ୍ରତି ଏହି ଷ୍ଟାଡିୟମର ନିର୍ମାଣ କାର୍ଯ୍ୟ ବେଗ ଧରିଛି। ଆସନ୍ତା ଅକ୍ଟୋବର ସୁଦ୍ଧା ଏହା ସମ୍ପନ୍ନ ହେବ। ଏହାପରେ ଅନ୍ତର୍ଜାତୀୟ ହକି ମହାସଂଘ(ଏଫ୍‌ଆଇଏଚ୍‌)ର ପ୍ରତିନିଧି ଦଳ ରାଉରକେଲାରେ ପହଞ୍ଚି ଷ୍ଟାଡିୟମର ସ୍ଥିତାବସ୍ଥା ଅନୁଧ୍ୟାନ କରିବାସହ ସମୀକ୍ଷା କରିବେ। ଏଫ୍‌ଆଇଏଚ୍‌ର ସବୁଜ ସଙ୍କେତ ମିଳିବାପରେ ବିଶ୍ବକପ୍‌ ପୂର୍ବରୁ ଏହି ନବନିର୍ମିତ ଷ୍ଟାଡିୟମରେ ଅଭ୍ୟାସ ମ୍ୟାଚ୍‌ ଖେଳାଯିବ।

ଅଧିକରୁ ଅଧିକ ବିଶ୍ବକପ୍‌ ମ୍ୟାଚ୍‌ ଆୟୋଜନ ପାଇଁ ଜିଲ୍ଲାର କ୍ରୀଡ଼ାପ୍ରେମୀ ମହଲରେ ଦାବି ହେଉଥିବା ବେଳେ ‘ହକି ଗଡ଼’ରେ ବିଶ୍ବକପ୍‌ର ଅନୁଭୂତି ନେବାକୁ ଚାତକ ପରି ଚାହିଁବସିଛନ୍ତି। ଏହି ପ୍ରତିକ୍ଷାର ସୁଃଖଦ ଅନ୍ତ ହେବ ନା ନାହିଁ ତାହା ସମୟ କହିବ; କିନ୍ତୁ ଅଭ୍ୟାସ୍‌ ମ୍ୟାଚ୍‌କୁ ଉପଭୋଗ କରିବାରୁ କ୍ରୀଡ଼ାପ୍ରେମୀ ବଞ୍ଚିତ ହେବେନି। ବିଶ୍ବକପ୍‌ ମ୍ୟାଚ୍‌ ଖେଳାଯିବାକୁ ଥିବାରୁ ଦୁଇ ଦେଶର ଦଳ ମଧ୍ୟରେ ଅଭ୍ୟାସ ମ୍ୟାଚ୍‌ ଖେଳାଯିବାର ସମ୍ଭାବନା ସର୍ବାଧିକ; ଏଣୁ ଜିଲ୍ଲାବାସୀ ଅତି ନିକଟରୁ ଅନ୍ତର୍ଜାତୀୟ ଖେଳାଳିଙ୍କୁ ଦେଖିବାର ଯେ ନୂଆ ଅଭିଜ୍ଞତା ହାସଲ କରିବେ ତାହା ସୁନିଶ୍ଚିତ।

ପ୍ରକାଶଥାଉକି, ଆସନ୍ତା ଅଗଷ୍ଟ ‌ଶେଷ ସୁଦ୍ଧା ଷ୍ଟାଡିୟମ ନିର୍ମାଣ କରିବାକୁ ଲକ୍ଷ୍ୟ ରଖାଯାଇଛି। ତେବେ ଅକ୍ଟୋବର ‌ଶେଷସୁଦ୍ଧା ଏହା ବ୍ୟବହାରଯୋଗ୍ୟ ହେବ। ସଂପ୍ରତି ଏଠାରେ ପ୍ରାୟ ୨୦ ହଜାର ସିଟ୍‌ ବିଶିଷ୍ଟ ଷ୍ଟାଡିୟମ ନିର୍ମାଣ ଚାଲିଥିବାବେଳେ ଏକକାଳୀନ ପ୍ରାକ୍ଟିସ୍‌ ପିଚ୍‌ ମଧ୍ୟ ନିର୍ମାଣ ଚାଲିଛି। ଏତଦ୍‌ବ୍ୟତୀତ ରିକଭରି ବିଲ୍‌ଡିଂ, ହାଇଡ୍ରୋ ଥେରାପି ପୁଲ୍‌, ଫିଟନେସ୍‌ ସେଣ୍ଟର୍‌, ରାସ୍ତା, ଆପ୍ରୋଚ୍‌ ରୋଡ୍‌ ଆଦି ନିର୍ମାଣାଧୀନ। ରିକଭରି ବିଲ୍‌ଡିଂରେ ଖେଳାଳି, କୋଚ୍‌ ସମେତ ସପୋର୍ଟ ଷ୍ଟାଫ୍‌, ସହଯୋଗୀଙ୍କ ପାଇଁ ଷ୍ଟାଡିୟମ୍‌ର ୫ଟି ବ୍ଲକ୍‌ରେ ୨୨୫ଟି ସୁଟ୍‌ ମଧ୍ୟ ନିର୍ମାଣ କରାଯାଉଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ