ଦେଶ ବିଦେଶ ସ୍ୱାସ୍ଥ୍ୟ

ହଂକଂରେ କୋଭିଡ୍‌ର ପଞ୍ଚମ ଲହର, ଲୋକଙ୍କୁ ଆତଯାତ କଲାଣି ଓମିକ୍ରନ

ନୂଆଦିଲ୍ଲୀ ୦୩/୦୩: ମାଡିଲାଣି କରୋନାର ପଞ୍ଚମ ଲହର । ହଂକଂରେ ଆତଙ୍କ ଖେଳାଇଛି ଓମିକ୍ରନ୍ । ମାମଲା ହୁହୁ ହୋଇ ବଢୁଛି । ଗତ ୨୪ ଘଣ୍ଟାରେ ୫୫ ହଜାରରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହେଲା ପରେ ଚିନ୍ତା ବଢିଯାଇଛି ।

ସାରା ବିଶ୍ୱରେ କରୋନାର ତୃତୀୟ ଲହର ଥମିବା ଆରମ୍ଭ କରିଛି । ହୁହୁ ହୋଇ ବଢିବା ପରେ ମାମଲା ଏବେ କମିଛି । କିନ୍ତୁ ହଂକଂରେ ଏବେ କରୋନାର ପଞ୍ଚମ ଲହର ଆତଙ୍କ ଖେଳାଇଛି । ସ୍ଥିତି ଦିନକୁ ଦିନ ଜଟିଳ ହେବାରେ ଲାଗିଛି । ହସ୍ପିଟାଲରେ ମଧ୍ୟ ଅଧିକ ଆକ୍ରାନ୍ତ ଭର୍ତ୍ତି ହେଉଛନ୍ତି । ବିଭିନ୍ନ ସ୍ଥାନରେ ସରକାର ଅସ୍ଥାୟୀ ଆଇସୋଲେସନ ସେଣ୍ଟର ପ୍ରତିଷ୍ଠା କରିଛନ୍ତି ।

ଟିକାକରଣର ଗତି ଧିମା ପଡିବା ପରେ କରୋନା ମାମଲା ବଢିଥିବା ବିଶେଷଜ୍ଞମାନେ କହୁଛନ୍ତି । ହଂକଂରେ ଅନେକ ବ୍ୟକ୍ତି ଏବେସୁଦ୍ଧା ଗୋଟିଏ ବି ଡୋଜ୍ ନେଇ ନାହାଁନ୍ତି । ମୃତକମାନଙ୍କ ମଧ୍ୟରୁ ଅନେକ ଟିକା ନେଇନଥିବା ଜଣାପଡିଛି ।

ଗତ ୭ ଦିନ ମଧ୍ୟରେ ୩୦୦ ଜଣ ଆକ୍ରାନ୍ତ ପ୍ରାଣ ହରାଇଥିବା ସୂଚନା ମିଳିଛି । ଏପରିକି ଦୁଇରୁ ଦିନ ଦିନ ମଧ୍ୟରେ ପଜଟିଭିଟି ହାର ଦ୍ୱିଗୁଣ ହୋଇଯାଉଛି । ସପ୍ତାହେ ପୂର୍ବରୁ କରୋନାର ୭୫୦୦ ମାମଲା ଆସିଥିଲା । ଯାହା ଏବେ ୫୫ ହଜାରକୁ ବୃଦ୍ଧି ପାଇଛି ।

ଆଗାମୀ ୧୫ ଦିନ ହଂକଂ ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି ବିଶେଷଜ୍ଞମାନେ କହୁଛନ୍ତି । ଯଦି ମାମଲା ଏପରି ଭାବେ ବୃଦ୍ଧି ପାଏ ତେବେ ଆଗାମୀ ଦିନରେ ସ୍ଥିତି ଆହୁରି ସଙ୍ଗୀନ ହୋଇଯିବ ବୋଲି ଅନୁମାନ କରାଯାଉଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ